Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଆସନ୍ତୁ ଜାଣିବା ଲାଲ ଅଙ୍ଗୁର ଆମ ଦେହ ପାଇଁ କେତେ ଉପକାରୀ
ଜୀବନ ଶୈଳୀ

ଆସନ୍ତୁ ଜାଣିବା ଲାଲ ଅଙ୍ଗୁର ଆମ ଦେହ ପାଇଁ କେତେ ଉପକାରୀ

September 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତୁ ଜାଣିବା ଲାଲ ଅଙ୍ଗୁର ଆମ ଦେହ ପାଇଁ କେତେ ଉପକାରୀ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସବୁ ରଙ୍ଗର ଅଙ୍ଗୁର ମଧ୍ୟରୁ ଲାଲ୍ ରଙ୍ଗର ଅଙ୍ଗୁର ସବୁଠୁ ଅଧିକ ଲାଭପ୍ରଦ। କାରଣ ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ। ଲାଲ୍ ଅଙ୍ଗୁରରେ ସର୍ବାଧିକ ଆଣ୍ଟିଅକ୍ସିଡାଣ୍ଟ ରହିବା ସହିତ ପ୍ରଚୁର ପରିମାଣରେ ଭିଟାମିନ୍ , ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ଆଇରନ୍ ରହିଛି। ଖାଦ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏକ କପ୍ ଲାଲ୍ ଅଙ୍ଗୁରରେ ୫୨ କ୍ୟାଲୋରୀ, ୧ ଗ୍ରାମ ପ୍ରୋଟିନ୍‌, ୧୪ ଗ୍ରାମ କାର୍ବୋହାଇଡ୍ରେଟ୍‌, ୧ ଗ୍ରାମ ଫାଇବର୍ ଥିବାବେଳେ ଚର୍ବି ଆଦୌ ନାହିଁ । ଲାଲ୍ ଅଙ୍ଗୁରରେ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟର ଥିବାରୁ ଏହା ଅନେକ ରୋଗର ଆଶଙ୍କା ହ୍ରାସ କରିଥାଏ।
ହୃଦ୍‌ଘାତର ଆଶଙ୍କା କରେ ହ୍ରାସ
ଲାଲ୍ ଅଙ୍ଗୁର ନିୟମିତ ଏବଂ ସୀମିତ ପରିମାଣରେ ଖାଇଲେ ସମସ୍ତ ପ୍ରକାରର ହୃଦ୍‌ରୋଗ ସମ୍ବନ୍ଧୀୟ ଜଟିଳତା ଦୂର ହୁଏ। ଲାଲ ଅଙ୍ଗୁରରେ ଫ୍ଲାଭୋନାଏଡ ଏବଂ ପଲିଫେନୋଲ୍ସ ନାମକ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ରକ୍ତବାହୀ ଶିରାପ୍ରଶିରା ଓ ସ୍ନାୟୁକୁ ଆରାମ ଦେଇଥାଏ ଏବଂ ହୃତ୍‌ପିଣ୍ଡରେ ଇନ୍‌ଫ୍ଲାମେସନକୁ ହ୍ରାସ କରିଥାଏ ଓ ଏହାଦ୍ୱାରା ହୃଦ୍‌ଘାତ କିମ୍ବା ଷ୍ଟ୍ରୋକର ଆଶଙ୍କାକୁ ବହୁତ କମ୍ ହୋଇଥାଏ ।
ମଧୁମେହ ନିୟନ୍ତ୍ରଣ
ଲାଲ୍ ଅଙ୍ଗୁରରେ ପର୍ଯ୍ୟାପ୍ତ ପରିମାଣର କାର୍ବୋହାଇଡ୍ରେଟ୍ ଥିଲେ ମଧ୍ୟ ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍ ଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ରକ୍ତରେ ଶର୍କରା ବୃଦ୍ଧି କରିବାକୁ ଦିଏ ନାହିଁ। ମଧୁମେହ ରୋଗୀ ଡାକ୍ତରଙ୍କ ପରାମର୍ଶ ପରେ ଲାଲ୍ ଅଙ୍ଗୁର ଖାଇବା ଉଚିତ।
ଓଜନ ହ୍ରାସ କରିବାରେ ସହାୟକ
ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ଲାଲ ଅଙ୍ଗୁର ବହୁତ ଉପକାରୀ। ଲାଲ୍ ଅଙ୍ଗୁରରେ ପର୍ଯ୍ୟାପ୍ତ ପରିମାଣର ଫାଇବର ଥାଏ, ଯାହା ଭୋକର ଅନୁଭବକୁ ବହୁତ କମ କରିଥାଏ । ଏହା ସହିତ ଲାଲ୍ ଅଙ୍ଗୁରରେ ମଧ୍ୟ ପ୍ରଚୁର ଜଳୀୟ ଅଂଶ ରହିଥାଏ। ଏହା ପେଟ ପୂରିବା ଭଳି ଅନୁଭବ ଦିଏ। ତେଣୁ ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଲାଲ୍ ଅଙ୍ଗୁର ଜୁସ୍ ପିଇପାରିବେ।
ଦୃଷ୍ଟିଶକ୍ତି ବୃଦ୍ଧି
ଲାଲ୍ ଅଙ୍ଗୁର ନିୟମିତ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ହୁଏ। କାରଣ ଲାଲ୍ ଅଙ୍ଗୁରରେ ଥିବା ଭିଟାମିନ୍ ଏବଂ ଫ୍ଲାଭୋନାଏଡ୍ ଆଖିର କୋଷିକାଗୁଡ଼ିକୁ ଆରାମପ୍ରଦାନ କରିବାରେ ସାହାଯ୍ୟ କରେ ।
ମଜଭୁତ୍ କରେ ହାଡ଼
ଲାଲ୍ ଅଙ୍ଗୁରରେ ଥିବା କ୍ୟାଲସିୟମ୍ ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରେ। ହାଡ଼ ଦୁର୍ବଳଜନିତ ରୋଗରେ ପୀଡ଼ିତ ବ୍ୟକ୍ତିମାନେ କେତେ ପରିମାଣରେ ଲାଲ୍ ଅଙ୍ଗୁର ଖାଇପାରିବେ, ତାହା ଦକ୍ଷ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଉଚିତ। କାରଣ ଶିଶୁ ଓ ବୟସ୍କଙ୍କ ପାଇଁ ଏହାର ପରିମାଣ ଭିନ୍ନ ଥାଏ।

