ଜାଣିଲେ ଆଶ୍ଚର୍ଯ୍ୟ ହେବେ ଝାଡୁ ଘରର ଧନ ବୃଦ୍ଧି ମଧ୍ୟ କରିଥାଏ, ଜାଣନ୍ତୁ କେମିତି?

Published: Jun 16, 2022, 6:44 pm IST

ନୂଆଦିଲ୍ଲୀ, ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ସ୍ୱଚ୍ଛତା ଥାଏ ସେଠାରେ ମା ଲକ୍ଷ୍ମୀ ରୁହନ୍ତି। ଏହି କାରଣରୁ ଆମେ ଦୀପାବଳି ତଥା ଅନ୍ୟାନ୍ୟ ପର୍ବରେ ଆମ ଘରର ସ୍ୱତନ୍ତ୍ର ଭାବେ ପରିଷ୍କାର କରିଥାଉ। ଯାହାଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୁଏ। ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ସଫା କରିବା ପାଇଁ ବ୍ୟବହୃତ ଫୁଲ ଝାଡୁ ମଧ୍ୟ ମାଙ୍କର ପ୍ରତୀକ ଅଟେ। ଆସନ୍ତୁ ଝାଡୁକୁ କିପିର ବ୍ୟବହାର କରିବେ ସେ ସଂପର୍କରେ କେତେକ ତଥ୍ୟ ଆମେ ଆପଣଙ୍କୁ ଦେବୁ

୧- ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ ଘରେ ଝାଡୁକୁ କେବେ ବି ପାଦ ତଳେ ରଖିବା ଉଚିତ୍ ନୁହେଁ। କୁହାଯାଏ ଯେ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧୀତ ହୁଅନ୍ତି। ଘରେ ଦରିଦ୍ରତା ଗୋଡାଏ।

୨- ଝାଡୁକୁ ଅସମ୍ମାନ କଲେ ମଧ୍ୟ ମା ଲକ୍ଷ୍ମୀଙ୍କୁ ଅସମ୍ମାନ କରିବା ସହିତ ସମାନ ହୋଇଥାଏ।

୩- ଏହା ସହିତ, ଏହା ମଧ୍ୟ କୁହାଯାଇଛି ଯେ ଝାଡୁକୁ କେବେ ଓଲଟା କରି ରଖିବା ହେବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ଝାଡୁକୁ ଓଲଟା ରଖାଯାଏ, ତେବେ ଏହା ଘରେ ପାରିବାରିକ କଳହକୁ ମଧ୍ୟ ବୃଦ୍ଧି କରିଥାଏ।

୪- ଏଥିସହ ମନେରଖନ୍ତୁ ଯେ ଘର ଝାଡୁ କେବେବି ଘର ବାହାରେ ରଖିବା ଉଚିତ୍ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘର ବାହାରେ ଏବଂ ଛାତ ଉପରେ ଝାଡୁ ରଖିଲେ ଘରେ ଚୋରି ହେବାର ଭୟ ରହିଛି।

୫- ଏଥି ସହିତ, ଝାଡୁକୁ ରୋଷେଇ ଘର କିମ୍ବା ଖାଦ୍ୟ ସ୍ଥାନରେ ରଖିବା ଉଚିତ୍ ନୁହେଁ।

୬- ପୁରୁଣା ଝାଡୁକୁ କେବେ ନୂଆ ଘରକୁ ନିଆଯିବା ଉଚିତ୍ ନୁହେଁ । ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ ଏହା ଖରାପ ପରିସ୍ଥିତି ବୋଲି ବିବେଚନା କରାଯାଏ।

୭- ଘରକୁ କେବଳ ଶନିବାର ଦିନ ନୂଆ ଝାଡୁ ଆଣିଲେ ଏହା ଶୁଭ ବୋଲି ବିବେଚନା କରାଯାଏ।

Related posts