ଫାଇଜର ଟିକାକୁ ବ୍ରିଟେନର ଲାଇସେନ୍ସ

Published: Dec 2, 2020, 3:25 pm IST

ନୂଆଦିଲ୍ଲୀ: ଫାଇଜର ପ୍ରସ୍ତୁତ କରୋନା ଟିକାକୁ ବ୍ରିଟେନ ପକ୍ଷରୁ ଲାଇସେନ୍ସ ଦିଆଯାଇଛି ।  ପ୍ରଥମ ୟୁରୋପୀୟ ଦେଶ ଭାବେ ବ୍ରିଟେନ ଫାଇଜର ପ୍ରସ୍ତୁତ କରୋନା ଟିକାକୁ  ଲାଇସେନ୍ସ ଦେଇଛି ।  ଲୋକଙ୍କୁ ଟିକାକରଣ ପାଇଁ ବ୍ରିଟେନ 40 ନିୟୁତ ଡୋଜ କିଣିଥିବା ଜଣାଯାଇଛି । ଫାଇଜର ଟିକା କରୋନା ଭୁତାଣୁ ବିରୋଧରେ 95  ପ୍ରତିଶତରୁ ଅଧିକ ସୁରକ୍ଷା ପ୍ରଦାନ କରିବାକୁ ସକ୍ଷମ ହେଉଥିବା କୁହାଯାଉଛି। ବ୍ରିଟେନ୍‌ର ମେଡିସିନ୍‌ ଏବଂ ହେଲଥ୍‌ କେୟାର ପ୍ରଡକ୍ଟ ରେଗୁଲେଟାରୀ ଏଜେନ୍ସି ଏହି ଟିକାର ଗୁଣବତ୍ତା ଆକଳନ ଲାଗି ମଞ୍ଜୁରୀ ଦେଇଛନ୍ତି।

Related posts