ଭୁଲ୍‌ ଦିଗରେ ଶୋଉଛନ୍ତି କି?, ଜାଣି ରଖନ୍ତୁ କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଦ୍ବାରା ପାଇପାରିବେ ଲାଭ

Published: Jan 7, 2023, 6:55 am IST

ନୂଆଦିଲ୍ଲୀ: ବାସ୍ତୁଶାସ୍ତ୍ରରେ ଦିଗଗୁଡିକୁ ବିଶେଷ ମହତ୍ତ୍ବ ଦିଆଯାଇଥାଏ। ଶୋଇବା ସମୟରେ ମୁଣ୍ଡ ଓ ଗୋଡ ସଠିକ୍‌ ଦିଗରେ ରହିବା ଉଚିତ୍‌। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯେମିତି ପୌଷ୍ଟିକ ଆହାର ଆବଶ୍ୟକ, ସେହିପରି ନିୟମିତ ଦିନଚର୍ଯ୍ୟା ପାଇଁ ଉତ୍ତମ ନିଦ୍ରା ମଧ୍ୟ ଆବଶ୍ୟକ।

କିଛି ଲୋକେ ଶୋଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦେଇନଥାନ୍ତି, ଯାହାଫଲରେ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିଥାଏ। ବାସ୍ତୁ ଶାସ୍ତ୍ରରେ ସଠିକ୍‌ଦିଗରେ ଶୋଇବାକୁ ନିର୍ଦ୍ଦେଶ ରହିଛି। ତେବେ ଆସନ୍ତୁଜାଣିବା  ସେ ସମ୍ପର୍କରେ।

-ବାସ୍ତୁ ଅନୁସାରେ ଉତ୍ତର ତଥା ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଦ୍ବାରା ନାକାରାତ୍ମକ ଶକ୍ତି ଓ ଚିନ୍ତା ବଢିଥାଏ। ଏଥିପାଇଁ ଆମକୁ ସର୍ବଦା ଦକ୍ଷିଣ ତଥା ପୂର୍ବ ଆଡକୁ ମୁଣ୍ଡ କରି ଶୋଇବା ଆବଶ୍ୟକ।

-ଅବିବାହିତା ଝିଅମାନେ ଉତ୍ତର-ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଦରକାର। ସେମାନେ କଦାପି ବି ଦକ୍ଷିଣ ପଶ୍ଚିମ ଦିଗକୁ ମୁହଁ କରି ଶୋଇବା ଅନୁଚିତ୍‌। ସେହିପରି ବିବାହ ଯୋଗ୍ୟ ଝିଅ ଓ ପୁଅମାନେ ଉତ୍ତର ଦିଗକୁ ଗୋଡ କରି ଶୋଇବା ଶୁଭ ହୋଇଥାଏ।

-ଘରର ବାୟୁ କୋଣରେ ବିବାହିତ ମହିଳାମାନେ ଶୋଇବା ଅନୁଚିତ। ଏହି ଦିଗକୁ ମୁଣ୍ଡ କରି ଶୋଇବା ଦ୍ବାରା ଅଲଗା ଘର କରିବାର ଚିନ୍ତା ଆସିଥାଏ।

-ବାସ୍ତୁ ଅନୁସାରେ କୁମାରୀଁ ଝିଅମାନେ ଉତ୍ତମ ପଶ୍ଚିମ ଦିଗରେ ଶୋଇବା ଦ୍ବାରା ବିବାହ ଯୋଗ୍ୟ ମଜବୁତ୍‌ ହୋଇଥାଏ।

-ସେହିପରି ସକାଳ ଓ ସନ୍ଧ୍ୟାରେ ଘରେ କର୍ପୂର ଜଳାଇବା ଦ୍ବାରା ନାକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ସେହିପରି ଅଗ୍ନି କୋଣ ଅର୍ଥାତ୍‌ ଦକ୍ଷିଣ – ପୂର୍ବ ଦିଗରେ ସନ୍ଧ୍ୟା ସମୟରେ କର୍ପୂର ଜଳାଇବା ଦ୍ବାରା ଧନ ବୃଦ୍ଧି ହୋଇଥାଏ।

-ଘର ଭିତରେ ଶୋଇବା ସ୍ଥାନରେ ପ୍ଲାଷ୍ଟିକ୍‌ର ଫୁଲ ତଥା ଗଛ ରଖିବା ଅନୁଚିତ, ଏହା ଦ୍ବାରା ଘରକୁ ଦରିଦ୍ର ଆସିଥାଏ।

-ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଘରର ଏରୁଣ୍ଡିରେ ହଳଦୀରେ ସ୍ବାତ୍ତ୍ବିକ ଚିହ୍ନ ତିଆରି କଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ।

Related posts