Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଣିଷ ଜୀବନରେ ଏହି ଗୁଣ ଥିଲେ, କେବେ ବି ଭୟ ନଥାଏ….ଜାଣନ୍ତୁ ତାହା କ’ଣ?
ଆଜିର ଖବର

ମଣିଷ ଜୀବନରେ ଏହି ଗୁଣ ଥିଲେ, କେବେ ବି ଭୟ ନଥାଏ….ଜାଣନ୍ତୁ ତାହା କ’ଣ?

December 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉପେନ୍ଦ୍ର ବଳିୟାରସିଂହ

ଧ୍ୟାନାବସ୍ଥିତ ସନ୍ଥ ଆଗନ୍ତୁକଙ୍କ ଆଗମନରେ ନେତ୍ର ଖୋଲିଲେ। ନେତ୍ର ଖୋଲି ଦେଖିଲେ ଏକ ସମ୍ଭ୍ରାନ୍ତ ଭଦ୍ର ପୁରୁଷ ହାତ ଯୋଡି ତାଙ୍କୁ ପ୍ରଣାମ କରୁଛନ୍ତି। ପ୍ରଣାମ କରି ସାରିବା ପରେ ସେ ପ୍ରଚୁର ଧନ ରାଶି ସନ୍ଥଙ୍କ ଚରଣରେ ଅଜାଡି ଦେଲେ ଏବଂ କହିଲେ, “ମହାରାଜ! ମୋର ଏହି ସାମାନ୍ୟ ଭେଟି ସ୍ଵୀକାର କରନ୍ତୁ। ସନ୍ଥ ପ୍ରଶ୍ନ କଲେ, ଆପଣ ଏହି ଭେଟି କେଉଁ ଉଦ୍ଦେଶ୍ୟରେ ଦେଇଛନ୍ତି?

ଆଗନ୍ତୁକ ହସି ହସି କହିଲେ, “ମହାରାଜ! କ୍ଷେତରେ ବିହନ ବୁଣା ଯାଏ, କାରଣ ଅମଳ ପରେ ସେଥିରୁ ହଜାର ଗୁଣ ଫସଲ ମିଳେ। ମୁଁ ଆପଣଙ୍କୁ ଏ ଧନ ସମର୍ପଣ କରିବା ଦ୍ଵାରା ମୋତେ ପରଲୋକରେ ହଜାର ଗୁଣ ଧନ ମିଳିଯିବ।

ସନ୍ଥ କହିଲେ, “ତାହେଲେ ମୁଁ ଏକ ନିର୍ଦ୍ଧନ ବ୍ୟକ୍ତିର ଧନ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ଏହାକୁ ଶୀଘ୍ର ଏଠାରୁ ଉଠାଇ ନେଇଯାଅ। ସନ୍ଥ ସେଠାରୁ ଚାଲିଗଲେ।

ସେଠଜୀ ଙ୍କ ସାଥିରେ ଆସିଥିବା ଗୁମାସ୍ତା ଚିନ୍ତା କରୁଥିଲା, ଜଣା ନାହିଁ କିଏ ଏହି ପାଗଳ ପାଖକୁ ସିଦ୍ଧ ମହାତ୍ମା ବୋଲି ପରିଚୟ ଦେଇ ଆମରି ମାଲିକକୁ ପଠାଇଦେଇଛି। ସେ ସନ୍ଥକୁ ଶୁଭିଲା ଭଳି ଜୋରରେ କହିଲା, “ଆମରି ମାଲିକ ନିର୍ଦ୍ଧନ ନୁହନ୍ତି। ତାଙ୍କର ବହୁତ ମିଲ ଅଛି, ହଜାର ହଜାର ଚାକର ବାକର ଅଛନ୍ତି, ବହୁତ ମଟର ଗାଡି ଅଛି, ଅନେକ କୋଠା ଘର ଅଛି।

ସନ୍ଥ କହିଲେ,”ଆରେ! ଏ ତ ବଡ ଅଭାବରେ ଅଛି। ନହଲେ ଦତ୍ତ ଧନ ଠାରୁ ଆହୁରି ହଜାର ଗୁଣ ଧନ ଏ ଚାହୁଁଛି। ମୋର କିଛି ବି ଦରକାର ନହିଁ। ମୋ ପାଖରେ ଏପରି ଧନ ଅଛି, ଯାହା  ସମକ୍ଷରେ ତ୍ରୈଲୋକ୍ୟର ସମ୍ପତ୍ତି ମଧ୍ୟ ନଗଣ୍ୟ ହେବ। ମହାତ୍ମାଜୀ ଚାଲିଗଲେ।

