Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାସ୍ତୁ ଶାସ୍ତ୍ର: ମାଷ୍ଟର ବେଡ ରୁମଟି କେଉଁ ଦିଗରେ ରହିଲେ ଭଲ, ଜାଣନ୍ତୁ ୧୦ ଟି ଜରୁରୀ ଜିନିଷ
ଆଜିର ଖବର

ବାସ୍ତୁ ଶାସ୍ତ୍ର: ମାଷ୍ଟର ବେଡ ରୁମଟି କେଉଁ ଦିଗରେ ରହିଲେ ଭଲ, ଜାଣନ୍ତୁ ୧୦ ଟି ଜରୁରୀ ଜିନିଷ

November 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚକ୍ରଧର ବିଶ୍ବଶ୍ରୀ

ସାଧାରଣତଃ ଘରଟିଏ ନିର୍ମାଣ କରିବା ପୂର୍ବରୁ ସମସ୍ତେ ବାସ୍ତୁ ଶାସ୍ତ୍ର ଉପରେ ନଜର ଦେବା ଉଚିତ। କାରଣ ବାସ୍ତୁ ଅନୁସାରେ ଘରଟିଏ ନ କଲେ ଘର ଉପରେ ବିପଦ ପଡିବାର ସମ୍ଭାବନା ରହିଛି। ଏପରିକି ଘରର ଲୋକଙ୍କୁ ଉନ୍ନତି ନ ହେବା ସଙ୍ଗେ ରୋଗ ସବୁବେଳେ ମାଡି ବସିଥାଏ। ଏପରିକି ଅକାଳ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଛି। ଘରର ମାଷ୍ଟର ବେଡ ରୁମ କୁହନ୍ତୁ କିମ୍ବା ରୋଷେଇ ଘର, ଏସବୁ କେଉଁ ଦିଗରେ ରହିବା ଉଚିତ ତାହା ହଜାର ବର୍ଷ ପୁରୁଣା ବାସ୍ତୁ ଶାସ୍ତ୍ରରେ ଲିପିବଦ୍ଧ ହୋଇ ରହିଛି। ଅନେକ ଏହାକୁ ହେୟଜ୍ଞାନ କରୁଥିଲେ ମଧ୍ୟ ଏଥିରେ ଅନେକ ସତ୍ୟତା ରହିଛି। ଯେଉଁମାନେ ଏପରି କଥାକୁ ବିଶ୍ବାସ କରନ୍ତି ନାହିଁ ସେମାନେ ଅନ୍ତତଃ ଜାଣିବା ଦରକାର ଯେ, ବାସ୍ତୁରେ ଲାଭ ନ ହେଲେ ମଧ୍ୟ କିଛି କ୍ଷତି ହେଉ ନାହିଁ। ତେଣୁ ଏହି ଶାସ୍ତ୍ର ଅନୁସାରେ ଘରଟିଏ କରିବାରେ ଅସୁବିଧା କେଉଁଠି ରହିଲା। ଆସନ୍ତୁ ଘର ପାଇଁ ଜାଣିବା ବାସ୍ତୁ ଶାସ୍ତ୍ରରେ ଥିବା କେତୋଟି ନିୟମ।

୧- ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମାଷ୍ଟର ବେଡରୁମ ବା ମୁଖ୍ୟ ଶୋଇବା ଘରଟି ଘରର ଦକ୍ଷିଣ ପଶ୍ଚିମ ଦିଗ କୋଣରେ ହେବା ଆବଶ୍ୟକ।

୨- ମାଷ୍ଟର ବେଡରୁମଟି ସବୁ ରୁମଠାରୁ ଆକାରରେ ବଡ ହେବା ଆବଶ୍ୟକ।

୩- ଯଦି ଘରଟି ଦୁଇ କିମ୍ବା ତିନି ମହଲା ହୋଇଛି ତେବେ ମାଷ୍ଟର ବେଡରୁମଟି ସବା ଉପର ମହଲାର ଦକ୍ଷିଣ ପଶ୍ଚିମ କୋଣରେ ରହିବ।

୪- ମାଷ୍ଟର ବେଡରୁମରେ ଖଟଟି ଦକ୍ଷିଣ କିମ୍ବା ପଶ୍ଚିମ କାନ୍ଥକୁ ଲାଗି ପଡିବା ଦରକାର, ଯେପରି ଖଟରେ ଶୋଇଲେ ମୁଣ୍ଡଟି ଦକ୍ଷିଣ କିମ୍ବା ପଶ୍ଚିମ ପଟକୁ ଏବଂ ଗୋଡ ପୂର୍ବ କିମ୍ବା ଉତ୍ତରକୁ ରହିବ।

