ଏପରି ଘରେ ବାସ କରନ୍ତି ନାହିଁ ମାତା ଲକ୍ଷ୍ମୀ: ଜାଣିରଖନ୍ତୁ କିପରି କରିବେ ଏହାର ସମାଧାନ

Published: Jul 10, 2022, 4:40 pm IST

ଭୁବନେଶ୍ବର: ଘରେ ସୁଖ ଶାନ୍ତି ଓ ସମୃଦ୍ଧି ରଖିବ ପାଇଁ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ। ଲକ୍ଷ୍ମୀଙ୍କର ବିଧିବଦ୍ଧ ଭାବେ ପୂଜା କରିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିଥା’ନ୍ତି। ଏହା ଦ୍ବାରେ ଘରେ ଧନ,ସମ୍ପତ୍ତି ଓ ସୁଖ ସର୍ବଦା ରହିଥାଏ। ତେବେ କେବେ କେବେ ଘରେ ବହୁ ପୂଜା ଅର୍ଚ୍ଚନା କରିବା ପରେ ମଧ୍ୟ ଘରେ ସବୁବେଳେ ଅଭାବ ଅନାଟନ ଲାଗିରହିଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ବିଶେଷ ପ୍ରକାରର ପୂଜା କରିପାରିବେ।

ଯଦି ଆପଣଙ୍କ ପାଖରେ ଟଙ୍କାର ଅଭାବ ପରିଲକ୍ଷିତ ହେଉଛି, ଅଧିକ ଖର୍ଚ୍ଚ ହେଉଛି, ତେବେ ଆପଣ ପୂଜାସ୍ଥଳରେ ମା’ଲକ୍ଷ୍ମୀଙ୍କର ଧନ ବର୍ଷା କରୁଥିବାର ଫଟୋ ଲଗାନ୍ତୁ। ଏହା ପରେ ମାଙ୍କ ସାମ୍ନାରେ ଏକ ଶୁଦ୍ଧ ଘିଅର ଦୀପ ଲଗାଇ ଅତର ଲଗାନ୍ତୁ। ଏହି ଅତରକୁ ସର୍ବଦା ଉପଯୋଗ କରନ୍ତୁ। ଏହାଦ୍ବାରା ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ।

ଯଦି ଆପଣଙ୍କର ଅଯଥା ଖର୍ଚ୍ଚ ହେଉଛି, ତେବେ ମା’ଙ୍କ ଚରଣରେ ପ୍ରତ୍ୟେକ ଦିନ ଏକ ଟଙ୍କିଆ ମୁଦ୍ରା ଅର୍ପଣ କରନ୍ତୁ ଏବଂ ଏକ ମାସ ପରେ ଏହାକୁ ଏକାଠି କରି  ଜଣେ ସୌଭାଗ୍ୟଶାଳୀ ସ୍ତ୍ରୀଙ୍କୁ ଦାନ କରନ୍ତୁ। ଏହାଦ୍ବାରା ଆପଣ ସଫଳତା ପାଇପାରିବେ।

ଯଦି ଆପଣଙ୍କୁ ସର୍ବଦା ଧନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ତେବେ ଆପଣଙ୍କୁ ଆପଣ କରୁଥିବା ଭୁଲ୍‌କୁ ସୁଧାରିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ସେହି ସବୁ ଭୁଲ୍‌ଗୁଡିକ ସମ୍ପର୍କରେ…।

-ଯେଉଁ ଘରେ ପୂଜାର ଦୀପକୁ ଫୁଙ୍କି ଲିଭାଯାଏ, ସେହି ଘରେ ମାତା ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ। ଏହି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ।

-ଭାଙ୍ଗିଥିବା ପାନିଆରେ ମୁଣ୍ଡ କୁଣ୍ଡାଇବା ଅତ୍ୟନ୍ତ ଅଶୁଭ ହୋଇଥାଏ।

-ଯଦି ଆପଣ ରାତିରେ ଗୋଡ ନ ଧୋଇକି କିମ୍ବା ଓଦା ଗୋଡରେ ଶୋଉଛନ୍ତି ତେବେ ଏହା ମଧ୍ୟ ଅଶୁଭ। ଏପରି କରିବା ଦ୍ବାରା ସର୍ବଦା ଧନ ସମସ୍ୟା ଲାଗି ରହେ। ଏଥିରୁ ନିବୃତ୍ତ ରୁହନ୍ତୁ।

Related posts