Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅଜବ ପ୍ରେମ : ରୀତିନୀତି ଅନୁସାରେ କଣ୍ଢେଇକୁ ବିବାହ କଲେ ଯୁବକ
ଅନ୍ତରାଷ୍ଟ୍ରୀୟ

ଅଜବ ପ୍ରେମ : ରୀତିନୀତି ଅନୁସାରେ କଣ୍ଢେଇକୁ ବିବାହ କଲେ ଯୁବକ

December 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କାଜାକାସ୍ତାନ : ପ୍ରେମ ସତରେ ଅନ୍ଧ ହୋଇଥାଏ । ନା ସେଠି ଦେଖାଯାଏ ଜାତି, ଧର୍ମ ନା ବୟସ । ମନୁଷ୍ୟ ପ୍ରେମ ପାଇଁ ସବୁ ବନ୍ଧନକୁ ବି କାଟିପକାଏ । କିନ୍ତୁ କାଜାକିସ୍ତାନରେ ଜଣେ ଯୁବକଙ୍କ ନିଆରା ପ୍ରେମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାଜ୍‌କାସ୍ତାନର ଜଣେ ଯୁବକ ଏକ ପ୍ଲାଷ୍ଟିକ୍‌ କଣ୍ଢେଇକୁ ଭଲ ପାଇବସିଲେ । ଏହାପରେ ଏହି କଣ୍ଢେଇକୁ ବିବାହ କରିଛନ୍ତି ଯୁବକ ଜଣକ । ତେବେ ଏହି ବିବାହ କୌଣସି ମଜାକ୍‌ରେ ହୋଇନଥିଲା ବରଂ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ବିବାହ କରାଯାଇଥିଲା ।

କାଜାକ୍‌ସ୍ତାନରେ ଜଣେ ଯୁବକଙ୍କ ଅଜବ ବାହାଘର ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଯୁବକ ଜଣକ ହେଉଛନ୍ତି ୟୁରି ଟୋଲଚୋକ୍‌ । ସେହିପରି ସେ ବିବାହ କରିଥିବା କଣ୍ଢେଇର ନାମ ମାର୍ଗୋ । ମର୍ଗୋ ଓ ୟୁରୀଙ୍କ ପ୍ରଥମ ଦେଖାସାକ୍ଷାତ ଡିସ୍କୋର ହୋଇଥିଲା । ୟୁରି ପ୍ରଥମ ଦେଖାରେ କଣ୍ଢେଇ ମର୍ଗୋଙ୍କୁ ନିଜ ହୃଦୟ ଦେଇ ବସିଥିଲେ । ମାର୍ଗୋ ହେଉଛି ଏକ ସିନ୍ଥେଟିକ୍‌ ସେକ୍ସ ଡଲ୍‌ । ୟୁରୀ ପ୍ରଥମେ ମାର୍ଗୋ ସହ ନିଜର ନିର୍ବନ୍ଧ କରାଇଥିଲେ । ଦୁହିଁଙ୍କର ରିଙ୍ଗ୍‌ ସେରିମନିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ୟୁରୀଙ୍କର ପାଗଳାମୀ ବହୁତ ଶୀଘ୍ର ବନ୍ଦ ହୋଇଯିବ ବୋଲି ଲୋକେ ଭାବିଥିଲେ । କିନ୍ତୁ ମାର୍ଗୋଙ୍କ ଯାଦୁ ୟୁରିଙ୍କ ଜୀବନରେ ଏମିତି ରହିଲା ଯେ ୟୁରୀ ନିର୍ବନ୍ଧ ପରେ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ମାର୍ଗୋଙ୍କ ସହ ବିବାହ କରିଥିଲେ । ମାର୍ଗୋଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ତାଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ୟୁରୀ । ତେବେ ତାଙ୍କ ବିବାହରେ 15ଜଣରୁ ଅଧିକ ଅତିଥି ଯୋଗ ଦେଇଥିଲେ । ୟୁରୀ ମାର୍ଗୋଙ୍କ ସହ ସାତ ଜନ୍ମ ପାଇଁ ଶପଥ ନେଇଥିଲେ । ମର୍ଗୋ ଓ ୟୁରୀଙ୍କ ବିବାହର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌  ଭାଇରାଲ୍‌ ହୋଇଛି ।ଦୁହେଁ ବିବାହ ପରେ ଖୁସିରେ ନାଚୁଥିବାର ମଧ୍ୟ ଦେଖାଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.