୫- ଖଟ କିମ୍ବା ପଲଙ୍କକୁ କୌଣସି କୋଣିଆ କରି ରଖିବା ଠିକ୍ ନୁହେଁ।

୬- ବାସ୍ତୁ ଶାସ୍ତ୍ର ଅନୁସାରେ ମାଷ୍ଟର ବେଡରୁମ ବା ମୁଖ୍ୟ ଶୋଇବା ଘରେ କେବଳ ବିବାହିତ ଲୋକେ ରହିବା ଉଚିତ।

୭- ମାଷ୍ଟର ବେଡରୁମର ସଂଲଗ୍ନ ବାଥରୁମ କିମ୍ବା ଚେଜିଂରୁମ ଯଦି କରିବା ପାଇଁ ଚାହାଁନ୍ତି ତେବେ ତାହା ପଶ୍ଚିମ କିମ୍ବା ଉତ୍ତର ଦିଗରେ କରିବା ଆବଶ୍ୟକ।

୮- ବାଥରୁମର ମୁହଁଟି କେବେ ହେଲେ ବେଡରୁମ ଆଡକୁ ରହିବ ନାହିଁ ଏବଂ ଏହା ସବୁବେଳେ ବନ୍ଦ ରହିବା ଆବଶ୍ୟକ

୯- ବେଡରୁମର ଆଲମିରା କିମ୍ବା ଆଲଣା ଜାତୀୟ ଜିନିଷ ରଖିବାକୁ ହେଲେ ତାହା ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରହିବା ଆବଶ୍ୟକ

୧୦- ବେଡରୁମରେ ଦର୍ପଣ ନ ଥିବା ଡ୍ରେସିଂ ଟେବୁଲ ରଖନ୍ତୁ, ଯଦି ଦର୍ପଣ ଯୁକ୍ତ ଡ୍ରେସିଂ ଟେବୁଲ ରହିଛି ତେବେ ଶୋଇବା ବେଳେ ତାହାକୁ ସଂପୁର୍ଣ୍ଣ ଢାଙ୍କି ଦିଅନ୍ତୁ,ଯେପରେ ଦେହର କୌଣସି ଅଂଶ ଶୋଇବା ବେଳେ ଦର୍ପଣରେ ପ୍ରତିଫଳିତ ନ ହୁଏ।

ଚକ୍ରଧର ବିଶ୍ବଶ୍ରୀ ଜରୁରୀ ଜିନିଷ ବାସ୍ତୁ ଶାସ୍ତ୍ର ମାଷ୍ଟର ବେଡ ରୁମ
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୨ରୁ ସରକାରଙ୍କ ସ୍ୱତନ୍ତ୍ର ଅଭିଯାନ: ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ

September 29, 2026

ଏସୀୟ କ୍ରୀଡ଼ାରେ ଷଷ୍ଠ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ: ଚମତ୍କାର କଲେ ଦେଶର ଝିଅ

September 29, 2026

FCRA ସହ ଜଡିତ ମାମଲା: ଦୁଇ ଗୃହ ମନ୍ତ୍ରଣାଳୟ ଅଧିକାରୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ 

September 29, 2026

ଇଣ୍ଡିଆ ମେଣ୍ଟ ବୈଠକ ପାଇଁ ବଡ଼ ନିଷ୍ପତ୍ତି ନେଲେ ଡିଏମକେ-ଆପ: ଯୋଗ ଦେବେ ନାହିଁ ଅଖିଳେଶ

September 29, 2026
Latest News

ରାୟଗଡ଼ା ପୌର ଉପ-ନିର୍ବାଚନ ଶେଷ: ଶ୍ରମିତା ପାଢ଼ୀ ହେଲେ ନୂତନ ଉପାଧ୍ୟକ୍ଷା

September 29, 2026

ଅକ୍ଟୋବର ୨ରୁ ସରକାରଙ୍କ ସ୍ୱତନ୍ତ୍ର ଅଭିଯାନ: ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ

September 29, 2026

ଏସୀୟ କ୍ରୀଡ଼ାରେ ଷଷ୍ଠ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ: ଚମତ୍କାର କଲେ ଦେଶର ଝିଅ

September 29, 2026

FCRA ସହ ଜଡିତ ମାମଲା: ଦୁଇ ଗୃହ ମନ୍ତ୍ରଣାଳୟ ଅଧିକାରୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ 

September 29, 2026

ଇଣ୍ଡିଆ ମେଣ୍ଟ ବୈଠକ ପାଇଁ ବଡ଼ ନିଷ୍ପତ୍ତି ନେଲେ ଡିଏମକେ-ଆପ: ଯୋଗ ଦେବେ ନାହିଁ ଅଖିଳେଶ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.