ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

Published: Nov 8, 2020, 10:09 am IST

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ ନିର୍ବାଚିତ ହେବା ପରେ ବର୍ତ୍ତମାନ ସାରା ପୃଥିବୀରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ସେହିପରି ଭାରତର ତରଫରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ଅଭିନନ୍ଦନ ଦେବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଅଭିନନ୍ଦନ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଆଶା କରୁଛି ଯେ ଦୁଇ ଦେଶ ଏକାଠି ହୋଇ କାର୍ଯ୍ୟ କରିବେ, ଭାରତ ଓ ଆମେରିକା ସଂପର୍କ ବୃଦ୍ଧି ପାଇବ।

ସେହିଭଳି ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କମଲା ହାରିସଙ୍କୁ ମଧ୍ୟ ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ସେ କମଲା ହ୍ୟାରିସଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ, ତୁମର ସଫଳତା ଏକ ନୂଆ ରାସ୍ତା ଦେଖାଇବାକୁ ଯାଉଛି ଏବଂ ସମସ୍ତ ଭାରତୀୟ-ଆମେରିକୀୟ ନାଗରିକ ଏଥିପାଇଁ ଗର୍ବ ଅନୁଭବ କରିବେ।

Related posts