ପାକିସ୍ଥାନରେ ମଧ୍ୟ ପାଳନ ହେଲା ଦୀପାବଳି, ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦେଲେ ଶୁଭେଚ୍ଛା

Published: Nov 15, 2020, 12:55 pm IST

ନୂଆଦିଲ୍ଲୀ, ଗତକାଲି ପାକିସ୍ଥାନରେ ମଧ୍ୟ ବେଶ୍ ଧୂମଧାମରେ ପାଳନ ହୋଇଛି ଦୀପାବଳି ଉତ୍ସବ। ପାକିସ୍ଥାନରେ ଥିବା ହିନ୍ଦୁମାନେ ଏହି ଉତ୍ସବକୁ କରୋନା କଟକଣା ମଧ୍ୟରେ ପାଳନ କରିଛନ୍ତି। ସଂଧ୍ୟାରେ ସେମାନେ ସେଠାରେ ଥିବା ମନ୍ଦିରରେ ଆଲୋକ ମାଳା ଏବଂ ଦୀପ ଲଗାଇ ପୂଜା କରିଥିଲେ। ଏହି ପରିପ୍ରେକ୍ଷୀରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ତାଙ୍କ ଟୁଇଟିରେ ଲେଖିଛନ୍ତି ଯେ, ପ୍ରତିଟି ହିନ୍ଦୁଙ୍କୁ ଆଜିର ଦୀପାବଳି ଉପଲକ୍ଷେ ଶୁଭେଚ୍ଛା ଜଣାଉଛି।

Related posts