Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଆପଣ କେଉଁ ପ୍ରକାର ଜୋତା ପିନ୍ଧୁଛନ୍ତି? ଜୋତାର ଶୈଳୀରୁ ଜଣାପଡ଼ିବ ଆପଣଙ୍କ ସ୍ୱଭାବ
ଜୀବନ ଶୈଳୀ

ଆପଣ କେଉଁ ପ୍ରକାର ଜୋତା ପିନ୍ଧୁଛନ୍ତି? ଜୋତାର ଶୈଳୀରୁ ଜଣାପଡ଼ିବ ଆପଣଙ୍କ ସ୍ୱଭାବ

September 21, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବଜାରରେ ଭଳିକି ଭଳି ଜୋତା ମିଳୁଛି। ଜୋତା ମଣିଷର ପାଦକୁ ସୁରକ୍ଷା ଦେବା ସହିତ ଶୋଭା ମଣ୍ଡନ କରିଥାଏ। ତେବେ ବଜାରରେ ଯେତେ ପ୍ରକାର ଜୋତା ଉପଲବ୍ଧ ହେଉଥିଲେ ମଧ୍ୟ ଜଣେ ବ୍ୟକ୍ତି ତନ୍ମଧ୍ୟରୁ ଗୋଟିଏ ଶ୍ରେଣୀର ଜୋତାକୁ ହିଁ ମନୋନୀତ କରି ପିନ୍ଧିଥାନ୍ତି। ସେଥିରୁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନେକ କଥା ଜାଣିହୁଏ। ଆସନ୍ତୁ ଜାଣିବା ଜୋତାରୁ ବ୍ୟକ୍ତିତ୍ୱର ପରିଭାଷା।
ସମତଳ ଜୋତା: ନମ୍ର, କର୍ମଠ ମୃଦୁଭାଷୀ ବ୍ୟକ୍ତିମାନେ ସାଧାରଣତଃ ସମତଳ ଜୋତା ପସନ୍ଦ କରିଥାଆନ୍ତି। ଏମାନେ ପରମ୍ପରା ତଥା ରକ୍ଷଣଶୀଳତାକୁ ଗୁରୁତ୍ୱ ଦେବା ସହିତ ଜ୍ଞାନରେ ମଧ୍ୟ ବେଶ୍ ପାରଙ୍ଗମ ହୋଇଥାଆନ୍ତି। ଏମାନେ ଅତ୍ୟନ୍ତ ଭଦ୍ର, ମାର୍ଜିତ ରୁଚିସମ୍ପନ୍ନ ବ୍ୟକ୍ତିବିଶେଷ। ଏପରି ମଣିଷ ଆଧୁନିକତାକୁ ଗ୍ରହଣ କରନ୍ତି; କିନ୍ତୁ ପରମ୍ପରାକୁ ହତାଦର କରନ୍ତି ନାହିଁ। ଏମାନେ ପରିବାର ଭିତରେ ଜୀବନ ବିତାଇବାକୁ ଭଲପାଆନ୍ତି ଏବଂ ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପିତ କରି ନିଜର ଜ୍ଞାନ ଜ୍ୟୋତିକୁ ପରିପ୍ରକାଶ କରନ୍ତି।
ଉପର ଖୋଲା ଜୋତା : ଯେଉଁମାନଙ୍କୁ ପାଦର ଉପରି ଭାଗ ଖୋଲା ରହୁଥିବା ଜୋତା ଭଲଲାଗେ ସେହି ଧରଣର ବ୍ୟକ୍ତିମାନେ ଆକର୍ଷକ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାଆନ୍ତି। ଏ ଧରଣର ବ୍ୟକ୍ତିମାନେ ପ୍ରାୟତଃ ପ୍ରସନ୍ନମନା ତଥା ବେଖିଆଲ ସ୍ୱଭାବର ହୋଇଥାଆନ୍ତି। ଏମାନେ ଯେଉଁଆଡ଼େ ଯାଆନ୍ତି ଖୁସିର ବାତାବରଣ ସୃଷ୍ଟି କରନ୍ତି। ଏପରି ମଣିଷ ମନରେ କପଟ, ହିଂସା, ଲୋଭ ଆଦି ଆଚରଣ ଦେଖିବାକୁ ମିଳି ନ ଥାଏ। ଏମାନେ ସବୁବେଳେ ସୁଖ, ଦୁଃଖକୁ ନିଜ ଭିତରେ ସମାନ ଭାବେ ବାଣ୍ଟି ଥାଆନ୍ତି।
ତୀକ୍ଷ୍ଣଣ ହିଲ୍‌: ଅନ୍ୟମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ଏ ଧରଣର ଜୋତା ପିନ୍ଧୁଥିବା ବ୍ୟକ୍ତିମାନେ ଆନନ୍ଦ ପାଇଥାଆନ୍ତି। ଅନ୍ୟ ଅପେକ୍ଷା ନିଜର ସୁଖ ସୁବିଧାକୁ ଏମାନେ ଅଧିକ ଗୁରୁତ୍ୱ ଦେଇଥାଆନ୍ତି। ଅନେକତଃ ଏମାନେ ଅହଙ୍କାରୀ ଓ କପଟତା ଆଚରଣ କରିଥାଆନ୍ତି। ନିଜର ସ୍ୱାର୍ଥ ପାଇଁ ଅନ୍ୟକୁ ଅସୁବିଧାରେ ପକାଇବା ପାଇଁ ଏମାନେ ତିଳେ ହେଲେ ଦ୍ୱିଧା ମନେ କରନ୍ତି ନାହିଁ।
ଉପର ନିବୁଜ ଜୋତା: ଏହି ଧରଣର ଜୋତା ପିନ୍ଧୁଥିବା ବ୍ୟକ୍ତି ଅନେକତଃ ବିଶ୍ୱସନୀୟ ଓ କର୍ମଯୋଗୀ ହୋଇଥାଆନ୍ତି । ସେମାନେ ଜୀବନର ନାନା ସମସ୍ୟାକୁ ଖୁବ୍ ସହଜରେ ସମାଧାନ କରିଥାଆନ୍ତି। ଏପରି ମଣିଷ ମନରେ ଛନ୍ଦ, କପଟ, ହିଂସା ବେଶି ପରିମାଣରେ ନ ଥାଏ। ଏହି ଧରଣର ମଣିଷ ବିଶେଷକରି ବେଶି ସମୟ ଚୁପ୍ ରହିବାକୁ ପସନ୍ଦ କରନ୍ତି। ଅନ୍ୟମାନଙ୍କ ସହିତ ବସି ଥଟ୍ଟା ମଜା କରିବା ଏମାନଙ୍କୁ ପାଖରେ ଦେଖା ଦେଇଯାଇ ନ ଥାଏ। ଏମାନେ କର୍ମ ଉପରେ ବିଶ୍ୱାସ କରନ୍ତି। ଭାଗ୍ୟକୁ ଆଦରି ଏମାନେ ଏପରି ପଡ଼ି ରହନ୍ତିନାହିଁ।
ଫିତାବାଲା ଜୋତା: ଏପରି ଜୋତା ପିନ୍ଧୁଥିବା ବ୍ୟକ୍ତିଙ୍କ ମନ ଖୁବ୍ ନରମ ଓ ବିଶାଳ ହୃଦୟର। ଜୀବନର ବଡ଼ ବଡ଼ କଠିନ ନିର୍ଣ୍ଣୟ ମଧ୍ୟ ଏମାନେ ଖୁବ୍ ସହଜରେ ନେଇପାରନ୍ତି। ବିଶେଷକରି ସୃଜନଶୀଳତା ପ୍ରତି ରୁଚି ରଖୁଥିବା ବ୍ୟକ୍ତିମାନେ ଫିତାବାଲା ଜୋତା ପସନ୍ଦ କରିଥାଆନ୍ତି।
