କାବୁଲ୍ : ଆଫଗାନିସ୍ଥାନର ରାଜଧାନୀ କାବୁଲ୍ରେ ରକେଟ୍ ଆକ୍ରମଣରେ ଆଠ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 30ଜଣରୁ ଉର୍ଦ୍ଧ୍ବ ଆହତ ହୋଇଥିବାର ସୂଚନା ରହିଛି । ଏହି ଆକ୍ରମଣରେ ବହୁ କୋଠା ଧ୍ବଂସ ହୋଇଥିବାର ସୂଚନା ରହିଛି । କାବୁଲ ସହରରେ ଆତଙ୍କବାଦୀମାନେ 23ଟି ରକେଟ୍ ନିକ୍ଷେପ କରିଛନ୍ତି। ତେବେ ଏହି ଆକ୍ରମଣରେ ହାତ ନ ଥିବା କଥା ତାଲିବାନ କହିଥିବା ବେଳେ ଅନ୍ୟ କୌଣସି ସଂଗଠନ ଏଥିପାଇଁ ଦାୟୀ ବୋଲି ଦାବି କରିନାହାନ୍ତି।
ମିଳିଥିବା ସୂଚନା ଅନୁସାରେ, କାବୁଲ୍ ସହରର ବଜାର ଅକବାର ଖାନ୍, ସହର-ଏ-ନ୍ୟୁ, ଚାହର କାଲା, ଗୁଲ୍-ଏ-ସୁର୍ଖ, ସ୍ପିଞ୍ଜର୍ ରୋଡ୍, ନେସନାଲ୍ ଆର୍ଚିବ୍ ରୋଡ୍ ଆଦି ଅଞ୍ଚଳରେ ରମେଟ୍ ମାଡ ହୋଇଛି । (ଏଜେନ୍ସି)
Tags: