Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଆସନ୍ତୁ ଜାଣିବା ପୂଜାବ୍ରତରେ କାହିଁକି ପିଆଜ ରସୁଣ ଖାଇବାକୁ ମନା
ଜୀବନ ଶୈଳୀ

ଆସନ୍ତୁ ଜାଣିବା ପୂଜାବ୍ରତରେ କାହିଁକି ପିଆଜ ରସୁଣ ଖାଇବାକୁ ମନା

September 14, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହିନ୍ଦୁଧର୍ମରେ ଅନେକ ମାନ୍ୟତା ରହିଛି। ତନ୍ମଧ୍ୟରେ ପୂଜାବ୍ରତ ସମୟରେ ପିଆଜ ରସୁଣ ସେବନ ନ କରିବା ଅନ୍ୟତମ ପିଆଜ ରସୁଣ ଯୁକ୍ତ ଖାଦ୍ୟ ଈଶ୍ୱରଙ୍କୁ ପ୍ରସାଦ ଭାବେ ମଧ୍ୟ ଅର୍ପଣ କରାଯାଇ ନ ଥାଏ । ଯଦିଓ ପିଆଜ ରସୁଣ ମଧ୍ୟରେ ଔଷଧୀୟ ଗୁଣ ଭରି ରହିଛି। ତେବେବି ଏହାକୁ ପୂଜା ବ୍ରତରେ ସେବନ କରିବା ନିଷିଦ୍ଧ। ହେଲେ କାହିଁକି, ଜାଣନ୍ତୁ ସେ ସମ୍ପର୍କରେ…
ହିନ୍ଦୁଧର୍ମରେ ଖାଦ୍ୟକୁ ତିନିଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଉଛି ସାତ୍ତ୍ୱିକ। କ୍ଷୀର, ଦହି, ଘିଅ, ଚାଉଳ, ମୁଗ, ପନିପରିବା ଆଦି ସାତ୍ତ୍ୱିକ ଆହାର ଅନ୍ତର୍ଭୁକ୍ତ। ଏହି ଖାଦ୍ୟ ସକାରାତ୍ମକତା, ଶାନ୍ତି, ସଞ୍ଜମତା, ଜ୍ଞାନ ଆଦି ବୃଦ୍ଧି କରିଥାଏ। ତେଣୁ ଏସବୁକୁ କେବଳ ଉପବାସ ସମୟରେ ନୁହେଁ ସବୁଦିନ ଗ୍ରହଣ କଲେ ଭଲ। ଦ୍ୱିତୀୟ ହେଉଛି ରାଜସିକ। ରାଗ, ଖଟା, ଅଧିକ ଲୁଣି, ଚଟପଟା ଆଦି ଖାଦ୍ୟ ଯାହା ରଜୋଗୁଣ ବଢାଏ। ସେଗୁଡ଼ିକ ରାଜସିକରେ ଅନ୍ତର୍ଭୁକ୍ତ। ଏହା ପାଟିକୁ ସ୍ୱାଦିଷ୍ଟ ହେଲେ ବି ଶରୀର ପାଇଁ ଭଲ ନୁହେଁ। ତୃତୀୟ ହେଉଛି ତାମସିକ। ପିଆଜ, ରସୁଣ, ଛତୁ, ମାଛ ମାଂସ, ଅଣ୍ଡା ଆଦି ତମୋଗୁଣ ବଢାଇଥାଏ। ଏହି ଖାଦ୍ୟ ଉତ୍ତେଜନା, ଅହଂକାର, କ୍ରୋଧ, ଆଳସ୍ୟ, ଅଜ୍ଞାନତା, ବିଳାସୀ ଆଦି ଗୁଣ ବଢାଇଥାଏ। ତେଣୁ ଏହି ଖାଦ୍ୟ ନା ଶରୀର ପାଇଁ ନା ମନ ପାଇଁ ଭଲ।
ଶ୍ରୀମଦ ଭଗବଦ ଗୀତାର ୧୭ମ ଅଧ୍ୟାୟରେ ଲେଖାଯାଇଛି ଯେ, ବ୍ୟକ୍ତି ଯେମିତି ଭୋଜନ କରନ୍ତି ସେହିଭଳି ତାଙ୍କ ପ୍ରକୃତି ହୋଇଥାଏ। ଯେଉଁ ଭୋଜନ କଲେ ପାଟିରୁ ଦୁର୍ଗନ୍ଧ ବାହାରେ ତାକୁ ତାମସିକ ବୋଲି କୁହାଯାଏ। ପିଆଜ ରସୁଣ ତିବ୍ର ଗନ୍ଧଯୁକ୍ତ ତାମସିକ ଖାଦ୍ୟ । ଉତ୍ତେଜନା, ଅଜ୍ଞାନତା ବୃଦ୍ଧି କରୁଥିବା ଏହି ଖାଦ୍ୟକୁ ଖାଇଲେ ଆଧ୍ୟାତ୍ମିକ ମାର୍ଗରେ ଚାଲିବାରେ ବାଧା ଉତ୍ପନ୍ନ ହୋଇଥାଏ ଓ ବ୍ୟକ୍ତିଙ୍କ ଚେତନା ପ୍ରଭାବିତ ହୁଏ। ତେଣୁ ସାଧୁସନ୍ଥ ଏଭଳି ଖାଦ୍ୟଠୁ ଦୂରେଇ ରୁହନ୍ତି। ବୈଷ୍ଣବ ଓ ଜୈନ ଧର୍ମର ପ୍ରାୟ ଲୋକ ପିଆଜ ରସୁଣ ବ୍ୟବହାର କରନ୍ତି ନାହିଁ। କାରଣ ସେମାନେ ପ୍ରାୟତଃ ବ୍ରତରେ ରୁହନ୍ତି ଓ ନିୟମର ପାଳନ କରନ୍ତି।
ପୌରାଣିକ କଥାବସ୍ତୁରେ ପିଆଜ:

