Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧନ୍ୟବାଦ କରୋନା; ତମେ ଆସି କେବଳ କ୍ଷତି କରିନ, ଲାଭ ମଧ୍ୟ କରିଛ, କିପରି କହିଲ ???
ଆଜିର ଖବର

ଧନ୍ୟବାଦ କରୋନା; ତମେ ଆସି କେବଳ କ୍ଷତି କରିନ, ଲାଭ ମଧ୍ୟ କରିଛ, କିପରି କହିଲ ???

March 11, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କରୋନା ପୃଥିବୀ ପୃଷ୍ଠକୁ ଆସି ଅନେକଙ୍କୁ କଲବଲ କରି ମାରି ସାରିଲାଣି। ବର୍ତ୍ତମାନ ସମସ୍ତେ କରୋନାକୁ ନେଇ ଘରେ ଆତଙ୍କିତ ଅବସ୍ଥାରେ। ଏସବୁ ଭିତରେ କରୋନାକୁ ନେଇ ଘଟିଯାଉଥିବା କିଛି କିଛି ଘଟଣା ଅନେକ ସେମାନଙ୍କର ସାମାଜିକ ଗଣମାଧ୍ୟମରେ ଉପସ୍ଥାପିତ କରିଛନ୍ତି। ସେସବୁକୁ ନେଇ ଏହି ଭିନ୍ନ ଉପସ୍ଥାପନା…

(୧) ତିନିବର୍ଷ ହେଲାଣି କ୍ଲାସ’ର ସବୁ ପରୀକ୍ଷାରେ ୪୦% ରୁ ୫୦% ନମ୍ବର ରଖୁଥିବା ପୁଅ ଏଇବର୍ଷ କ୍ଲାସଟେଷ୍ଟରେ ୯୫% ନମ୍ବର ରଖିଥିବା ଦେଖି ଖୁସିରେ ଉଛୁଳି ପଡି ମା କହୁଥିଲେ, “ଦେଖିଲ ? ମୁଁ କହୁ ନ ଥିଲି, ଆମ ପୁଅ ଭଲ ପଢୁଛି ଓ ପରୀକ୍ଷାରେ ବି ଠିକ୍ ଲେଖୁଥିବ। ଏଇ ସାର୍, ଦିଦିଗୁଡାକ ରାଗ ରଖି ଆମ ପୁଅକୁ କମ୍ ନମ୍ବର ଦେଉଥିଲେ।”

ବାପା ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏତେ ଅଧିକ ମାର୍କ ଆଗରୁ କାହିଁକି ଆଣୁ ନ ଥିଲା?”

“ଆମ ପୁଅ, କ୍ଳାସରେ ସାର୍, ଦିଦିମାନଙ୍କ ସାମ୍ନାରେ ଲେଖିଲା ବେଳକୁ ନର୍ଭସ୍  ହୋଇଯାଉଥିଲା। ଏବେ ଆମ ପୁଅ ଘରେ ରହି, ଅନ୍-ଲାଇନ ପରୀକ୍ଷା ଦେଉଛି ବୋଲି ଭଲ ନମ୍ବର ଆଣିଛି। କାଳେ ଭୁଲ୍ ଉତ୍ତର ଲେଖି ଦେବ ବୋଲି, ବହି ଖାତା ଦେଖି ସବୁ ଚେକ୍ କରି ଲେଖିଛି।”

“ଆଉ ତାକୁ ସ୍କୁଲ ଛାଡିବାନି। ଘରେ ରହି ଅନ୍-ଲାଇନରେ ପରୀକ୍ଷା ଦେଉ। ମୁଁ ତ ଚାହୁଁଛି, ଆଇ.ଆଇ.ଟି. ପାଇଲା ଯାଏଁ ଏମିତି ଘରେ ରହି ଅନ୍-ଲାଇନ ପରୀକ୍ଷା ଲେଖୁ। ଧନ୍ୟବାଦ କରୋନା।”

ଆବାକାବା ହୋଇ ଅନାଇଥିଲେ ବାପା। ପତ୍ନୀ ପାଖକୁ ଆସି କହିଲେ, “ଶୁଣ, ତମେ ଏଇନା ଆଇ.ଏ.ଏସ. ପରୀକ୍ଷା ଅନ୍-ଲାଇନରେ ଦେଇ ପାରିବନି?

