Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଏଲଏସି ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ- ଚୀନ୍‌ ମଧ୍ୟରେ 5 ସୂତ୍ରୀ ସହମତି
ଅନ୍ତରାଷ୍ଟ୍ରୀୟ

ଏଲଏସି ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ- ଚୀନ୍‌ ମଧ୍ୟରେ 5 ସୂତ୍ରୀ ସହମତି

September 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରୁଷ୍‌ : ଗତ ଚାରି ମାସ ଧରି ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସୀମାରେ ଉତ୍ତେଜନା ବଢିବାରେ ମଧ୍ୟ ଲାଗିଛି । ତେବେ ଏହି ସମସ୍ୟାର ସମାଧାନ ପାଇଁ ବହୁବାର ବୈଠକ ହେବା ସତ୍ତ୍ବେ ଏଥିରେ କିଛି ଫରକ୍‌ ଆସିନାହିଁ । ଦୀର୍ଘ ସମୟ ପରେ ରୁଷରେ ଭାରତ ଓ ଚୀନ୍‌ର ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ବାଗ ୟି ସୀମା ବିବାଦକୁ ନେଇ ଚର୍ଚ୍ଚା କରିଥିଲେ ।

ଏହାପରେ ଏଲ୍‌ଏସିରେ ଉତ୍ତେଜନା ହ୍ରାସ ପାଇଁ ଭାରତ- ଚୀନ୍‌ ମଧ୍ୟରେ 5 ସୂତ୍ରୀ ସହମତି ହୋଇଥିବା ଜଣାପଡିଛି । ମସ୍କୋରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା ପରେ ସହମତି ହୋଇଥିବାର ସୂଚନା ରହିଛି । ଅଢେଇ ଘଣ୍ଟାର ଆଲୋଚନା ପରେ ସୈନ୍ୟ ଅପସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଶୀଘ୍ର ସୈନ୍ୟ ହଟାଇବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି । ସ୍ଥିତାବସ୍ଥା ପାଇଁ ଯଥାସମ୍ଭବ ବ୍ୟବଧାନ ସହ ଉତ୍ତେଜନା ହ୍ରାସ ଲାଗି ସହମତି ପ୍ରକାଶ ପାଇଛି । ତେବେ ସେନା ସ୍ତରରେ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିବ ବୋଲି ଜଣାପଡିଛି ।

ଭାରତ-ଚୀନ୍‌ ମଧ୍ୟରେ ହୋଇଥିବା ପାଞ୍ଚ ସୂତ୍ରୀ ଆଲୋଚନା
1. ଭାରତ-ଚୀନ୍ ସମ୍ପର୍କରେ ସୁଧାର ପାଇଁ ଉଭୟ ପକ୍ଷ ନେତାଙ୍କ ସହମତି ଭିତ୍ତିରେ ମାର୍ଗଦର୍ଶନ କରିବା ଉଚିତ ଓ ମତଭେଦକୁ ବିବାଦୀୟ ହେବାକୁ ଦିଆଯିବ ନାହିଁ ।
2. ସୀମାରେ ସାମ୍ପ୍ରତିକ ପରିସ୍ଥିତି ଉଭୟ ଦେଶ ସପକ୍ଷରେ ନାହିଁ । ଦୁଇ ଦେଶର ସେନା ମଧ୍ୟରେ ଆଲୋଚନା ଜାରି ରହିବ ଓ ସୀମାରେ ପୂର୍ବ ପରିସ୍ଥିତିକୁ ସୁଧାରିବା ପାଇଁ ପରିବେଶ ସୃଷ୍ଟି କରିବେ ।
3. ଉଭୟ ଦେଶ ଭାରତ ଏବଂ ଚୀନ୍ ସୀମାରେ ଥିବା ଚୁକ୍ତିନାମାକୁ ଅନୁସରଣ କରିବେ ଏବଂ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରିବେ ।
4. ସୀମା ବିବାଦକୁ ନେଇ ସ୍ୱତନ୍ତ୍ର ପ୍ରତିନିଧୀଙ୍କ ମଧ୍ୟରେ ଆଲୋଚନା ମଧ୍ୟ ଜାରି ରହିବ ।
5. ଶାନ୍ତି ପ୍ରତିଷ୍ଠା ହେବା ପରେ ଉଭୟ ଦେଶ ସେମାନଙ୍କ ସମ୍ପର୍କକୁ ଆହୁରି ଆଗକୁ ବଢ଼ାଇବା ଦିଗରେ କାମ କରିବେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ 

June 6, 2026

NH – ୧୬ରେ ଟ୍ରକ ଚାପାରେ ଜଣେ ମୃତ

June 6, 2026
Latest News

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ 

June 6, 2026

NH – ୧୬ରେ ଟ୍ରକ ଚାପାରେ ଜଣେ ମୃତ

June 6, 2026

CJP Protest: ହଜାର ହଜାର ସମର୍ଥକଙ୍କ ସହିତ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କଲା ସିଜେପି

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.