ଇରାନର ପ୍ରସିଦ୍ଧ ଆଣବିକ ବିଜ୍ଞାନୀଙ୍କୁ ହତ୍ୟା!

Published: Nov 28, 2020, 3:28 pm IST

ତେହେରାନ : ଇରାନର ପ୍ରସିଦ୍ଧ ଆଣବିକ ବିଜ୍ଞାନୀ ମୋହସେନ ଫଖରୀଜାଦେହଙ୍କୁ ଶୁକ୍ରବାର ଦିନ ହତ୍ୟା କରାଯାଇଛି । ଇରାନର ରାଜଧାନୀ ତେହେରାନର ବାହାରେ ରହିଥିବା ମୋହସେନଙ୍କ ବାସଭବନ ବାହାରେ ତାଙ୍କୁ ହତ୍ୟା କରାଯାଇଛି । ମୋହସେନଙ୍କୁ ତାଙ୍କ କାର ମଧ୍ୟରେ ହତ୍ୟା କରାଯାଇଛି । ଏହି ହତ୍ୟା ପଛରେ ଇସ୍ରାଏଲର ହାତ ରହିଥିବା ନେଇ ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ କରାଯାଇଛି ।

ତେହେରାନ ପ୍ରଦେଶର ପୂର୍ବ ଦାମାବନ୍ଦ ଅଞ୍ଚଳରେ ମୋହସେନଙ୍କୁ ତାଙ୍କ କାରରେ ହତ୍ୟା କରାଯାଇଥିଲା । ଇରାନର ଗବେଷଣା ଓ ଉଦ୍ଭାବନ ବିଭାଗର ମୁଖ୍ୟ ରହିଥିବା ମୋହସେନଙ୍କୁ ଇରାନ ପ୍ରତିରକ୍ଷା ବିଭାଗ ପକ୍ଷରୁ ଶହୀଦ ଘୋଷଣା କରାଯାଇଛି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୋହସେନଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଙ୍କ ସମସ୍ତ ପ୍ରୟାସ ନିଷ୍ଫଳ ହୋଇଥିଲା । ସରକାରଙ୍କ ପକ୍ଷରୁ ମୋହସେନଙ୍କ ମୃତ୍ୟୁକୁ ସ୍ପଷ୍ଟ କରାଯାଇଥିବା ବେଳେ ତାଙ୍କୁ ଶହୀଦ ଘୋଷଣା କରାଯାଇଥିଲା ।

ଇରାନ ପକ୍ଷରୁ ଇସ୍ରାଏଲକୁ ଏହି ହତ୍ୟାକାଣ୍ଡ ପାଇଁ ଦାୟୀ କରାଯାଇଛି । ଇରାନ ବୈଦେଶିକ ମନ୍ତ୍ରୀ ଜୱାଦ ଜାରିଫ ଲେଖିଛନ୍ତି, ଆଜି ଆତଙ୍କୀ ମାନେ ଜଣେ ପ୍ରଖ୍ୟାତ ଆଣବିକ ବୈଜ୍ଞାନିକଙ୍କୁ ହତ୍ୟା କରିଛନ୍ତି । ସମଗ୍ର ବିଶ୍ୱ ଏହି ଘଟଣାକୁ ନିନ୍ଦା କରିବା ଉଚିତ ବୋଲି ଜାରିଫ କହିଛନ୍ତି । (ଏଜେନ୍ସି)

Related posts