ଚର୍ଚ୍ଚାରେ ସମଲିଙ୍ଗୀ ପ୍ରେମୀ ଯୁଗଳ : ଭାରତୀୟ ହିନ୍ଦୁ ଅଞ୍ଜଳି ଓ ପାକିସ୍ତାନୀ ମୁସଲମାନ୍‌ ସୁନ୍ଦସ୍‌

Published: Aug 1, 2019, 2:11 pm IST

ସମୀକ୍ଷା ବ୍ୟୁରୋ

ପ୍ରେମ ଏପରି ଏକ ଶବ୍ଦ, ଯାହା କିଛି ମାନେ ନାହିଁ। ନା ତା’ ପାଖରେ ଅଛି ଜାତି, ଧର୍ମ, ଲିଙ୍ଗ। ପ୍ରେମମୟ ପୃଥିବୀ। ନିକଟରେ ଏମିତି ଏକ ପ୍ରେମ ଦେଖିବାକୁ ମିଳିଛି। ଭାରତ – ପାକିସ୍ତାନ ମଧ୍ୟରେ ସମ୍ପର୍କର ତିକ୍ତତା ରହିଥିବାବେଳେ ଏମିତି ଦୁଇଜଣ ପ୍ରେମୀ ସାମ୍ନାକୁ ଆସିଛନ୍ତି, ଯାହାଙ୍କ ପାଖରେ ଜାତି, ଧର୍ମ, ଲିଙ୍ଗ ସବୁ ହାର ମାନିଛି। ଦୁହିଁଙ୍କ ଫଟୋ ଏବେ ଖୁବ୍‌ ଚର୍ଚ୍ଚାରେ। ଦୁହେଁ ହେଉଛନ୍ତି ଅଞ୍ଜଳି ଓ ସୁନ୍ଦସ୍‌।

ଅଞ୍ଜଳି ଚକରା ଓ ସୁନ୍ଦସ୍‌ ମଲିକ୍‌ ନାମ୍ନୀ ଦୁଇ ଯୁବତୀଙ୍କ ଫଟୋଶୁଟ୍‌ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ଏହି ସମଲିଙ୍ଗୀ ଦ୍ବୟଙ୍କ ମଧ୍ୟରୁ ଜଣେ ଭାରତୀୟ ହିନ୍ଦୁ ହୋଇଥିବାବେଳେ ଆଉ ଜଣେ ପାକିସ୍ତାନୀ ମୁସଲମାନ୍‌। ଏହି ଯୋଡ଼ିଙ୍କ ଭିନ୍ନ ଭିନ୍ନ ଅନ୍ଦାଜ୍‌ର ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଲୋକପ୍ରିୟ ହୋଇଛି। ଦୁହିଁଙ୍କ ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ ଓ ଜୁଏଲାରୀ ସହିତ ନ୍ୟୁୟର୍କ ହୋଇଥିବା ଫଟୋଶୁଟ୍‌କୁ ‘ଏ ନ୍ୟୁୟର୍କ ଲଭ୍‌ ଷ୍ଟୋରୀ’ ବୋଲି କ୍ୟାପସନ୍‌ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫଟୋକୁ ୭୦ ହଜାରରୁ ଅଧିକ ଲୋକ ଲାଇକ୍‌ ଓ ରିଟୁଇଟ୍‌ କରିବା ସହିତ ୪୫ ହଜାରରୁ ଅଧିକ ଲୋକ ଲାଇକ୍‌ କରି ପସନ୍ଦ କରିଛନ୍ତି। ଫଟୋଗ୍ରାଫର୍‌ ସରୋବର ଅହମ୍ମଦ ଏହି ଫଟୋକୁ ପୋଷ୍ଟ କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି।

ନିକଟରେ ସମଲିଙ୍ଗୀ ଯୋଡ଼ିଙ୍କ ବିବାହ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ଅମିତ୍‌ ଶାହା ଓ ଆଦିତ୍ୟ ମଦିରାଜୁ ଆମେରିକାର ନ୍ୟୁଜର୍ସିରେ ଶ୍ରୀ ସ୍ବାମୀ ନାରାୟଣ ମନ୍ଦିରରେ ବିବାହ କରିଥିଲେ। ଅମିତ୍‌ ଆତ୍ମା ପରଫର୍ମିଙ୍ଗ୍‌ ଆର୍ଟସ୍‌ ନାମକ ଏକ ଡ୍ୟାନ୍ସ କମ୍ପାନୀର ମାଲିକ ହୋଇଥିବାବେଳେ ଆଦିତ୍ୟ ମଦିରାଜୁ ରିସ୍କ ମ୍ୟାନଜେମଣ୍ଟ କମ୍ପାନୀର କାର୍ଯ୍ୟରତ। ଦୁହିଁଙ୍କ ସାକ୍ଷାତ୍‌ ୨୦୧୬ରେ ହୋଇଥିଲା। ନିକଟରେ ଦୁହିଁଙ୍କ ବିବାହ ଫଟୋ ସୋସିଆଲ୍‌ ସାଇଟ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲା।

Related posts