Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ମାତ୍ରାଧିକ ପ୍ରେମ ପାଇଁ ଛାଡପତ୍ର : ସ୍ବାମୀଙ୍କ ପ୍ରଚୁର ପ୍ରେମରେ ଅତିଷ୍ଠ ହୋଇ ଛାଡପତ୍ର ପାଇଁ ସ୍ତ୍ରୀଙ୍କ ଆବେଦନ
ଜୀବନ ଶୈଳୀ

ମାତ୍ରାଧିକ ପ୍ରେମ ପାଇଁ ଛାଡପତ୍ର : ସ୍ବାମୀଙ୍କ ପ୍ରଚୁର ପ୍ରେମରେ ଅତିଷ୍ଠ ହୋଇ ଛାଡପତ୍ର ପାଇଁ ସ୍ତ୍ରୀଙ୍କ ଆବେଦନ

August 25, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସାଧାରଣତଃ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ପ୍ରେମ ନ ରହିଲେ ଏହା ବିଚ୍ଛେଦର ରୂପ ନେଇଥାଏ। କିନ୍ତୁ ଅତ୍ୟଧିକ ପ୍ରେମ ବି ବିଚ୍ଛେଦର କାରଣ ପାଲଟିଯାଏ, ତାର ଏକ ପ୍ରମାଣ ଦେଖିବାକୁ ମିଳିଛି। ନିକଟରେ ଏପରି ଏକ ଅଜବ ତଲାକ୍‌ ବା ବିବାହ ବିଚ୍ଛେଦର କାହାଣୀ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ସ୍ବାମୀ ତାଙ୍କୁ ଅତ୍ୟଧିକ ପ୍ରେମ କରିଥିବାରୁ ତଲାକ୍‌ ବା ଛାଡପତ୍ର ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଏହି କଥା ଶୁଣିବାକୁ ନିଶ୍ଚୟ ଟିକେ ଅଜବ୍‌ ଲାଗୁଥିବ । ଘଟଣାଟି କିନ୍ତୁ ଏହିପରି ।  ତାଙ୍କ ସ୍ବାମୀଙ୍କ କେବେବି ତାଙ୍କ ସହ ଝଗଡ଼ା କରିନାହାନ୍ତି ଓ ପ୍ରଚୁର ପ୍ରେମ କରୁଥିବାରୁ ସେ ଏଥିରେ ବିରକ୍ତ ହୋଇ ସ୍ବାମୀଙ୍କଠୁ ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।