କୁହାଯାଏ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରି ଯେବେ ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତକୁ ଦେବତାଙ୍କ ମଧ୍ୟରେ ବାଣ୍ଟୁଥିଲେ ସେତେବେଳେ ରାହୁ ନାମକ ଦୈତ୍ୟ ଦେବତା ବେଶ ଧାରଣ କରି ଲୁଚି ଲୁଚି ଆସି ଦେବତାଙ୍କ ଧାଡିରେ ବସି ଯାଇଥଲେ। ଆଉ ଭଗବାନ ବିଷ୍ଣୁ ରାହୁ ପାଟିରେ ବି ଅମୃତ ଢାଳି ଦେଇଥିଲେ। ଏହି ସମୟରେ ଚନ୍ଦ୍ର ଦେବତା ଜାଣି ନେଇଥଲେ ଯେ ଏ ଦେବତା ନୁହେଁ ଦୈତ୍ୟ ରାହୁ ବୋଲି। ଭଗବାନ ବିଷ୍ଣୁ ତତ୍‌କ୍ଷଣାତ ନିଜ ଅସଲ ରୂପକୁ ଆସି ସୁଦର୍ଶନ ଚକ୍ର ପେଶଣ କରି ରାହୁର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ। ଫଳରେ ଅମୃତ ରାହୁର ତଣ୍ଟିରୁ ତଳକୁ ଖସି ପାରି ନ ଥିଲା। ରାହୁର କଟାମୁଣ୍ଡରୁ ଯେଉଁ ରକ୍ତ ଭୂମିରେ ପଡ଼ିଲା ସେଇଥିରୁ ପିଆଜ ରସୁଣଗଛ ସୃଷ୍ଟି ହୋଇଥିବା କୁହାଯାଏ। ଯେହେତୁ ଏଥୁରେ ଅମୃତ ଓ ରକ୍ତ ଉଭୟ ମିଶିଥିଲା ସେଥିପାଇଁ ଏହି ଗଛରେ ଅନେକ ଔଷଧୀୟ ଗୁଣ ମହଜୁଦ ଅଛି। ହେଲେ ଏଥିରେ ଦାନବ ରକ୍ତ ବି ଥିବାରୁ ଏହା ତୀବ୍ର ଗନ୍ଧଯୁକ୍ତ ଓ ଅପବିତ୍ର ବୋଲି ମନେ କରାଯାଏ। ଆଉ ଏହା ତାମସିକ ଗୁଣ ବି ବୃଦ୍ଧି କରାଏ ।
ଆୟୁର୍ବେଦ ଅନୁସାରେ ପିଆଜ ରସୁଣ ଶରୀର ପାଇଁ ଉପକାରୀ। ତେବେ କିଛି ଗବେଷଣା କହେ ରସୁଣ ଏକ ଭଲ ଆଣ୍ଟିବାଇଓଟିକ ହୋଇଥିଲେ ହେଁ ବେଳେବେଳେ ଏହା ଖରାପ ଜର୍ମ ସହ ଭଲ ବାକ୍ଟେରିଆକୁ ବି ନାଶ କରିଦିଏ। ସେହିଭଳି ସଲଫରରେ ପରିପୂର୍ଣ୍ଣ ପିଆଜ ରସୁଣ ଶରୀରକୁ ଗରମ କରାଏ। ଏହା ପିତ୍ତ ଅଂଶକୁ ବି ବଢାଏ। ତେଣୁ ଯେଉଁମାନେ ଅଲସର, କୋଲାଇଟିସ୍‌, ହାର୍ଟବର୍ନ, ଇଣ୍ଟେଷ୍ଟିନାଲ ଇନଫ୍ଲେମେସନ୍ ଆଦିରେ ଆକ୍ରାନ୍ତ ସେମାନେ ପିଆଜ ରସୁଣ ଖାଇବା ଭଲ ନୁହେଁ। କାରଣ ଏହାକୁ ସେବନ କଲେ ଏସବୁ ରୋଗ ବଢିବାର ଆଶଙ୍କା ଥାଏ।

