Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଟ୍ରେନ୍‌ରେ କାହିଁକି ଏବଂ କେଉଁ ସ୍ଥାନରେ ବାଜିଥାଏ ୧୧ ପ୍ରକାର ହର୍ଣ୍ଣ
ଜୀବନ ଶୈଳୀ

ଟ୍ରେନ୍‌ରେ କାହିଁକି ଏବଂ କେଉଁ ସ୍ଥାନରେ ବାଜିଥାଏ ୧୧ ପ୍ରକାର ହର୍ଣ୍ଣ

September 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ଟ୍ରେନ୍ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ଟ୍ରେନ୍‌ରେ ବାଜୁଥିବା ହର୍ଣ୍ଣ ମଧ୍ୟ ସମସ୍ତେ ଶୁଣିଥିବେ। ହେଲେ ଆପଣମାନେ କେବେ ଧ୍ୟାନ ଦେଇଛନ୍ତି, ଟ୍ରେନ୍‌ରେ କେତେ ପ୍ରକାର ହର୍ଣ୍ଣ ବାଜିଥାଏ। କହିରଖୁଛୁ ଟ୍ରେନ୍‌ରେ ୧୧ ପ୍ରକାର ହର୍ଣ୍ଣ ବାଜିଥାଏ। ତେବେ ଏହି ହର୍ଣ୍ଣ କ’ଣ ସୂଚାଇଥାଏ ଜାଣିବା ସେ ବିଷୟରେ।
ଗୋଟିଏ ଛୋଟ ହର୍ଣ୍ଣ : ଗୋଟିଏ ଛୋଟ ହର୍ଣ୍ଣ ବାଜିବା ଅର୍ଥ ଟ୍ରେନଟି ପଟ୍ରି ଉପରକୁ ଆସିଯାଇଛି ଏବଂ ଏହାର ସଫା ସୁତରା କରିବାର ସମୟ ହୋଇଯାଇଛି।
୨ଟି ଛୋଟ ହର୍ଣ୍ଣ: ଟ୍ରେନ୍ ଡ୍ରାଇଭର ୨ଟି ଛୋଟ ହର୍ଣ୍ଣ ମାରିଲେ ଏହାର ମାନେ ଟ୍ରେନ୍ ଚାଲିବା ପାଇଁ ରେଡ୍ଡି ହୋଇଯାଇଛି ଏବଂ ଡ୍ରାଇଭର ଟ୍ରେନ୍ ଗାର୍ଡଙ୍କୁ ସିଗ୍‌ନାଲ ବିଷୟରେ ପ୍ରଶ୍ନ କରୁଛନ୍ତି।
୩ଟି ଛୋଟ ହର୍ଣ୍ଣ : ସାଧାରଣତଃ ଏହି ପ୍ରକାର ହର୍ଣ୍ଣ ଖୁବ୍ କମ୍ ଶୁଣିବାକୁ ମିଳିଥାଏ। ୩ଟି ଛୋଟ ହର୍ଣ୍ଣ ଜରୁରୀକାଳୀନ ସ୍ଥିତିରେ ବଜାଯାଇଥାଏ। ଏହାର ଅର୍ଥ ଟ୍ରେନ୍ ଇଞ୍ଜିନକୁ କଣ୍ଟ୍ରୋଲ କରିବା ଲୋକୋ ପାଇଲଟଙ୍କ କଣ୍ଟ୍ରୋଲ ବାହାରେ। ଏହି ହର୍ଣ୍ଣ ଟ୍ରେନ୍ ଗାର୍ଡ ପାଇଁ ଏକ ସଙ୍କେତ ଯାହାକୁ ସେ ତୁରନ୍ତ ରୋକିବ।
୪ଟି ଛୋଟ ହର୍ଣ୍ଣ : ଏହାର ଅର୍ଥ ଟ୍ରେନ୍ ଇଞ୍ଜିନ ଖରାପ ଅଛି ଏବଂ ଏହା ଆଉ ଆଗକୁ ଯିବା ସ୍ଥିତିରେ ନାହିଁ।
ଗୋଟିଏ ଲମ୍ବା, ଗୋଟିଏ ଛୋଟ ହର୍ଣ୍ଣ : ଏହାର ଅର୍ଥ ଇଞ୍ଜିନ ଷ୍ଟାର୍ଟ କରିବା ପୂର୍ବରୁ ଡ୍ରାଇଭର ପାଇପ ସିଷ୍ଟମକୁ ଟେଷ୍ଟ କରିବା ପାଇଁ ଗାର୍ଡଙ୍କୁ ସଙ୍କେତ ଦେଉଛି।
୨ଲମ୍ବା, ୨ଛୋଟ ହର୍ଣ୍ଣ : ଏହାର ଅର୍ଥ ଟ୍ରେନ୍ ଡ୍ରାଇଭର ଟ୍ରେନ୍‌କୁ ନିୟନ୍ତ୍ରଣରେ ନେବା ପାଇଁ ଗାର୍ଡକୁ ସଙ୍କେତ ଦେଉଛି।
ଲଗାତର ବା ଲମ୍ବା ହର୍ଣ୍ଣ ବାଜିବା : ଏହି ପ୍ରକାର ହର୍ଣ୍ଣ ପ୍ଲାଟ୍‌ଫର୍ମରେ ଛିଡ଼ାହୋଇଥିବା ଯାତ୍ରୀଙ୍କୁ ସତର୍କ କରିବା ପାଇଁ ବଜାଯାଇଥାଏ।
୨ଥର ରହି ରହି ବାଜୁଥିବା ହର୍ଣ୍ଣ : ଏ ପ୍ରକାର ହର୍ଣ୍ଣ କୌଣସି ଛକ ରାସ୍ତା ବା କ୍ରସିଂରେ ବଜାଯାଇଥାଏ। ଫଳରେ କେହି ରେଳ କ୍ରସିଂ ନିକଟକୁ ଆସିବେ ନାହିଁ।
୨ ଲମ୍ବା, ଗୋଟିଏ ଛୋଟ ହର୍ଣ୍ଣ : ଏହି ହର୍ଣ୍ଣ ସେତେବେଳେ ବଜାଯାଇଥାଏ ଯେତେବେଳେ ଟ୍ରେନ୍ ଗୋଟିଏ ଟ୍ରାକ୍ ବଦଳାଇ ଅନ୍ୟ ଟ୍ରାକ୍‌କୁ ଯାଇଥାଏ।
୨ ଛୋଟ, ଗୋଟିଏ ଲମ୍ବା ହର୍ଣ୍ଣ : ଏପରି ହର୍ଣ୍ଣ କେବଳ ୨ଟି ପରିସ୍ଥିତିରେ ବଜାଯାଇଥାଏ। ଯେତେବେଳେ କେହି ଚେନ୍ ଟାଣନ୍ତି ଏବଂ ଅନ୍ୟଟି ଗାର୍ଡ ଭାକ୍ୟୁମ୍ ପ୍ରେସର ବ୍ରେକ୍ ମାରିଲେ।
୬ ଥର ଛୋଟ ହର୍ଣ୍ଣ : ଯେତେବେଳେ ଟ୍ରେନ୍ ଡ୍ରାଇଭରଙ୍କୁ କିଛି ଭିନ୍ନ ପ୍ରକାର ଆଭାସ ମିଳିଥାଏ ସେତେବେଳେ ଡ୍ରାଇଭର ଏହି ହର୍ଣ୍ଣ ମାରିଥାନ୍ତି।

ଟ୍ରେନ ହର୍ଣ୍ଣ ଭାରତୀୟରେଳ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତୁ ଜାଣିବା ଲାଲ ଅଙ୍ଗୁର ଆମ ଦେହ ପାଇଁ କେତେ ଉପକାରୀ

September 20, 2026

Car Overloading Rules: କାରରେ ଓଭରଲୋଡିଂ ପଡ଼ିପାରେ ମହଙ୍ଗା: ଜରିମାନା ସହ ଜୀବନ ପ୍ରତି ବିପଦ

September 20, 2026

ହଳଦିଆ ଦାନ୍ତ ନେଇ ଚିନ୍ତିତ କି? ଲୁଣ-ଲେମ୍ବୁ ଲଗାଇବା ପୂର୍ବରୁ ଜାଣନ୍ତୁ ଏହି କଥା

September 18, 2026

ସାବଧାନତାର ସହ ବ୍ୟବହାର କରନ୍ତୁ ବ୍ଲୁଟୁଥ୍ ନଚେତ୍‌ ହ୍ୟାକ୍ ହୋଇପାରେ ବ୍ଲୁଟୁଥ୍ ଡିଭାଇସ୍‌

September 18, 2026
Latest News

ଟ୍ରେନ୍‌ରେ କାହିଁକି ଏବଂ କେଉଁ ସ୍ଥାନରେ ବାଜିଥାଏ ୧୧ ପ୍ରକାର ହର୍ଣ୍ଣ

September 20, 2026

ଆସନ୍ତୁ ଜାଣିବା ଲାଲ ଅଙ୍ଗୁର ଆମ ଦେହ ପାଇଁ କେତେ ଉପକାରୀ

September 20, 2026

ଟ୍ରକକୁ ପିଟିଲା ଟ୍ରକ : ୨ ମୃତ 

September 20, 2026

ମହଙ୍ଗା ପଡ଼ିଲା ଜେଲ ଭିତରେ ମୋବାଇଲ ଦେବା ଘଟଣା: ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ସସ୍‌ପେଣ୍ଡ

September 20, 2026

ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.