କେଉଁ ସମୟରେ ଆପଣଙ୍କୁ ଅନାଇବେ ନାହିଁ ନିଜ ଲୋକ, ପଢନ୍ତୁ ଚାଣକ୍ୟଙ୍କ ଏହି ୪ ଟି ଉଦାହରଣ

Published: Nov 28, 2022, 8:57 am IST

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଜୀବନ କାଳ ମଧ୍ୟରେ ଯେତେବେଳେ ଭାଗ୍ୟ ଖରାପ ପଡେ ସେବେବେଳେ କେହି ଅନାନ୍ତି ନାହିଁ। ସେମାନଙ୍କର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ହୋଇଯାଏ। ସେ ମାତ୍ର ଚାରୋଟି ଉଦାହରଣ ଦେଇ ଏହାର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି।

୧- ଧନହୀନ ପୁରୁଷକୁ ବେଶ୍ୟା: ଚାଣକ୍ୟ କହିଛନ୍ତି ଯେ, ଯେତେେବଳେ ପୁରୁଷଙ୍କଠାରୁ ପଇସା ସରିଯାଏ ସେତେବେଳେ ବେଶ୍ୟା ତାଙ୍କୁ ତ୍ୟାଗ କରିଥାଏ। ପଇସା ଥିବା ବେଳେ ସେ ପୁରା ନିଜର ହୋଇ ବାନ୍ଧି ରଖିବାକୁ ଚେଷ୍ଠା କରେ। ଉଦ୍ଦେଶ୍ୟ ହେଉଛି ସବୁ ପଇସା ମାରି ନେବା।

୨- ଶକ୍ତିହୀନ ରାଜାକୁ ପ୍ରଜା: ସେହିପରି ଯେ ପର୍ଯ୍ୟନ୍ତ ରାଜା ଶକ୍ତିଶାଳୀ ଥିବେ ସେ ପର୍ଯ୍ୟନ୍ତ ପ୍ରଜା ତାଙ୍କୁ ଖାତିର କରି ରହିବେ। ହେଲେ ଯେତେବେଳ ରାଜା ଶକ୍ତିହୀନ ହେବେ ସେତେବେଳେ ସେହି ପ୍ରଜାମାନେ ଦୂରେଇ ଯିବେ। ଏପରିକି ହଇରାଣ କରିବାକୁ ମଧ୍ୟ ପଛେଇବେ ନାହିଁ।

୩- ଫଳହୀନ ବୃକ୍ଷକୁ ପକ୍ଷୀ: ଯେ ପର୍ଯ୍ୟନ୍ତ ଗଛରେ ଫଳଫୁଲରେ ଭର୍ତ୍ତି ଥିବ, ସେ ପର୍ଯ୍ୟନ୍ତ ପକ୍ଷୀମାନଙ୍କର ଆଦର ସେହି ଗଛ ପ୍ରତି ରହିବ। ହେଲେ ଯେଉଁଦିନ ଗଛଟି ପତ୍ରଝଡା ଦେବ ସେତେବେଳେ ସେହି ଗଛରୁ ପକ୍ଷୀ ବାହାରି ଯାଇ ଅନ୍ୟଠି ବସା ବାନ୍ଧିବ।

୪- ଭୋଜନ ପରେ ଅତିଥି ଗୃହସ୍ଥଙ୍କୁ ପରିତ୍ୟାଗ: ଯେତେବେଳେ ଘରକୁ ଅତିଥି ଆସନ୍ତି ସେତେବେଳେ ଗୃହସ୍ଥ ତାଙ୍କୁ ବିଭିନ୍ନ ସେବା କରି ଆତିଥ୍ୟ ପ୍ରଦାନ କରାଥାଏ। ସୁସ୍ବାଦୁ ଭୋଜନରେ ଆପାୟିତ କରିଥାଏ। ଭୋଜନ ସରିବା ପରେ ପରେ ଅତିଥି ଗୃହସ୍ଥଙ୍କୁ ପରିତ୍ୟାଗ କରି ଚାଲି ଯାଆନ୍ତି।

Related posts