ଧନ ଲାଭ ସହ ଭାଗ୍ୟର ପରିବର୍ତ୍ତନ ଚାହୁଁଛନ୍ତି କି?, ତା’ହେଲେ ନୂଆବର୍ଷରେ କରନ୍ତୁ ଏହି ସବୁ ଉପାୟ

Published: Dec 31, 2022, 3:04 pm IST

ବାସ୍ତୁଶାସ୍ତ୍ର: ନୂଆବର୍ଷ ଆସିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି। ୨୦୨୩ ବର୍ଷକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି। ନୂଆବର୍ଷ ସମସ୍ତଙ୍କୁ ପାଇଁ ଖୁସି ଓ ସୌହାଦ୍ଦ୍ୟର ବର୍ଷ ହେଉ ବୋଲି କାମନା। ତେବେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ କରିବା ଦ୍ବାରା ବର୍ଷ ସାରା ଘରେ ଧନ ଧାନ୍ୟ ପୂର୍ଣ୍ଣ ହେବା ସହିତ ସୁଖ ଶାନ୍ତିମଧ୍ୟ ବିରାଜମାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକ ସମ୍ପର୍କରେ।

-ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅଯଥା ଜଳ ନଷ୍ଟ ଅତ୍ୟନ୍ତ ଅଶୁଭ ହୋଇଥାଏ। ସେଥିପାଇଁ ଅଯଥା ଜଳ ନଷ୍ଟ କରନ୍ତୁ ନାହିଁ। ଏହାଦ୍ବାରା ଘରେ ଅଯଥା ଧନ ଖର୍ଚ୍ଚ ହୋଇଥାଏ।

-ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଶାନ୍ତି ଓ ଖୁସି ପାଇଁ ଜଳର ପ୍ରବାହ ଉତ୍ତର ପୂର୍ବ ଦିଗରେ ରହିବା ଆବଶ୍ୟକ।

-ଚାରା ବା ଛୋଟଗଛରେ ପ୍ରତ୍ୟକ ଦିନ ଜଳ ଦେବା ଦ୍ବାରା ଧନ ପ୍ରାପ୍ତିର ଯୋଗ ହୋଇଥାଏ। ଏହାଦ୍ବାରା ପରିବାର ମଧ୍ୟରେ ସୌହାଦ୍ଦ୍ୟର ବାତାବରଣ ସୃଷ୍ଟି ହୁଏ।

-ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଛାତ ଉପରେ ଦକ୍ଷିଣ-ପଶ୍ଚିମ ଦିଗରେ ପାଣି ଟାଙ୍କି କରିବା ଉଚିତ୍‌।

-ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଆଡକୁ ଗୋଡ ଓ ଉତ୍ତର ଆଡକୁ ମୁଣ୍ଡ ରଖି ଶୋଇବା ଆବଶ୍ୟକ। ଏହା ଦ୍ବାରା ଧନ, ଖୁସି ଓ ସମୃଦ୍ଧି ମିଳିଥାଏ।

-ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ପୂର୍ବ ଅଥବା ପୂର୍ବ ଦିଗରେ ବସିକରି ଖାଦ୍ୟ ଗ୍ରହଣ କରିବା ଉଚିତ୍‌ ଏହା ଦ୍ବାରା ଘରେ ସୁଖ ସମୃଦ୍ଧି ଆସିଥାଏ।

-ସେହିପରି ଦକ୍ଷିଣ ଦିଗକୁ ମୁହଁ କରି କେବେ ଭୋଜନ କରିବେ ନାହିଁ।

-ଘର କିମ୍ବା ଅଫିସ୍‌ରେ ସର୍ବଦା ଈଶାନ କୋଣରେ ପୂଜାସ୍ଥାନ କରିବା ଉଚିତ୍‌। ଏପରି କରିବା ଦ୍ବାରା ଘରେ ସର୍ବଦା ଶାନ୍ତି ବିରାଜମାନ କରିଥାଏ।

-ପୂଜା ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ।

-ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଯଦି ଆପଣ ଠାକୁରଙ୍କ ଘର ଅଥବା ମନ୍ଦିର ନିର୍ମାଣ କରୁଛନ୍ତି, ତେବେ ଦକ୍ଷିଣ ପଶ୍ଚିମ ଦିଗରେ କେବେବି ମନ୍ଦିର ବନାନ୍ତୁ ନାହିଁ।

Related posts