ଗୁଡି ସହିତ ପବନରେ ଶହେ ଫୁଟ୍‌ ଉପରକୁ ଉଡିଗଲେ ତିନି ବର୍ଷର ବାଳିକା

Published: Sep 1, 2020, 12:23 pm IST

ତାଇଓ୍ବାନ : ତାଇଓ୍ବାନ ସହରର ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏଠାରେ ଏକ ଗୁଡି ଉଡା ଉତ୍ସବ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଡି ଉଡା ପର୍ବ ପାଳନ ହେଉଥିବା ସମୟରେ ଏକ ଗୁଡି ସହିତ ତିନି ବର୍ଷର ଶିଶୁ ମଧ୍ୟ ପବନରେ ଉଡି ଯାଇଥିଲେ । ପ୍ରାୟ 18 ସେକେଣ୍ଡେ ଧରି ସେ ଗୁଡିକୁ ଧରି ପବନରେ ଉଡିଥିଲେ । ଏହା ପରେ ବହୁ ପରିଶ୍ରମ ପରେ ଶିଶୁକୁ ତଳକୁ ଅଣାଯାଇଥିଲା । ଶିଶୁଟି ସୁସ୍ଥ ଥିବାର ଜଣାପଡିଛି ।

ଗୁଡି ଉଡିବା ସମୟରେ ପବନର ବେଗ ଏତେ ପ୍ରବଳ ଥିଲା ଯେ ଶିଶୁଟି ଗୁଡି ସହିତ 100 ଫୁଟ୍‌ ଉପରକୁ ଉଡିଯାଇଥିଲେ । କିନ୍ତୁ ସାବଧାନୀ ସହକାରେ ଶିଶୁଟିକୁ ଉଦ୍ଧାର କରାଯାଇଛି । ପବନ ଟିକେ କମ୍‌ ହେବା ପରେ ତଳେ ଥିବା ଲୋକେ  ଶିଶୁଟିକୁ ଧରି ପକାଇଥିଲେ ।

ଶିଶୁଟି ପବନରେ ଉଡିଯାଉଥିବାର ଦେଖି ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି ହୋଇଯାଇଥିଲା । କିନ୍ତୁ ସମେସ୍ତ ଶିଶୁଟିର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଧୀରେ ଧୀରେ ପତଙ୍ଗର ଦଉଡିକୁ ଟାଣି ଟାଣି ତଳକୁ ଅଣାଯାଇଥିଲା । ଏବଂ ପବନର ବେଗ କମ୍‌ ହେବା ପରେ ଶିଶୁଟିକୁ ତଳକୁ ଓହ୍ଲାଯାଇଥିଲା ।

ତେବେ ଗୁଡି ଉଡା ପର୍ବ ତାଇଓ୍ବନ ସହରର ହଂଶିନ୍‌ ସହରରେ ଆୟୋଜିତ ହୋଇଥିଲା । ଶିଶୁଟିକୁ ସାମାନ୍ୟ ଆାଘଶତ ଲାଗିଥିବାର ସୂଚନା ରହିଛ । ତେବେ ଶିଶୁଟି ଏହି ଘଟଣା ପରେ ବହୁତ ଭୟଭୀତ ହୋଇଥିବାର ଦେଖାଯାଇଥିଲା । ତୁରନ୍ତୁ ତାଙ୍କୁ ହସ୍ପିଟାଲ ନିଆଯାଇଥିବାବେଳେ ଶିଶୁଟି ସୁସ୍ଥ ଅଛନ୍ତି । ତେବେ ପବନର ବେଗ ଅଧିକ ହେବାରୁ ଶିଶୁଟିକ ଗୁଡି ଓ ରଶି ମଧ୍ୟରେ ଛନ୍ଦି ହୋଇ ପଡି ଉପରକୁ ଉଡି ଯାଇଥିଲେ । (ଏଜେନ୍ସି)

Related posts