ଗୁରୁବାର ଦିନ କରନ୍ତୁ ଏହି ଚାରୋଟି ନିୟମ, ମିଳିବ ଅନେକ ସଫଳତା

Published: Jun 9, 2022, 8:47 am IST

ନୂଆଦିଲ୍ଲୀ: ପ୍ରତି ଗୁରୁବାର ଦିନ ଅନେକଙ୍କ ପାଇଁ ବେଶ୍ ମହତ୍ବପୂର୍ଣ୍ଣ। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଗୁରୁବାର ଦିନଟି ଗୁରୁତ୍ବ ରହିଛି। ସେଥିପାଇଁ ଅନେକ ଗୁରୁବାର ଦିନ କେବେ ବି ଆମିଷ ଭକ୍ଷଣ କରନ୍ତି ନାହିଁ। ଏପରିକି ଗୁରୁବାର ଦିନଟି ପୂଜାପାଠରେ ନିଜକୁ ନିୟୋଜିତ ରଖନ୍ତି। ଏଥିସହିତ ଗୁରୁବାର ଦିନ ମାତ୍ର ଚାରୋଟି କଥା ଧ୍ୟାନ ଦେଲେ ତାହା ବହୁ ମାତ୍ରାରେ ସଫଳତା ପ୍ରଦାନ କରିଥାଏ।

୧- ଝିଅମାନେ ଅଧିକାଂଶ ସମୟରେ ହାତରେ ସବୁଜ ଚୁଡି ଏବଂ ପ୍ରତି ଗୁରୁବାର ଦିନ ହଳଦିଆ ଏବଂ ଶୁକ୍ରବାର ଦିନ ଧଳା ପୋଷାକ ପିନ୍ଧିବା ଉଚିତ।

୨- ଭଗବାନ ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫଟୋ ସାମ୍ନାରେ ଶୁକ୍ଲ ପକ୍ଷ ଗୁରୁବାର ଦିନ ‘ଓଁ ଲକ୍ଷ୍ମୀ ନାରାୟଣ ନାମଃ ଜପ କରନ୍ତୁ ଏବଂ ପ୍ରତି ଗୁରୁବାର ଦିନ ୩ ମାସ ପର୍ଯ୍ୟନ୍ତ ମନ୍ଦିରେ ଭୋଗ ନୈବେଦ୍ୟ ପ୍ରଦାନ କରନ୍ତୁ।

୩- ଗୁରୁବାର ଦିନ କୃଷ୍ଣ ମନ୍ଦିରରେ ବଂଶୀ ଏବଂ ପାନ ଅର୍ପଣ କଲେ ଶୁଭ ଫଳ ମିଳିଥାଏ।

୪- ଇଚ୍ଛାକୃତ ପ୍ରେମ ବିବାହ ପାଇଁ ରାଧାଙ୍କ ସହିତ ଭଗବାନ କୃଷ୍ଣଙ୍କର ଫଟୋରେ ସ୍ନେହପୂର୍ଣ୍ଣ ଭାବେ ଧ୍ୟାନ କରନ୍ତୁ।

Related posts