Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆବର୍ଷରେ ଏହି ସବୁ ଜିନିଷକୁ ଘରୁ କର ବାହାର, ଧନ ପ୍ରାପ୍ତି ସହ ମିଳିବ ଉନ୍ନତି
ଆଜିର ଖବର

ନୂଆବର୍ଷରେ ଏହି ସବୁ ଜିନିଷକୁ ଘରୁ କର ବାହାର, ଧନ ପ୍ରାପ୍ତି ସହ ମିଳିବ ଉନ୍ନତି

January 1, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ନୂତନ ବର୍ଷ ସମସ୍ତଙ୍କ ପାଇଁ ସଫଳତାର ବର୍ଷ ହେଉ ବୋଲି ସମେସ୍ତ ଚାହାନ୍ତି। ନୂତନ ବର୍ଷରେ ଧନ ଓ ଉନ୍ନତି ପାଇଁ ବାସ୍ତୁର ଉପାୟ ମଧ୍ୟ କରନ୍ତି। ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ନୂତନ ବର୍ଷ ପ୍ରାରମ୍ଭରେ ଘରୁ କିଛି ଜିନିଷ ବାହାର କରିଦେବା ଉଚିତ୍‌। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ନୂଆବର୍ଷରେ କେଉଁ କେଉଁ ଜିନିଷ ଘରୁ ବାହାର କରିବା ଶୁଭ ହୋଇଥାଏ ଜାଣନ୍ତୁ।

ପୂଜାସ୍ଥଳରୁ ପୁରୁଣା ସାମଗ୍ରୀ ହଟାନ୍ତୁ: ଆମେ ପୂଜା କରିବା ସମୟରେ ଭଗବାନଙ୍କ ପ୍ରତିମା କିମ୍ବା ମୂର୍ତ୍ତିରେ ଫୁଲ ମାଳା ଚଢାଇଥଶଉ। ବାସ୍ତୁ ଶାସ୍ତ୍ର ଅନୁସାରେ ମନ୍ଦିରକୁ ସଫା ସୁତୁରା କରିବା ଓ ପୁରୁଣା ଫୁଲକୁ ହଟାଇବା ଶୁଭ ହୋଇଥାଏ। କୁହାଯାଏ ନୂତନ ବର୍ଷରେ ଘରେ ହେଉ ଅବା ଅଫିସ୍‌ରେ ଥିବା ଠାକୁରଙ୍କ ସ୍ଥାନକୁ ସଫା ସୁତୁରା ରଖନ୍ତୁ। କୁହାଯାଏ ଠାକୁରଙ୍କ ପାଖରେ ପୁରୁଣା ତଥା ଅବ୍ୟବହୃତ ଜିନିଷ ରଖିଲେ ବାସ୍ତୁ ଦୋଷ ହୋଇଥାଏ। ଏହା ଦ୍ବାରା ଘରେ ଦରିଦ୍ରତା, କଳି ସୃଷ୍ଟି ହୁଏ।

ଚାଲୁନଥିବା ଘଣ୍ଟା: ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଚାଲୁନଥିବା ଘଣ୍ଟା ରହିଥାଏ, ତାହାକୁ ତୁରନ୍ତ ବାହାର କରିବା ଉଚିତ୍‌। ଘରେ କୌଣସି ଭଙ୍ଗା କିମ୍ବା ବନ୍ଦ ପଡିଥିବା ଘଣ୍ଟା ରଖିବା ଅନୁଚିତ୍‌। ଏହାଦ୍ବାରା ପଇସା ଅଯଥା ଖର୍ଚ୍ଚ ହେବା ସହ ଘରେ ସବୁବେଳେ ଅଭାବ ଲାଗି ରହେ।

ଭଙ୍ଗା ଆସବାବ ପତ୍ର: ଘରେ ଭଙ୍ଗା ଚେୟାର କିମ୍ବା ଖଟ ରଖିବା ଅନୁଚିତ। ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି କରିଥାଏ। ନୂତନ ବର୍ଷରେ ଏହି ସବୁ ଭଙ୍ଗା ଜିନିଷକୁ ଘରକୁ ବାହାର କରିଦେବା ଅତ୍ୟନ୍ତ ଶୁଭ। ଏହି ଭଙ୍ଗା ଜିନିଷ ଘରେ ରହିବା ଦ୍ବାରା ଦରିଦ୍ରତା ଆସିଥାଏ।

ଧନ ପ୍ରାପ୍ତି ନୂଆବର୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

June 23, 2026

ହର୍ମୁଜ୍ ପ୍ରଣାଳୀ ଖୋଲିବା ପରେ ପାକିସ୍ତାନର ବଡ଼ ପଦକ୍ଷେପ: ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ

June 23, 2026

ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଟି-୨୦ ସିରିଜରୁ ବାଦ ପଡ଼ିଲେ ନୀତିଶ ରେଡ୍ଡି: ଜାଣନ୍ତୁ କାହାକୁ ମିଳିଲା ସୁଯୋଗ?

June 23, 2026

ପ୍ରଶାନ୍ତ ମହାସାଗରରେ ବିପଜ୍ଜନକ ଏଲ ନିନୋ ସକ୍ରିୟ: ଭାରତ ପାଇଁ ସୃଷ୍ଟି କରୁଛି ବଡ଼ ବିପଦ

June 23, 2026
Latest News

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

June 23, 2026

ଭାରତ ଏବଂ ଚୀନ ପ୍ରତିଦ୍ୱନ୍ଦ୍ୱୀ ନୁହଁନ୍ତି: ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି

June 23, 2026

ହର୍ମୁଜ୍ ପ୍ରଣାଳୀ ଖୋଲିବା ପରେ ପାକିସ୍ତାନର ବଡ଼ ପଦକ୍ଷେପ: ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ

June 23, 2026

ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଟି-୨୦ ସିରିଜରୁ ବାଦ ପଡ଼ିଲେ ନୀତିଶ ରେଡ୍ଡି: ଜାଣନ୍ତୁ କାହାକୁ ମିଳିଲା ସୁଯୋଗ?

June 23, 2026

ଆଦିତ୍ୟ ବିର୍ଲା ଗ୍ରୁପ୍‌ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ 

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.