ଉପକାରୀ ଲାଲ ଅଙ୍ଗୁର
Share. Facebook Twitter LinkedIn Email WhatsApp Copy Link

Related Posts

Truecallerରୁ ହଟାନ୍ତୁ ନିଜ ନମ୍ବର ଓ ବ୍ୟକ୍ତିଗତ ତଥ୍ୟ, ଏହି ସହଜ ଟ୍ରିକ୍‌ ଜାଣି ରଖନ୍ତୁ

October 13, 2026

ନବରାତ୍ରୀରେ ଗ୍ରହଣ କରନ୍ତୁ ଏହି ଉପାୟ: ହଟିବ ନକାରାତ୍ମକ ଶକ୍ତି, ଦାମ୍ପତ୍ୟ ଜୀବନରେ ମିଳିବ ସୁଖ

October 13, 2026

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ, ସେମାନେ ଅଟନ୍ତି ଭାଗ୍ୟଶାଳୀ

October 13, 2026

ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

October 12, 2026
Latest News

ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

October 13, 2026

ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫୋକସ୍‌ରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

October 13, 2026

ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ଦ୍ଵିତୀୟ ରନର୍ସ ଅପ୍ ବିଜୟିନୀ ମୁକୁଟ ପିନ୍ଧିଲେ କ୍ଷୀରାବ୍ଦୀ ପଟ୍ଟନାୟକ

October 13, 2026

ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ରୋହିତ ଶର୍ମା!: ବଢିଲା ଚର୍ଚ୍ଚା

October 13, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍’କୁ ସମ୍ବୋଧନ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.