(୨) ପତ୍ନୀ ପାଖକୁ ଆସି ପଚାରିଲେ, “ଲକଡାଉନ-୩ରେ ବି ସିନେମା ହଲ୍ ଖୋଲିଲାନି? ଡରରେ ମଣିଷ ସପିଙ୍ଗ ମଲ୍ କି ହୋଟେଲ୍ ଯାଉନି। କୁଆଡେ ବାହାରକୁ ବୁଲି ବି ଯାଇପାରୁନେ। କାମବାଲୀ ନ ଆସିବାକୁ, ଘରେ ରହି ରହି, ରୋଷେଇ କରି କରି ମୋ ଅବସ୍ଥା ଖରାପ ହୋଇ ଗଲାଣି। ଏଇ କରୋନା ଯୋଗୁଁ ମୋ ଜୀବନ ବରବାଦ ହୋଇଯିବ ବୋଧେ।”

ହସିଦେଇ ସ୍ୱାମୀ କହିଲେ, “ଯାହାହେଉ, ଏଇ ମଉକାରେ ତମ ରନ୍ଧା ଓ ରୋଷେଇ ବହୁତ ଉନ୍ନତି କରିଛି ଓ ସ୍ତ୍ରୀଙ୍କ ପରସା ମିଳୁଛି। ବାହାରେ ବୁଲା, ‘ହୋଟେଲ୍’ରେ ଖିଆ, ‘ମଲ୍’ରେ ସପିଙ୍ଗ ଓ ‘ହଲ୍’ରେ ସିନେମା ଦେଖା ହେଉନି ବୋଲି ଟଙ୍କା ସଞ୍ଚୟ ହୋଇ ଆମ ଘର ତିଆରି ଲୋନ୍ ସୁଝିବାରେ ସାହାଯ୍ୟ କରିଛି। ଧନ୍ୟବାଦ କରୋନା।”

(୩) ପ୍ରେମିକ, ପ୍ରେମିକା ମଟର ସାଇକେଲରେ ଯାଉଥିବା ବେଳେ, ପ୍ରେମିକ କହିଲା,”କରୋନା ଯୋଗୁଁ ଆଉ ତମ ସହ ବେଶୀ ସମୟ କାଟି ହେଉନି। ଚିଡି ଲାଗୁଛି କରୋନା ଉପରେ। ସବୁବେଳେ ପୁଣି ମୁହଁରେ ମାସ୍କ।”

ଧୀର ସ୍ୱରରେ ପ୍ରେମିକା କହିଲା, “ଏଇ ମାସ୍କ ଯୋଗୁଁ ମୋତେ ଆଉ ଓଢଣୀ ବା ସ୍କାର୍ପରେ ମୁହଁ ଲୁଚାଇବାକୁ ପଡୁନି। ଆମ ଦୁହିଙ୍କୁ ବାପା ପାଖରୁ ବି ଚିହ୍ନି ପାରୁ ନାହାନ୍ତି। ଅନ-ଲାଇନ୍ କ୍ଲାସ, ଟିଉସନ ବାହାନାରେ ଘଣ୍ଟା ଘଣ୍ଟା ତମ ସହ ଗପି ମୋବାଇଲରେ ଡାଟା ସରିଲେ ବୋଉ ଆଉ ଗାଳି ଦେଉନି। ଧନ୍ୟବାଦ କରୋନା।”

(୪) ଦୁଇ କାମବାଲି କଥା ହେଉଥିଲେ- “ଆଗରୁ ଓଳିଏ ଛୁଟି ମାଗିଲେ, ମାଲିକାଣୀ ଗେର ଗେର ହେଉଥିଲେ।” “ଆଉ ଏବେ?” “ଥରେ ଛିଙ୍କିଦେଲେ, ନିଜ ଆଡୁ ଦୁଇଦିନ ଛୁଟି ଦେଉଛନ୍ତି। ତୁ ବି ସେମିତି କରିବୁ। କରୋନାକୁ ଧନ୍ୟବାଦ।”

