ରୋଗୀଙ୍କ ଆଖିରୁ ବାହାରିଲା ଏମିତି କିଛି, ଯାହାକୁ ଦେଖି ଡାକ୍ତର ହେଲେ ଆଶ୍ଚର୍ଯ୍ୟ

Published: Oct 31, 2020, 1:15 pm IST

ଚୀନ୍‌ : ଚୀନ୍‌ରେ ଜଣେ ରୋଗୀଙ୍କ ଆଖିକୁ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଚୀନ୍‌ର ଜଣେ ବ୍ୟକ୍ତିଙ୍କ ଆଖିରୁ ଜୀବନ୍ତ କୀଟ ବାହାରିଥିବାର ସୂଚନା ରହିଛି । ଡାକ୍ତର ଜଣକ ଏହି ବ୍ୟକ୍ତିଙ୍କ ଆଖିରୁ 20ଟି ଜୀବନ୍ତ କୀଟ ବାହାର କରିଛନ୍ତି। 60 ବର୍ଷୀୟ ଏହି ବ୍ୟକ୍ତିଙ୍କ ନାମ ଉପନାମ ଓ୍ବାନ୍‌ ବୋଲି ସୂଚନା ରହିଛି । ଗତ କିଛି ମାସ ହେବ ତାଙ୍କଆଖରେ ଯନ୍ତ୍ରଣା ଅନୁଭବ ହେଉଥିଲା ।  କିନ୍ତୁ ସେ ଏହାକୁ ଥକ୍କାପଣ ପାଇଁ ହେଉଛି ଭାବି ଅଣଦେଖା କରୁଥିଲେ । କିନ୍ତୁ ଆଖର ଯନ୍ତର୍ଣା ଅଧିକ ବଢିବାରୁ ସେ ଡାକ୍ତରଙ୍କନିକଟରେ ଦେଖାଇଥିଲେ । ବ୍ୟକ୍ତିଙ୍କର ଡାହାଣଆଖିର ପଲକରୁ 20ଟି ଜୀବନ୍ତ କୀଟକୁ ବାହାର କରିଛନ୍ତି ।  ଏହି କୀଟ ନେମାଟୋଡ୍‌ ପରଜୀବୀ ବୋଲି ଚିହ୍ନିତ ହୋଇଛି । କୁକୁର ଓ ବିଲେଇ ତଥା ଅନ୍ୟ ଜନ୍ତୁଙ୍କଠାରେ ଏହି କୀଟ ଦେଖାଯାଇଥା’ନ୍ତି । ଲାଭାରୁ କୀଟକୁ ବିକଶିତ ହେବାକୁ 15ରୁ 20 ଦିନ ସମୟ ନେଇଥାଏ ବୋଲଇ ସୂଚନା ଦେଇଛି ।

ତେବେ ଏହି କୀଟମାନେ ବ୍ୟକ୍ତିଙ୍କ ଆଖିକୁ କିପରି ଆସିଲେ ସେନେଇ କୌଣସି ସୂଚନା ମିଳିପାରିନାହିଁ । ଅପରପକ୍ଷରେ ଉକ୍ତ ବ୍ୟକ୍ତିଙ୍କ ଘରେ କୌଣସି ଗୃହପାଳିତ ପଶୁ ମଧ୍ୟ ନାହାନ୍ତି ।

2018 ମସିହାରେ ଆମେରିକାର ଜଣେ ମହିଳାଙ୍କ ଚେହେରାରେ କିଛି ପରଜୀବୀ କୀଟାଣୁ ରହିଥିବାର ସୂଚନା ରହିଛି । ମହିଳାଜଣଙ୍କ ଚେହେରା ଧଳା ଚିହ୍ନ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ତା’ପରେ  ଚିହ୍ନ ନୁହେଁ ବରଂ କୀଟାଣୁ ବୋଲି ଜଣାପଡିଥିଲା । (ଏଜେନ୍ସି)

Related posts