ଋଷିଆ ଓ ଚୀନ ପୂର୍ବରୁ ଆମେରିକା ନେଇ ଆସିବ କୋଭିଡ19 ଭ୍ୟାକସିନ୍, ଆମେରିକା ଡ୍ରଗ ମୁଖ୍ୟଙ୍କ ଦମ୍ଭୋକ୍ତି

Published: Aug 31, 2020, 7:30 am IST

ନ୍ୟୁୟର୍କ, ଋଷ ଏବଂ ଚୀନ୍ ପରେ ଆମେରିକାର ଡ୍ରଗ୍ ରେଗୁଲେଟର ବର୍ତ୍ତମାନ କୋଭିଡ୍ -୧୯ ଟିକାକୁ ଜରୁରୀକାଳୀନ ସ୍ବୀକୃତି ପ୍ରଦାନ କରିବାକୁ ଯାଉଛି। ଏହା କହିଛନ୍ତି ଆମେରିକାର ଖାଦ୍ୟ ଓ ଡ୍ରଗ୍ ନିୟନ୍ତ୍ରଣ ପ୍ରଶାସନର କମିଶନର ଷ୍ଟିଫେନ ହାନ୍। ରବିବାର ପ୍ରକାଶିତ ଫାଇନାନ୍ସିଆଲ୍ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କମିଶନର ଷ୍ଟିଫେନ୍ ହାନ୍ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ କୋଭିଡ୍ -୧୯ ଭ୍ୟାକସିନର ଜରୁରୀକାଳୀନ ସ୍ବୀକୃତି ନିହାତି ଆବଶ୍ୟକତା ରହିଛି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକା ଏବଂ ଔଷଧ ପରୀକ୍ଷା ପାଇଁ ଔଷଧ ନିର୍ମାତାମାନଙ୍କୁ ଅନୁମୋଦନ ଦେବା ପରେ ଏହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଁଚିଛି। ତେବେ ଭ୍ୟାକସିନ ବାହାର କରିବାରେ ଆମେରିକାର ବିଳମ୍ବକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। କାରଣ ଆସନ୍ତା ନଭେମ୍ବର ଆମେରିକାର ନିର୍ବାଚନ ଅଛି। ଟ୍ରମ୍ପ କୁଆଡେ ଏହି ଅନୁମୋଦନ ପ୍ରକ୍ରିୟାକୁ ବିଳମ୍ବ କରି ଠିକ ନିର୍ବାଚନ ପୂର୍ବରୁ ବାହାର କରିବେ ବୋଲି ଆମେରକୀୟ ଗଣମାଧ୍ୟମ କହିଛି। ତେବେ ଏହାକୁ ହ୍ବାଇଟ ହାଉସ ତରଫରୁ ଖଣ୍ଡନ କରାଯାଇଛି। ଖୁବ ଶିଘ୍ର ଅର୍ଥାତ ରୁଷିଆ ଓ ଚୀନ ଭ୍ୟାକସିନ ଆସିବା ପୂର୍ବରୁ ଆମେରିକାରେ ତାହା ଉପଲବ୍ଧ ହେବ ବୋଲି କୁହାଯାଇଛି।

Related posts