ଦୀର୍ଘ ନିଶ୍ବାସ ନେଇ ଦ୍ବିତୀୟ ଚାକରାଣୀ କହିଲା, “ମୁଁ ବି ସେମିତି କରିଥିଲି। ମୋ ମାଲିକାଣୀ ଖାଲି ମୋତେ କାମରୁ ବାହାର କଲେନି, ମୁଁ କାମ କରୁଥିବା ଆଉ ଦୁଇ ଘର ମା’ଙ୍କୁ ବି କହିଦେଲେ। ଏକଥା ଜାଣି ମୋ ସ୍ୱାମୀ ଦୁଇ ଚଟକଣା ପକାଇଲା ମୋତେ। ନେଗେଟିଭ ରିପୋର୍ଟ ନେଇ ଆସିବାକୁ କମ୍ ହଇରାଣ ହୋଇଛି! ଆଉ ମିଛ କହିବିନି। ଧନ୍ୟବାଦ କରୋନା।”

(୫) ଝିଅକୁ ଫୋନ୍ କରି ତା ଭଲ ମନ୍ଦ ବୁଝୁଥିଲେ ମା- “ଏ ବର୍ଷ ଛୁଟିରେ ତୁ ପିଲାଙ୍କୁ ନେଇ ଟିକେ ବୁଲିବାକୁ ଆସିପାରିଲୁନି। ଏଇ ନିଆଁ ଲଗା କରୋନା କେଉଁଠି ଥିଲା କେଜାଣି?”

“ମମି,ସେମିତି କହନା। ଏଇ କରୋନା ଯୋଗୁଁ ମୁଁ ଶାଶୁ, ଶଶୁରଙ୍କ ପାଖକୁ ଗଲିନି, କି ସେମାନେ ବି ଏଇଠିକୁ ଆସି ପାରୁନାହାନ୍ତି। ସେମାନଙ୍କ ସେବା କରି କରି ମୁଁ ନାକେଦମ ହୋଇଥାନ୍ତି। ତେଣୁ ଧନ୍ୟବାଦ କରୋନା।”

ସେପଟୁ ମା କହୁଥିଲେ, “ଭଲ ହେଲା, ତୁ ଟିକେ ଆରାମ କର। ତୋ ଭାଉଜକୁ ଦେଖୁନୁ, ମୁଁ ଯେତେଥର କହୁଛି ତୋ ବାପା ଓ ମୁଁ ଫ୍ଲାଇଟରେ ତୋ ଭାଇ ପାଖକୁ ଯିବା ପାଇଁ, ମୋତେ କରୋନା କଥା କହି ଡ଼ରାଉଛି। ମୋରି ଭାଗ୍ୟରେ ବାହାନାବାଜ ବୋହୂ ମିଳିଛି, ଖାଲି ଆରାମ କରିବ। ଧନ୍ୟ ଏ କରୋନା।

ଯେଉଁମାନେ ଏହିପରି କିମ୍ବା ପୌରାଣିକ କାହାଣୀ ଲେଖା ପଠାଇବାକୁ ଚାହାଁନ୍ତି ତେବେ ସେମାନେ [email protected] କିମ୍ବା ହ୍ବାଟସଆପ ନମ୍ବର-7682927076 ରେ ପଠାଇପାରିବେ

(୬) “ମୋ ସ୍ୱାମୀ ଏଇ କରୋନା ଯୋଗୁଁ ପୁରା ସୁନାପିଲା ହୋଇଯାଇଛନ୍ତି।”

“କାହିଁକି, ତାଙ୍କ ହାତରେ ଘର କାମ କରାଉଛ କି?”

“ଛିଃ, ସିଏ ପୁଣି ଘର କାମ କରିବେ?”

“ତା ହେଲେ ପୁଣି କଣ?”

