ଗୋଟିଏ ସ୍ଥାନରୁ ମିଳିଲା ଦେଢହଜାରରୁ ଉର୍ଦ୍ଧ୍ବ ନରକଙ୍କାଳ, ଜାଣନ୍ତୁ କେଉଁଠାରୁ ଏହା ହେଲା ଠାବ

Published: Aug 26, 2020, 5:53 pm IST

ଓସାକା : ଜାପାନର ଓସାକାର ଏକ ଅଞ୍ଚଳରେ ଖନନ କରାଯାଉଥିବା ସମୟରେ ପ୍ରାୟ 1500 ନରକଙ୍କାଳ ମିଳିଛି । ଓସାକା ସହର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସହର ବିକାଶ ନିମନ୍ତେ ଖନନ କାର୍ଯ୍ୟ କରାଯାଉଥିବା ସମୟରେ ଏହି କଙ୍କାଳ ଗୁଡିକୁ ଉଦ୍ଧାର କରାଯାଇଛି । ତେବେ ଏକ ସ୍ଥାନରୁ ଏତେ ସଂଖ୍ୟକ କଙ୍କାଳ ମିଳିବା ପରେ ମହାମାରୀରୁ ଯୋଗୁଁ ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି । ତେବେ ଏହି ସମସ୍ତ ମରଶରୀର ଗୁଡିକ ୧୮ ଶହ ଶତାବ୍ଦୀର ବୋଲି  ଜଣାପଡିଛି । ଏହି ସମସ୍ତ ମୃତ ଶରୀରକୁ ଅଧିକ ପରୀକ୍ଷଣ ପାଇଁ ଖନନ ସ୍ଥଳରୁ ସ୍ଥାନାନ୍ତର କରାଯାଇଛି । ଏହି ମୃତ ଶରୀର ମାନଙ୍କୁ ପରୀକ୍ଷଣ କରାଯାଇ 18ଶହ ଶତାବ୍ଦୀରେ ଲୋକଙ୍କର ଜୀବନଶୈଳୀ ଏବଂ ମୃତ୍ୟୁ ପରର ପରସ୍ଥିତି ସମ୍ପର୍କରେ ଅନୁଶୀଳନ କରାଯିବ ।ଜାପାନର ବଣିକ ବ୍ୟବସାୟୀ ସହର ଓସାକାର ସାତୋଟି ଐତିହାସିକ ସମାଧି ସ୍ଥାନମଧ୍ୟରୁ ଉମେଡା କବର ଖନନ କରାଯାଇଥିଲା।

ଆସୋସିଏସନର ଜଣେ ଅଧିକାରୀ ଯୋଗୀ ହିରାତାଙ୍କ କହିବାନୁସାରେ, ସେପ୍ଟେମ୍ବର 2016ରେ ଆରମ୍ଭ ହୋଇଥିବା ଅନ୍ତିମ ରାଉଣ୍ଡ ଖନନ ସମୟରେ 1,500 ରୁ ଅଧିକ ଅବଶିଷ୍ଟାଂଶ ମିଳିଥିଲା  । ପୂର୍ବ ଖନନରେ , କିଛି ମୃତଦେହଗୁଡିକରେ ଅଙ୍ଗରେ କ୍ଷତ ଚିହ୍ନ ଦେଖାଇଥିଲା । ଏହି କ୍ଷତ ଚିହ୍ନ ଯୋଗୁଁ କୌଣସି ମହାମାରୀର ଆକ୍ରାନ୍ତ ହୋଇଥିବାର ଅନୁମାନ କରାଯାଉଛି । ତେବେ ଏହାର ପରୀକ୍ଷା ପରେ ତଥ୍ୟ ପଦାକୁ ଆସିପାରିବ ।

Related posts