Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଇସ୍ତଫା ଦେଇପାରନ୍ତି ବେଲାରୁଷ୍‌ ରାଷ୍ଟ୍ରପତି : ଜାରି ରହିଛି ବିରୋଧ ପ୍ରଦର୍ଶନ
ଅନ୍ତରାଷ୍ଟ୍ରୀୟ

ଇସ୍ତଫା ଦେଇପାରନ୍ତି ବେଲାରୁଷ୍‌ ରାଷ୍ଟ୍ରପତି : ଜାରି ରହିଛି ବିରୋଧ ପ୍ରଦର୍ଶନ

November 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମିନ୍ସକ: ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲାକାଶୋକେ ନିକଟରେ ତାଙ୍କ ପଦ ଛାଡି ପାରନ୍ତି ବୋଲି ସଙ୍କେତ ଦେଇଛନ୍ତି । ସେ ଗତ 26 ବର୍ଷ ହେବ ବେଲାରୁଷର ଶାସନ ଭାର ସମ୍ଭାଳିଛନ୍ତି । ସେ ୟୁରୋପର ଶେଷ ଶାସକ ବୋଲି କୁହାଯାଏ । ଅଗଷ୍ଟ 9ରେ ହୋଇଥିବା ନିର୍ବାଚନରେ ଲୁକାଶୋକେ ବିବାଦୀୟ ବିଜୟଲାଭ କରିଥିଲେ । ଏହାପରେ ଏହାର ବିରୋଧ କରି ଜନତା ରାସ୍ତାକୁ ଓହ୍ଲାଇଥିଲେ ।  ପ୍ରାୟତଃ ପ୍ରତିଦିନ ରାଜଧାନୀ ମିନ୍ସକ ସହିତ ବିଭିନ୍ନ ସହରରେ ତାଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। 66 ବର୍ଷୀୟ ଲୁକାଶୋକେ ରାଷ୍ଟ୍ରପତି ପଦର ଭୂମିକାକୁ ଦୁର୍ବଳ କରିବାକୁ ଦେଶର ସମ୍ବିଧାନରେ ସୁଧାର ଆଣିବା ଜରୁରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହା ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ନୁହେଁ । କାରଣ ନୂଆ ବ୍ୟବସ୍ଥା ଅନୁଯାୟୀ ସେ ରାଷ୍ଟ୍ରପତି ପଦରେ ନ ରହି ପାରନ୍ତି । ତେବେ ସେ କେବେ ରାଷ୍ଟ୍ରପତି ପଦ ଛାଡୁଛନ୍ତି ତାହା ସ୍ପଷ୍ଟ କରି ନାହାନ୍ତି ।

ବିବାଦୀୟ ପରିସ୍ଥିତି ଓ କାର୍ଯ୍ୟାନୁଷ୍ଠାନ ଡରରେ ରାଷ୍ଟ୍ରପତି ଲୁକାଶୋକେଙ୍କ ବିରୋଧରେ ନିର୍ବାଚନରେ ଲଢୁଥିବା ବିରୋଧୀ ନେତା ଶ୍ବେତଲାନା ତିଖାନାସ୍ବୋନା ଦେଶ ଛାଡି ଲିଥୁଓନିଆ ଚାଲିଯାଇଥିବାର ସୂଚନା ରହିଛି । ତେବେ ନିର୍ବାଚନରେ ପରାଜୟ ପରେ ଶ୍ବେତଲାନା କହିଛନ୍ତି ଯେ, ସେ ନିର୍ବାଚନ ହାରିଛନ୍ତି, କିନ୍ତୁ ସାହସ ହାରିନାହାନ୍ତି ।

ରାଷ୍ଟ୍ରପତି ଲୁକାଶୋକେ 1994 ମସିହାରେ ପ୍ରଥମଥର ପାଇଁ ନିର୍ବାଚନ ଜିତିଥିଲେ । ସେତେବେଳେ ଶ୍ବେତଲାନା 9 ବର୍ଷର ହୋଇଥିଲେ । ଏବେ 37 ବର୍ଷୀୟ ଶ୍ବେତଲାନା ଲୁକାଶୋକଙ୍କୁ କ୍ଷମତା ଚ୍ୟାଲେଞ୍ଜ କରିଥିଲେ । ଏହି କ୍ଷମତା ଲଢେଇରେ ଲୁକାଶୋକେ 80.23 ପ୍ରତିଶତ ଭୋଟ୍‌ ପାଇଥିବାବେଳେ ଶ୍ବେତଲାନା 9.9 ପ୍ରତିଶତ ଭୋଟ ପାଇଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.