“ଆଗରୁ କେଉଁ ସୁନ୍ଦରୀ ମହିଳା ଦେଖିଲେ ବାବୁଙ୍କ ନଜର ସେଇଠି। ଏବେ ସମସ୍ତେ ମାସ୍କ ପିନ୍ଧୁଥିବାରୁ ବାବୁ ଭକୁଆ।”

(୭) ବଡ଼ ନେତା ଟିକେ ଚିନ୍ତାରେ ଥିଲେ- “କରୋନା ଯୋଗୁଁ ଏତେ ଲୋକ ମଲେଣି, ଆଗକୁ କଣ ହେବ କେଜାଣି? ବେରୋଜଗାରି ବଢି ଚାଲିଛି। କଣ ଉତ୍ତର ଦେବି ଜନତାଙ୍କୁ?”

ପରାମର୍ଶଦାତା ଜଣଙ୍କ କହିଲେ, “କରୋନା ଜନସଂଖ୍ୟା କମାଉଛି। ଆଗାମୀ ନିର୍ବାଚନ ବେଳେ କମ୍ ଲୋକଙ୍କୁ ଟଙ୍କା ବାଣ୍ଟିବାକୁ ପଡିବ। ଆଉ ଗୋଟେ କଥା ଦେଖନ୍ତୁ ସାର୍, ନୂଆ ଚାକିରୀ ତ ଆପଣ ସୃଷ୍ଟି କରିପାରୁ ନ ଥିଲେ। ବରଂ ଚାକିରୀ କରୁଥିବା ଲୋକେ ମରିବା ଦ୍ବାରା ଯେଉଁ ଖାଲି ସ୍ଥାନ ସୃଷ୍ଟି ହେବ, ସେତିକି ନୂଆ ଚାକିରୀ, ନିଯୁକ୍ତି, କର୍ମସଂସ୍ଥାନ ଆପଣ ସୃଷ୍ଟି କରିଛନ୍ତି ବୋଲି ପ୍ରଚାର କରି ବେକାରୀ ସମାସ୍ୟା ଦୂରୀକରଣ ଯୋଗୁଁ ଗତ ନିର୍ବାଚନ ଇସ୍ତାହାର ପ୍ରତିଶ୍ରୁତି ପାଳନ କରିଛନ୍ତି ବୋଲି ଦାବି କରିବେ। ଧନ୍ୟବାଦ କରୋନାକୁ ଦିଅନ୍ତୁ,ସାର୍।”

ଯେଉଁମାନେ ଏହିପରି କିମ୍ବା ପୌରାଣିକ କାହାଣୀ ଲେଖା ପଠାଇବାକୁ ଚାହାଁନ୍ତି ତେବେ ସେମାନେ [email protected] କିମ୍ବା ହ୍ବାଟସଆପ ନମ୍ବର-7682927076 ରେ ପଠାଇପାରିବେ

କରୋନା କ୍ଷତି ଲାଭ
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟ ନିକେତନ ଦୁର୍ଘଟଣା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୁରୁଣା କୋଠାରେ ଚାଲିବନି PG, ସ୍କୁଲ ଓ ନର୍ସିଂ ହୋମ୍!

September 7, 2026

ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା : ଚୂଡ଼ାନ୍ତ ରାୟ ଉପରେ ନଜର

September 7, 2026

ଆଜି ରାଜ୍ୟ କ୍ୟାବିନେଟ ବୈଠକ

September 7, 2026

ବ୍ରହ୍ମପୁର ଡକ୍ଟରର୍ସ ଫୋରମ୍ ର ମାସିକ ବୈଠକ ଅନୁଷ୍ଠିତ

September 7, 2026
Latest News

ମାରୁତି ୱାକର୍ସ କ୍ଲବର ନୂତନ କର୍ମକର୍ତ୍ତା

September 7, 2026

ଏହି ତ୍ରି-ରାଷ୍ଟ୍ରୀୟ ସିରିଜରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ!: ଯୋଜନା ପ୍ରସ୍ତୁତ କଲା ICC

September 7, 2026

ସତ୍ୟ ନିକେତନ ଦୁର୍ଘଟଣା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୁରୁଣା କୋଠାରେ ଚାଲିବନି PG, ସ୍କୁଲ ଓ ନର୍ସିଂ ହୋମ୍!

September 7, 2026

ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା : ଚୂଡ଼ାନ୍ତ ରାୟ ଉପରେ ନଜର

September 7, 2026

ଆଜି ରାଜ୍ୟ କ୍ୟାବିନେଟ ବୈଠକ

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.