ନିୟନ୍ତ୍ରଣ ରେଖା ପାର ହେଉଥିବା ବେଳେ ଜଣେ ଚୀନ ସୈନିକଙ୍କୁ ଅଟକ ରଖିଲେ ଭାରତୀୟ ସେନା

Published: Oct 19, 2020, 11:09 pm IST

ନୂଆଦିଲ୍ଲୀ, କର୍ପୋରେଲ ୱାଙ୍ଗ ୟା ଲୋଙ୍ଗ ନାମକ ଜଣେ ପିଏଲଏ ସୈନିକ ଆଜି ଅର୍ଥାତ ୧୯ ଅକ୍ଟୋବର ୨୦୨୦ରେ ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ନିୟନ୍ତ୍ରଣ ରେଖା ପାର ହେବା ପରେ ଗିରଫ ହୋଇଛନ୍ତି । ଅତ୍ୟଧିକ ଉଚ୍ଚତା ଏବଂ କଠିନ ଜଳବାୟୁ ପରିସ୍ଥିତିରୁ ରକ୍ଷା କରିବା ପାଇଁ ପିଏଲଏ ସୈନିକଙ୍କୁ ଅମ୍ଳଜାନ, ଖାଦ୍ୟ ଏବଂ ଶୀତ ପୋଷାକ ସହିତ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି ।

ନିଖୋଜ ସୈନିକଙ୍କ ସୂଚନା ସମ୍ପର୍କରେ ପିଏଲଏ ପକ୍ଷରୁ ଦିଆଯାଇଥିବା ଏକ ଅନୁରୋଧକୁ ମଧ୍ୟ ଗ୍ରହଣ କରାଯାଇଛି । ପ୍ରୋଟୋକଲ ଅନୁଯାୟୀ, ପ୍ରକ୍ରିୟା ସମାପ୍ତ ହେବା ପରେ ସେହି ସୈନିକଙ୍କୁ ଚୁସୁଲ – ମୋଲଡୋ ବୈଠକ ସ୍ଥାନରେ ଚୀନ ଅଧିକାରୀଙ୍କୁ ଫେରାଇ ଦିଆଯିବ।

Related posts