ୟୁଏଇର ଜଣେ ମହିଳାଙ୍କ କହିବାନୁସାରେ ତାଙ୍କ ସ୍ବାମୀ ତାଙ୍କୁ ପ୍ରଚୁର ପ୍ରେମ କରନ୍ତି, ସେ ଏହି ପ୍ରେମରେ ଅତିଷ୍ଠ ହୋଇ ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି। ଫୁଜେରାର ସିରିଆ କୋର୍ଟରେ ମହିଳାଜଣକ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ତେବେ ଦୁହିଁଙ୍କ ବିବାହ କେବଳ ଏକ ବର୍ଷ ହୋଇଛି । ଖଲିଜ୍‌ ଟାଇମ୍ସ ରିପୋର୍ଟ ଅନୁସାରେ ମହିଳା ଜଣକ ନିଜ ସ୍ବାମୀଙ୍କର ଅତ୍ୟଧିକ ପ୍ରେମକୁ ସହ୍ୟ କରିପାରୁନାହାନ୍ତି। ଏଥିପାଇଁ ସେ ବିଚ୍ଛେଦ ହେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ମହିଳା ଜଣକ ଏକଥା ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ବାମୀ କେବେବି ତାଙ୍କ ଉପରେ ରାଗିନାହାନ୍ତି କି ତାଙ୍କୁ ଉଦାସ ହେବାକୁ ଦେଇନାହାନ୍ତି। ମହିଳାଜଣକ ଅତ୍ୟଧିକ ପ୍ରେମ ଓ ସ୍ନେହରେ ଅତିଷ୍ଠ ହୋଇପଡ଼ିଥିବାର କୋର୍ଟଙ୍କୁ କହିଛନ୍ତି। ଏପରିକି ତାଙ୍କ ସ୍ବାମୀ ଘରର ଯାବତୀୟ କାର୍ଯ୍ୟରେ ମଧ୍ୟ ତାଙ୍କୁ ସାହାଯ୍ୟ କରୁଥିବାର କହିଛନ୍ତି ମହିଳାଜଣକ। ବିବାହର ଏକ ବର୍ଷ ହୋଇଥିଲେ ମଧ୍ୟ ଗୋଟିଏ ଥର ବି ଝଗଡ଼ା ହୋଇନଥିବାର କହିଛନ୍ତି ମହିଳାଜଣକ। ସ୍ବାମୀଙ୍କର ଅତ୍ୟଧିକ ପ୍ରେମ ଓ ଉଦାରତା ତାଙ୍କ ଜୀବନକୁ ନର୍କ କରିଦେଇଛି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି। ମହିଳା ଜଣକ ଝଗଡ଼ା କରିବାକୁ ଚାହୁଁଥିବାବେଳେ ତାଙ୍କ ସ୍ବାମୀଙ୍କ ପାଇଁ ଏହା ଅସମ୍ଭବ ବୋଲି କହିଛନ୍ତି ମହିଳା ଜଣକ। ସେ ସର୍ବଦା ତାଙ୍କୁ ପ୍ରତ୍ୟେକ ଭୁଲ୍‌ ପାଇଁ କ୍ଷମା କରିବା ସହିତ ଉପହାର ଦେଇଥା’ନ୍ତି। ଆଜ୍ଞାଧାରୀ ସ୍ବାମୀ ତାଙ୍କୁ ପସନ୍ଦ ନୁହେଁ ବୋଲି ମହିଳାଜଣକ କହିଛନ୍ତି। ତାଙ୍କ ସ୍ବାମୀଜଣକ କିଛି ଭୁଲ୍‌ କରିନାହାନ୍ତି କିନ୍ତୁ ଜଣେ ଆଦର୍ଶ ସ୍ବାମୀ ହେବାକୁ ଚାହିଁଛନ୍ତି। ତେବେ କୋର୍ଟ ତାଙ୍କର ଏହି ଆବେଦନକୁ ପ୍ରତ୍ୟାହାର କରିବା ପାଇଁ କହିବା ସହିତ ନିଜ ଭିତରେ ଥିବା ମତଭେଦକୁ ବୁଝିବା ପାଇଁ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ପର୍କର ଦେଶରେ ସମ୍ପର୍କହୀନତା! ନିଃସଙ୍ଗତା ରିପୋର୍ଟ ଉଠାଇଲା ବଡ଼ ପ୍ରଶ୍ନ

June 13, 2026

ତୃଣମୂଳରେ ବଡ଼ ରାଜନୈତିକ ଭୂକମ୍ପ! ୨୦ ସାଂସଦଙ୍କ ନୂଆ ଚାଲ୍ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା

June 13, 2026

ଜନ୍ମରୁ ଯତ୍ନ, ଶିକ୍ଷାରୁ ସଶକ୍ତୀକରଣ: ‘ବେଟି ବଚାଓ, ବେଟି ପଢାଓ’ର ସଫଳ ଯାତ୍ରା

June 13, 2026

ରୁଷୀୟ ତୈଳ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା: ଭାରତକୁ ସମର୍ଥନ କଲା ଏହି ଦେଶ

June 13, 2026
Latest News

ନାବାଳିକାକୁ ଦୁଷ୍କର୍ମ ଅଭିଯୁକ୍ତ କୋର୍ଟ ଚାଲାଣ

June 14, 2026

ଆଜି ପହିଲି ରଜ: ଗାଁଗଣ୍ଡାରେ ଯୁବତୀମାନଙ୍କ ମଧ୍ୟରେ ବେଶ ଉତ୍ସାହ

June 14, 2026

ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

June 14, 2026

ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

June 14, 2026

ବିସ୍ତୃତ ରାଶିଫଳ: ପହିଲି ରଜରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.