ଓଡ଼ିଆ ପରମ୍ପରା ପୂଜାବ୍ରତ ସାତ୍ତ୍ୱିକ ଆହାର
Share. Facebook Twitter LinkedIn Email WhatsApp Copy Link

Related Posts

PF ଓ EPS ନେଇ ବଡ଼ ଭୁଲ କରୁଛନ୍ତି କି? ଚାକିରି ବଦଳ ପୂର୍ବରୁ ଜାଣନ୍ତୁ ଏହି ନିୟମ

October 5, 2026

ଆଜି ଅକ୍ଟୋବର ୦୫ ତାରିଖରେ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ ବିସ୍ତୁତ ଭାଗ୍ୟଫଳ

October 5, 2026

ଫୋପାଡ଼ନ୍ତୁ ନାହିଁ ଅଣ୍ଡା ସିଝା ପାଣି : ଗଛ ପାଇଁ ଏହା ବେଷ୍ଟ ‘ଅର୍ଗାନିକ୍ ସାର’

October 4, 2026

ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ

October 4, 2026
Latest News

ନୂଆ ଆକର୍ଷଣ ଓ ଅତ୍ୟାଧୁନିକ ସୁବିଧା ସହ ଫେରିଲା କଳିଙ୍ଗ ଷ୍ଟୁଡିଓ: ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

October 5, 2026

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026

PF ଓ EPS ନେଇ ବଡ଼ ଭୁଲ କରୁଛନ୍ତି କି? ଚାକିରି ବଦଳ ପୂର୍ବରୁ ଜାଣନ୍ତୁ ଏହି ନିୟମ

October 5, 2026

ଶିଙ୍ଗଲ୍ସ କେବଳ ଚର୍ମ ରୋଗ ନୁହେଁ! ଷ୍ଟ୍ରୋକ୍ ଓ ହୃଦଘାତ ବିପଦ ସହ କ’ଣ ରହିଛି ସମ୍ପର୍କ?

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.