ରୁଷ୍ : ରୁଷ୍ର ଏକ ଗ୍ରାମରେ ପାର୍ଟି ଚାଲିଥିବାବେଳେ ଆଲକହଲ୍ ଶେଷ ହୋଇଯିବା ପରେ ହ୍ୟାଣ୍ଡ ସାନିଟାଇଜର୍ ପିଇଛନ୍ତି । ସାନିଟାଇଜର୍ ପିଇବା ବେଶ୍ ମହଙ୍ଗା ପଡିଛି । ସାନିଟାଇଜର୍ ପିଇ 7ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ କୋମାକୁ ଚାଲିଯାଇଛନ୍ତି । ସେମାନେ ପିଇଥିବା ସାନିଟାଇଜର୍ରେ 69 ପ୍ରତିଶତ ମେଥନାଲ୍ ରହିଥିଲା ।
ମିଳିଥିବା ସୂଚନା ଅନୁସାରେ, ରୁଷ୍ର ତାତିନ୍ସିକ ଗ୍ରାମରେ 9ଜଣ ଲୋକେ ମିଶି ପାର୍ଟି କରୁଥିଲେ । ମଦ ସରିଯିବା ପରେ ପାଖରେ ଥିବା ସାନିଟାଇଜର୍ ପିଇଦେଇଥିଲେ। ସାନିଟାଇଜର୍ ପିଇ ପ୍ରଥମେ 3ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ 6ଜଣଙ୍କୁ ଏୟାରକ୍ରାପ୍ଟରେ ୟାକୁତ୍ସ ନିଆଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଚାରିଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣ କୋମାକୁ ଚାଲିଯାଇଛନ୍ତି। ସୂଚନାଯୋଗ୍ୟ, ରୁଷ୍ରେ 20 ଲକ୍ଷ 64 ହଜାର 748ଟି ମାମଲା ଆସିଥିବାବେଳେ 35 ହଜାର 778ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)