ଚାଣକ୍ୟ ନୀତି: ଜୀବନରେ ସଫଳତା ପାଇବାକୁ ହେଲେ କଣ କରିବା ଉଚିତ

Published: Dec 19, 2020, 6:30 am IST

ନୂଆଦିଲ୍ଲୀ,  ଜୀବନରେ କିପରି ମଣିଷ ସଫଳତା ହାସଲ କରିପାରିବ ତାହାର ସୁତ୍ର ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ ହିସାବରେ ଆପଣ ପ୍ରତିଦିନ ଶାସ୍ତ୍ରର ଗୋଟିଏ ଶ୍ଲୋକ ପାଠ କରନ୍ତୁ। ନ ପଢିପାରିଲେ ଅର୍ଦ୍ଧ ଶ୍ଲୋକ କିମ୍ବା ଅନ୍ତତଃ ପକ୍ଷେ ଗୋଟିଏ ପଦ ପଢନ୍ତୁ। ଯେଉଁମାନେ ଆଦୌ ଶାସ୍ତ୍ର ପାଠ କରୁ ନ ଥିବେ ସେମାନଙ୍କୁ ହୁଏତ ଅଡୁଆ ହୋଇପାରେ। ହେଲେ ପ୍ରତିଦିନ ପଢିବାର ଅଭ୍ୟାସ ଜାରୀ ରଖନ୍ତୁ। ଏହା ଦ୍ବାରା ଆପଣଙ୍କର ଅଗୋଚରରେ ଜୀବନରେ ନିଶ୍ଚିତ ସଫଳତା ମିଳିବ।

ସମସ୍ତେ ଭାବନ୍ତି ଗୀତା ପାଠ କରିବା ଦ୍ବାରା ଧର୍ମ ଅର୍ଜ୍ଜନ ହୁଏ। ହେଲେ ଜାଣି ରଖିବା ଉଚିତ ଯେ, କେବଳ ଗୀତାରୁ ଧର୍ମ ନୁହେଁ ଜୀବନର କର୍ମ ମଧ୍ୟ ସେଥିରୁ ମିଳିଥାଏ। ଧର୍ମ ଶାସ୍ତ୍ର କେବଳ ଧର୍ମ ଅର୍ଜନ ପାଇଁ ବୋଲି ଭାବିବା ଉଚିତ ନୁହେଁ। ଅଳସୁଆ କିମ୍ବା ମଉଜ କରି ସମୟ କାଟିବା ଅପେକ୍ଷା ଶାସ୍ତ୍ର ପାଠ କରିବା ପ୍ରତ୍ୟେକ ମଣିଷର ଅନ୍ୟତମ କର୍ତ୍ତବ୍ୟ।

Related posts