Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ରଛାତ୍ରୀମାନେ ଶିକ୍ଷିତ ଓ କର୍ମଯୋଗରେ ଦୀକ୍ଷିତ ହେଲେ ହିଁ ରାଷ୍ଟ୍ରର ବିକାଶ ହେବ: ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ
ଆଜିର ଖବର

ଛାତ୍ରଛାତ୍ରୀମାନେ ଶିକ୍ଷିତ ଓ କର୍ମଯୋଗରେ ଦୀକ୍ଷିତ ହେଲେ ହିଁ ରାଷ୍ଟ୍ରର ବିକାଶ ହେବ: ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ

July 4, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସଭ୍ୟତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ଶିକ୍ଷିତ ହେବା ଆବଶ୍ୟକ। ବିନା ଶିକ୍ଷା ରେ ସଭ୍ୟତା ହାସଲ କରିହେବ ନାହିଁ ଏବଂ ବିନା ଶିକ୍ଷା ରେ ଜ୍ଞାନଯୋଗୀ, କର୍ମଯୋଗୀ ଓ ଅଷ୍ଟାଙ୍ଗଯୋଗୀ ହେବା ସମ୍ଭବ ନୁହେଁ ବୋଲି ମତ ବ୍ୟକ୍ତ କରିଛନ୍ତି ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିକ ବକ୍ତୃତାମାଳା ପ୍ରଦାନ ନିମନ୍ତେ ଆସିଥିବା ବିଶିଷ୍ଟ ଧର୍ମଗୁରୁ ଶିକ୍ଷାବିତ୍‌, କବି, ସାହିତ୍ୟିକ, ସଂଳାପ ଲେଖକ ଓ ଗାୟକ ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ନିଜର ଅଭିଭାଷଣ ଦେବା ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ଶିକ୍ଷା ଓ ଅନୁସନ୍ଧାନ ନାମ ର ମହତ୍ୱ ବୁଝାଇଥିଲେ। ଛାତ୍ରଛାତ୍ରୀମାନେ ଶିକ୍ଷିତ ଏବଂ କର୍ମଯୋଗ ରେ ଦୀକ୍ଷିତ ହେଲେ ହିଁ ବିଦ୍ୟା ର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ଜଗଦ୍‌ଗୁରୁ କହିଥିଲେ।

ତେବେ ଛାତ୍ରଛାତ୍ରୀମାନେ ନିଜ କର୍ମ କୁ ହିଁ ପୂଜା କରିବା ଉଚିତ୍। ସେମାନେ ଏଭଳି କାମ କରିବା ଉଚିତ୍ ଯାହାଦ୍ୱାରା କି ଭଗବାନ ପ୍ରସନ୍ନ ହେବେ ଏବଂ ତୁମ କାର୍ଯ୍ୟ ର ସମ୍ମାନ କରିବେ। ଭଗବାନଙ୍କ ର ଅର୍ଚ୍ଚନା ନିଜର କର୍ମ ମାଧ୍ୟମରେ କର,ଏବଂ ନିଜ କର୍ମ ର ଫଳ ତାଙ୍କ ଉପରେ ଛାଡି ଦିଅ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ। ନିଷ୍ଠାର ସହ କାର୍ଯ୍ୟ କଲେ ହିଁ ସଫଳତା ମିଳିପାରିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାମୀଜୀ କହିଥିଲେ।

ଚିତ୍ରକୁଟରେ ଅବସ୍ଥାପିତ ଚାରିଜଣ ଜଗଦ୍‌ଗୁରୁ ଙ୍କ ମଧ୍ୟରୁ ଅନ୍ୟତମ ସ୍ୱାମୀ ରାମାନନ୍ଦାଚାର୍ଯ୍ୟ ଙ୍କୁ ୧୯୮୮ ମସିହାରେ ଏହି ପଦବୀରେ ଅଧିଷ୍ଠିତ କରାଯାଇଥିଲା।

ଶିକ୍ଷା ସହ ଭାରତର ବହୁ ପୁରାତନ। ଜ୍ଞାନର ସନ୍ଧାନର ପ୍ରଚେଷ୍ଟା କରିବା ର ନାମ ହିଁ ଭାରତ ବୋଲି କହିବା ସହ ଭାରତ ର ସିଦ୍ଧାନ୍ତ ରାଷ୍ଟ୍ରବାଦୀ ନୁହେଁ ବିକାଶବାଦୀ ବୋଲି ସ୍ୱାମୀଜୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ମନ୍ତ୍ର ‘ସବ୍‌କା ସାଥ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ ଏବଂ ସବ୍‌କା ବିକାଶ’ କୁ ପାଥେୟ କଲେ ହିଁ ଆମ ଦେଶ ଆଗକୁ ବଢିପାରିବ। ତେଣୁ ଆମ ଯୁବପିଢି ଏକଜୁଟ୍ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଗେଇ ଚାଲନ୍ତୁ ବୋଲି ସେ କହିଥିଲେ। ତେବେ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବାକୁ ଯୁବପିଢି ଙ୍କୁ ଶିକ୍ଷିତ ହେବା ଦିଗରେ ସ୍ୱାମୀଜୀ ପରାମର୍ଶ ଦେଇଥିଲେ।

