Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଏହି ଦେଶରେ କରୋନାଠାରୁ ଏହି ରୋଗରେ ମରୁଛନ୍ତି ଅଧିକ ଲୋକେ, ଜାଣନ୍ତୁ କେଉଁଠାରେ ବ୍ୟାପୁଛି ଏହି ରୋଗ
ଅନ୍ତରାଷ୍ଟ୍ରୀୟ

ଏହି ଦେଶରେ କରୋନାଠାରୁ ଏହି ରୋଗରେ ମରୁଛନ୍ତି ଅଧିକ ଲୋକେ, ଜାଣନ୍ତୁ କେଉଁଠାରେ ବ୍ୟାପୁଛି ଏହି ରୋଗ

November 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ଠାରୁ ମଶା ଦ୍ବାରା ବ୍ୟାପୁଥିବା ରୋଗରେ ଅଧିକ ଲୋକେ ପ୍ରାଣ ହରାଉଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସୋମାବର ଦିନ ଏହା ସମ୍ପର୍କରେ ଘୋଷଣାକ ରିଛି । ଏହି ଦେଶରେ ମଶାଙ୍କଠାରୁ ବ୍ୟାପୁଥିବା ରୋଗରୁ ବର୍ତ୍ତିବା ପାଇଁ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଉଦ୍ୟମ ଜାରି ରହିଛି । କିନ୍ତୁ କରୋନା ଯୋଗୁଁ କିଛି ମାସ ହେବ ଅନ୍ୟ ରୋଗର ଭ୍ୟାକ୍‌ସିନ୍‌ ତଥା ମେଡିସିନ୍‌ ଯୋଗାଣରେ ବିଳମ୍ବରେ ହେଉଛି, ଯାହା କାରଣରୁ ମଶା ଦ୍ବାରା ବ୍ୟାପୁଥିବା ରୋଗରେ ଅଧିକ ଲୋକଙ୍କର ଜୀବନ ଯାଉଛି ।

ହୁର ମେଲେରିଆ ପୋଗ୍ରାମ୍‌ର ନିର୍ଦ୍ଦେଶକ ପେଡ୍ରୋ ଆଲ୍ସୋନ୍ସୋ କହିଛନ୍ତି ଯେ, ପୂରା ଦୁନିଆରେ ଗତ ବର୍ଷ 4.09 ଲକ୍ଷ ମ୍ୟାଲେରିଆରେ ମୃତ୍ୟୁବରଣ କରିଥିବାବେଳେ ଏହି ମୃତକଙ୍କ ମଧ୍ୟରେ ଅଧିକାଂଶ ଆଫ୍ରିକାର ଗରିବ ଦେଶର ଶିଶୁ ମାନେ ରହିଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବିଶ୍ବସ୍ତରୀୟ ମାଲେରିଆ ରିପୋର୍ଟ ଅନୁସାରେ ଚଳିତ ବର୍ଷ କରୋନାରେ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଆଫ୍ରିକାରେ କରୋନାଠାରୁ ମେଲେରିଆରେ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି ।

2019 ମସିହାରେ ଦୁନିଆରେ ମାଲେରିଆରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ଅଧିକାଂଶ ଆଫ୍ରିକାର ସବ୍‌-ସହାରନ୍‌ରୁ ରହିଥିଲେ । ସେହିପରି ନାଇଜେରିଆରେ 23 ପ୍ରତିଶତ, କାଙ୍ଗୋରୁ 11 ପ୍ରତିଶତ, ତାଞ୍ଜାନିଆରୁ 5 ପ୍ରତିଶତ, ନାଇଜର ଓ ମୋଜାମ୍ବିକରୁ 4-4 ପ୍ରତିଶତ ଲେଖାଏଁ ରହିଥିଲେ ।

ସବ୍‌ସହାରନ୍‌ ଅଞ୍ଚଳରୁ 20 ହଜାରରୁ 1ଲକ୍ଷ ପର୍ଯ୍ୟନ୍ତ ଲୋକ କେବଳ ମାଲେରିଆରେ ମୃତ୍ୟୁବରଣ କରିଥିଲେ । 2019 ମସିହାରେ ସାରା ବିଶ୍ବରୁ 22.90 କୋଟି ମାଲେରିଆ ମାମଲା ସାମ୍ନାକୁ ଆସିଥିଲା ।

ମାଲେରିଆର ଗତିକୁ ନ ରେକିଲେ ସାରା ଦୁନିଆର ଅଧା ଦୁନିଆ ଏହି ରୋଗର ଶିକାର ହୋଇଯିବ ବୋଲି ଚିନ୍ତା ପ୍ରକଟ କରିଛି ହୁ । ତେବେ କରୋନା କାଳରେ ମାଲେରିଆ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇପାରୁନାହିଁ, ଯାହା ଅଗାମୀ ସମୟରେ ବଡ ଚିନ୍ତାର କାରଣ ରୂପେ ଉଭା ହୋଇପାରେ ।

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେ, ଆମେମାନେ ମାଲେରିଆରୁ ରକ୍ଷା ପାଇବାର ଉପାୟ ଜାଣିଛୁ, କିନ୍ତୁ ସଚେତନତା ଅଭାବରୁ ଏହା ପ୍ରସାର ଲାଭ କରୁଛି । ବିଶେଷ କରି ଏହା ଆଫ୍ରିକା ମହାଦ୍ବୀପରେ ରହୁଥିବା ଗରିବ ଦେଶରେବ୍ୟାପୁଛି । ଏପରି ସମୟରେ ଏହି ଦେଶଗୁଡିକୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି । ମାଲେରିଆ ବିରୋଧରେ ଯୁଦ୍ଧ ଲଢେଇ ଜାରି ରଖିବା ସହିତ ଏହାର ମୂଳୋତ୍ପାଟନ କରିବା ଆବଶ୍ୟକ । (ଏଜେନ୍ସି)

maleria who
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 17, 2025

ଦ୍ୱିତୀୟ ଜାତୀୟ ଏଏନଟିଏଫ୍ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 17, 2025

ଆଜିଠାରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 17, 2025

ପାର୍ବଣକୁ ନେଇ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

September 17, 2025
Latest News

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 17, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନା

September 17, 2025

ଦ୍ୱିତୀୟ ଜାତୀୟ ଏଏନଟିଏଫ୍ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 17, 2025

ଆଜିଠାରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 17, 2025

ପାର୍ବଣକୁ ନେଇ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.