ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ପିଲାଟି ପଚାରିଥିବା ପ୍ରଶ୍ନଟିକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

Published: Jul 18, 2022, 6:08 pm IST

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପିଲାଟିଏ ପ୍ରଶ୍ନ ପଚାରିବାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସେହିପରି ସମ ପରିମାଣରେ ଖୁସି ମଧ୍ୟ ହୋଇଛନ୍ତି। କାରଣ କେହି କେବେ ଭାବି ନ ଥିଲେ ଯେ, ପିଲାଟି ହଠାତ ଏପରି ପ୍ରଶ୍ନ କିପରି ପଚାରିବ।

 

ଏକ କାର୍ଯ୍ୟକ୍ରମରେ ଏକନାଥ ଯାଇଥିବା ବେଳେ ସେ ପିଲାଟିଏ ଦେଖି ତା ସହିତ କଥାବାର୍ତ୍ତା କରିଥିଲେ। ପିଲାଟି ପଚାରିଥିଲା ଏକନାଥ ଅଙ୍କଲ, ଆପଣ ଯେତେବେଳେ ଆସାମ ଯିବେ ମୋତେ ସାଥିରେ ନେବେ। ସେଠାରେ ମୁଁ ବନ୍ୟା ପ୍ରପିଡିତଙ୍କୁ ସାହାଯ୍ୟ କରି ଆସିବା ପରେ ଆପଣଙ୍କ ପରି ମୁଖ୍ୟମନ୍ତ୍ରୀ ହୋଇଯିବି। ଏହାକୁ ନେଇ ସମସ୍ତେ ହସି ଉଠିଥିଲେ।

Related posts