ନୋଟ ବଣ୍ଡଲ ଗୁଡାକ ପଡି ରହିଲା। ଆଶ୍ଚର୍ଯ୍ୟରେ ଅବାକ୍ ହୋଇ ସେଠ ଓ ଗୁମାସ୍ତା ସ୍ତବ୍ଧ ରହିଗଲେ। ଗୁମାସ୍ତା ନୋଟଗୁଡିକୁ ଉଠାଇନେଲେ। ସେଠଜୀ ସେହି ସନ୍ଥଙ୍କ ଅଦ୍ଭୁତ ସାଧନା ସମ୍ବନ୍ଧରେ ବିଚାର କରି କରି ଫେରିଗଲେ। ଚିନ୍ତା କଲେ ଏପରି କେଉଁ ସାଧନା ଅଛି? ଯାହା ଦ୍ଵାରା ପାଖକୁ ଆସିଥିବା ପ୍ରଚୁର ଧନକୁ ପଦାଘାତ କରାଯାଇପାରିବ।

ସେ ସାଧନା ହେଉଛି ବୈରାଗ୍ୟ। ଇହ ଲୋକ ଓ ପରଲୋକରେ ସମସ୍ତ ଦୃଷ୍ଟ, ଶ୍ରୁତ, ଅଦୃଷ୍ଟ ଓ ଅଶ୍ରୁତ ପଦାର୍ଥରୁ ସର୍ବଥା ବିତୃଷ୍ଣା ରହିବା ହିଁ ବୈରାଗ୍ୟ ଅଟେ।

ଭତୃହରିଙ୍କ ଭାଷାରେ…

ଭୋଗରେ ରୋଗ, କୁଳ ବୁଦ୍ଧି ହେଲେ ପତନ, ଅଧିକ ଧନରେ ରାଜା, ମୌନରେ ଦୀନତା, ବଳ ହେଲେ ଶତ୍ରୁ, ରୂପ ସୁନ୍ଦର ହେଲେ ବାର୍ଦ୍ଧକ୍ୟ, ଶାସ୍ତ୍ରରେ ବିବାଦ, ଗୁଣବାନ ହେଲେ ଦୁଷ୍ଟ, ଶରୀର ଥିଲେ ଯମର ଭୟ ଲାଗି ରହିଥାଏ। ସଂସାରର ସମସ୍ତ ପଦାର୍ଥ ଭୟ ଯୁକ୍ତ। କିନ୍ତୁ ବୈରାଗ୍ୟ ହେଉଛି ଭୟ ରହିତ। ବୈରାଗ୍ୟରେ କାହାକୁ ଭୟ ନାହିଁ।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ) ବୋରିଗାଁ, ବାଣପୁର, ଖୋର୍ଦ୍ଧା

ଦୂରଭାଷ- ୯୩୩ ୭୨ ୫୮ ୩୯୮

ଜୀବନଶୈଳୀ ମଣିଷ ଜୀବନ
Share. Facebook Twitter LinkedIn Email WhatsApp Copy Link

Related Posts

India Chem 2026: ଖଣିରୁ କେମିକାଲ୍ ଅର୍ଥନୀତି ଆଡ଼କୁ ଓଡ଼ିଶାର ବଡ଼ ପଦକ୍ଷେପ

October 22, 2026

Cyclone Threat: ବାତ୍ୟା ସମ୍ଭାବନା ଘନେଇଲା, ବିଭିିନ୍ନ ବିଦେଶୀ ସଂସ୍ଥାର ସ୍ପଷ୍ଟ ସୂଚନା

October 22, 2026

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୋନିଆ ଗାନ୍ଧୀ: ଆସନ୍ତା ନଭେମ୍ବରରେ ଆସୁଛି ଆତ୍ମଜୀବନୀ ‘ବେଲଙ୍ଗିଂ’

October 22, 2026
Latest News

ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ପ୍ରତିଭାବାନ ଆଥଲେଟ୍

October 22, 2026

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

October 22, 2026

India Chem 2026: ଖଣିରୁ କେମିକାଲ୍ ଅର୍ଥନୀତି ଆଡ଼କୁ ଓଡ଼ିଶାର ବଡ଼ ପଦକ୍ଷେପ

October 22, 2026

Cyclone Threat: ବାତ୍ୟା ସମ୍ଭାବନା ଘନେଇଲା, ବିଭିିନ୍ନ ବିଦେଶୀ ସଂସ୍ଥାର ସ୍ପଷ୍ଟ ସୂଚନା

October 22, 2026

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.