ଭାରତର ଦୁଇଟି ନାମ ଇଣ୍ଡିଆ ଓ ଭାରତ ବଦଳରେ କେବଳ ଭାରତ ନାମ ହିଁ ରଖାଯିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ବିଶ୍ୱର କୌଣସି ଦେଶର ଦୁଇଟି ନାମ ନାହିଁ। ତେଣୁ ସମ୍ବିଧାନ ରେ ଏହାର ସଂଶୋଧନ କରିବା ଦିଗରେ ପ୍ରଚେଷ୍ଟା କରାଯିବା ଉଚିତ୍ ବୋଲି ସ୍ୱାମୀଜୀ କହିଥିଲେ। ଏଥିସହିତ ସମସ୍ତ ଦେଶବାସୀ ନିଜର ମାତୃଭାଷା କିମ୍ବା ରାଷ୍ଟ୍ର ଭାଷା ହିନ୍ଦୀ ରେ କଥା ହୁଅନ୍ତୁ ବୋଲି ସ୍ୱାମୀଜୀ ଅନୁରୋଧ କରିଥିଲେ।

ଜନ୍ମ ହେବାର ମାତ୍ରା ଦୁଇ ମାସ ପରେ ତାଙ୍କର ଆଖି ନଷ୍ଟ ହୋଇଯାଇଥିବା ବେଳେ ସ୍ୱାମୀଜୀ ପାଠପଢି ବିଶ୍ୱବିଦ୍ୟାଳୟରେ ଟପର୍ ହୋଇଥିଲେ, ୯ଟି ଗୋଲ୍ଟ ମେଡାଲ୍ ହାସଲ କରିଥିଲେ, ପିଏଚ୍‌ଡି ଏବଂ ଡିଲିଟ୍ ଡିଗ୍ରୀ ହାସଲ କରିଥିଲେ। ୨୨ଟି ଭାଷା ସେ କଥା କହିପାରନ୍ତି ଏବଂ ବିଶ୍ୱର ପ୍ରଥମ ଦିବ୍ୟାଙ୍ଗ ଙ୍କ ଲାଗି ବିଶ୍ୱବିଦ୍ୟାଳୟ ସେ ପ୍ରତିଷ୍ଠା କରିଛନ୍ତି। ଏସବୁ କେବଳ ନିଜର ଉଦ୍ୟମ ଯୋଗୁଁ ସମ୍ଭବ ବୋଲି ସେ କହିଥିଲେ।

ସୋଆ ବିଶ୍ୱବିଦ୍ୟାଳୟ ର ଏବଂ ଏହାର ଛାତ୍ରଛାତ୍ରୀ ମାନଙ୍କୁ ତିନୋଟି ଉପଦେଶ ଦେଇ ସ୍ୱାମିଜୀ ସୋଆରେ ହିନ୍ଦୀ ଶିକ୍ଷାର ପ୍ରଚଳନ ହେଉ, ନିଷ୍ଠାର ସହ କାର୍ଯ୍ୟ ହେଉ ଏବଂ କାର୍ଯ୍ୟର ଆନନ୍ଦ ଭଗବାନ ରାମଙ୍କୁ ସମର୍ପିତ କରାଯାଉ ବୋଲି କହିଥିଲେ। ଏପରି କଲେ ସୋଆ ଆର୍ନ୍ତଜାତିକ ସ୍ତରରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଲାଭ କରିପାରିବା ବୋଲି ସେ କହିଥିଲେ।
ଓଡିଆ ରୁ ନିଜର ବକ୍ତବ୍ୟ ଆରମ୍ଭ କରିଥିବା ସ୍ୱାମିଜୀ ଜଗନ୍ନାଥଙ୍କ ଜଣାଣ ‘ଆହେ ନୀଳ ଶୈଳ’ ଗାନ କରି ବକ୍ତବ୍ୟ ଶେଷ କରିଥିଲେ। ସୋଆ ର କ୍ୟାମ୍ପସ୍‌-୪ ପରିସରରେ ସେ ବୃକ୍ଷରୋପଣ ମଧ୍ୟ କରିଥିଲେ।

ଆୟୋଜିତ ବକ୍ତୃତାମାଳାରେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଉପସ୍ଥିତ ରହିଥିବାବେଳେ ସ୍ୱାମୀଜୀ ଙ୍କର ନିଷ୍ଠା ଓ ଆତ୍ମବିଶ୍ୱାସ ଏବଂ ଉପଲବ୍ଧି ବିଷୟରେ କହିଥିଲେ। ସ୍ୱାମୀଜୀ ଙ୍କର ନୀତି ଆଦର୍ଶ କୁ ଛାତ୍ରଛାତ୍ରୀ ମାନେ ଅନୁକରଣ କରନ୍ତୁ ବୋଲି ଶ୍ରୀମତି ଦାସ କହିଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ପ୍ରଫେସର ବସନ୍ତ କୁମାର ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରସାହିତ୍ୟ ଏକାଡେମୀ ର ମୁଖ୍ୟ ସଚିବ ଡକ୍ଟର କେ. ଏସ୍ ରାଓ ବକ୍ତବ୍ୟ ଦେଇଥିଲେ। ସୋଆ ଆଇଏଏସ୍ ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୋଆ ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ନିଦ୍ଦେର୍ଶକ ଡକ୍ଟର ମହେନ୍ଦ୍ର ପ୍ରସାଦ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ,ପ୍ରାଚୀନ୍ ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଏବଂ ଏଚ୍‌ଆର୍ ଅଫିସର ଶ୍ରୀ ସିଧ୍ୟବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ଆତ୍ମନିର୍ଭର ଭାରତ ରାଷ୍ଟ୍ରର ବିକାଶ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.