ଖାଇବା ପିଇବା ଭଳି ଶୋଇବା ଶରୀର ପାଇଁ ନିହାତି ଆବଶ୍ୟକ। ଠିକ୍ ଭାବରେ ନ ଶୋଇଲେ ଶରୀର ଖରାପ ହୋଇଥାଏ। ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ହୋଇଥାଏ। ସେଥିପାଇଁ ଡାକ୍ତରମାନେ ପୂରା ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଥାନ୍ତି। ଦିନସାରା କାମ କରି ଆମେ ଥକିପଡ଼ନ୍ତି। ଆଉ ଥକ୍କାରେ ଶୋଇବାବେଳେ ଭୁଲ କି ଠିକ ଶୈଳୀରେ ଶୋଇବା ଜଣାପଡିନଥାଏ। ବେଡ ସଫା ଅଛି ନା ନାହିଁ ସେ ସବୁ ବି ଆମେ ଭୁଲିଯାଉ। ଯାହା ଆମ ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ। ଆଉ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ଯଦି ଆପଣଙ୍କର ଲଗାତର ଥଣ୍ଡା କିମ୍ବା କାସ ହେଉଛି ତେବେ ଜାଣି ରଖନ୍ତୁ କିଛିକାଂଶରେ ଏହାର କାରଣ ହେଉଛି ଶୋଇବା ସ୍ଥାନ ଓ ଶୋଇବାର ଶୈଳୀ।
– ଡାକ୍ତରଙ୍କ କହିବା ଅନୁସାରେ ସବୁବେଳେ ଶୋଇବା ବେଳେ ବାମ ପଟକୁ ମୁହଁ କରି ଶୁଅନ୍ତୁ। ନଚେତ ଦେହ ଖରାପ ହେବ।
– ସବୁବେଳେ କପା ବା ତୁଳା ଗଦି, ତକିଆ ବ୍ୟବହାର କରନ୍ତୁ।
– ବେଡ କିମ୍ବା ତଳେ ଶୋଇବା ପାଇଁ ଆପଣ ଯେଉଁ ବେଡସିଟ ବା ତକିଆ ବ୍ୟବହାର କରନ୍ତି ତା’ ପ୍ରତି ଧ୍ୟାନ ଦିଅନ୍ତୁ। ଯେମିତି ସିନ୍ଥେଟିକ ମ୍ୟାଟେରିଆଲ ହୋଇନଥିବ ।
– ବେଡସିଟ୍ରେ ଅନେକ ଧୂଳିକଣା ଥାଏ। ଯାହା ଦ୍ୱାରା ଆପଣଙ୍କ ତ୍ୱଚାରେ ଆଲର୍ଜି ହେବା ସହ ଶୋଇବା ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ବି ହୋଇପାରେ। ସେଥିପାଇଁ ବେଡସିଟ୍ ସଫା ସୁତୁରା ପ୍ରତି ଧ୍ୟାନ ଦେବେ।
– ବେଡସିଟ୍ ଧୋଇବା ପରେ ତାକୁ ଖରାରେ ଶୁଖାଇ ଭଲ ଭାବେ ଝାଡ଼ିଆଣନ୍ତୁ। ଶୁଖାଇବା ସମୟରେ ଯାହା ବି ଧୂଳି ଲାଗିଥାଏ ତାହା ସବୁ ଝଡ଼ିଯାଏ।
– ଶୋଇବା ସମୟରେ ବ୍ୟବହାର କରୁଥିବା କମ୍ବଳକୁ ସଫା କରିବା ପାଇଁ ଭଲ ଲିକ୍ୱିଡ ବ୍ୟବହାର କରନ୍ତୁ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୋଇବାର କିଛି ନିୟମ :
ସ୍ୱାସ୍ଥ୍ୟ ସହ ନିଦ୍ରାର ଗଭୀର ସମ୍ପର୍କ ରହିଛି। ଯେଉଁଗୁଡିକୁ ପାଳନ କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ପରିବାରରେ ମଧ୍ୟ ସୁଖ ଶାନ୍ତି ଆସିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…
– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିର୍ଜନ ବା ଅନ୍ଧାର ଘରେ ଏକଲା ଶୋଇବାକୁ ବାରଣ କରାଯାଇଛି।
– ମନ୍ଦିର ଓ ଶ୍ମଶାନରେ ମଧ୍ୟ ଶୋଇବା ଅନୁଚିତ।