କଣାଥିବା ଜୋତା:ଏହି ଧରଣର ଜୋତାଗୁଡ଼ିକରେ ଉପରି ଭାଗରେ ଅନେକ କଣା ଥିବାରୁ ଏହାକୁ କେହି କେହି ଶଲ୍ ଜୋତା କହିଥାଆନ୍ତି। ଏପରି ଜୋତା ପିନ୍ଧୁଥିବା ବ୍ୟକ୍ତିମାନଙ୍କର ପ୍ରତ୍ୟେକ କାର୍ଯ୍ୟ ଗତି ଅତ୍ୟନ୍ତ ଧୀର। ଏମାନେ ଆଧ୍ୟାତ୍ମିକବାଦୀ ହେବା ସହିତ କର୍ମ ଅପେକ୍ଷା ଭାଗ୍ୟକୁ ବେଶି ଗୁରୁତ୍ୱ ଦେଇଥାଆନ୍ତି। ଫଳରେ ଏପରି ମଣିଷଙ୍କୁ ସାରା ଜୀବନ ଦୁଃଖକଷ୍ଟରେ ଅତିବାହିତ କରିବାକୁ ପଡ଼ିଥାଏ।
ପ୍ଲାଟଫର୍ମ ହିଲ: ଏହି ଧରଣର ଜୋତା ପିନ୍ଧିବାକୁ ପସନ୍ଦ କରୁଥିବା ମଣିଷ ନିଜକୁ ଫେସନେବୁଲ ରଖିବା ସଙ୍ଗେସଙ୍ଗେ ଆରାମରେ ରହିବାକୁ ପସନ୍ଦ କରନ୍ତି। ସାଧାରଣତଃ କର୍ମଜୀବୀଙ୍କର ଏହା ପ୍ରଥମ ପସନ୍ଦ। ଅନ୍ୟର ସାହାଯ୍ୟ ନେବା ଅପେକ୍ଷା ଆତ୍ମନିର୍ଭରଶୀଳ ହେବା ପାଇଁ ଏ ଧରଣର ବ୍ୟକ୍ତିବିଶେଷ ବେଶି ପସନ୍ଦ କରିଥାନ୍ତି। କୌଣସି ପରିସ୍ଥିତିରେ ଏପରି ମଣିଷ କାହା ପାଖରେ ଆଣ୍ଠୁଭାଙ୍ଗି ଛିଡ଼ା ହୁଅନ୍ତି ନାହିଁ। ବିଭିନ୍ନ ପ୍ରକାର ଅସୁବିଧାର ମୁକାବିଲା କରିବା ପାଇଁ ଏମାନଙ୍କ ନିକଟରେ ସାହସ ଥାଏ।
ଖେଳ ଜୋତା: ଖୋଲା ମେଳାପୀ ଭାବନାର ବ୍ୟକ୍ତିମାନଙ୍କର ଏ ଧରଣର ଜୋତା ପ୍ରଥମ ପସନ୍ଦ। ଏମାନେ ନିଜର ସ୍ୱାସ୍ଥ୍ୟକୁ ନେଇ ବେଶ୍ ସଚେତନ। ଏମାନଙ୍କ ବିଚାରଧାରା ମଧ୍ୟ ବେଶ ବିସ୍ତୃତ। ଏପରି ମଣିଷ ସବୁବେଳେ ପ୍ରଫୁଲ୍ଲିତ ଦେଖାଯାଆନ୍ତି। କୌଣସି କାର୍ଯ୍ୟ କରିବାକୁ ଯିବା ପୂର୍ବରୁ ଅତ୍ୟନ୍ତ ଭାବନ୍ତି। ସବୁ ପ୍ରକାର ପରିବେଶରେ ଏମାନେ ଖାପ ଖୁଆଇ ଚଳିବାରେ ଖୁବ୍ ପାରଙ୍ଗମ।

ଆପଣଙ୍କ ସ୍ବଭାବ ଜୋତାର ଶୈଳୀ
Share. Facebook Twitter LinkedIn Email WhatsApp Copy Link

Related Posts

Truecallerରୁ ହଟାନ୍ତୁ ନିଜ ନମ୍ବର ଓ ବ୍ୟକ୍ତିଗତ ତଥ୍ୟ, ଏହି ସହଜ ଟ୍ରିକ୍‌ ଜାଣି ରଖନ୍ତୁ

October 13, 2026

ନବରାତ୍ରୀରେ ଗ୍ରହଣ କରନ୍ତୁ ଏହି ଉପାୟ: ହଟିବ ନକାରାତ୍ମକ ଶକ୍ତି, ଦାମ୍ପତ୍ୟ ଜୀବନରେ ମିଳିବ ସୁଖ

October 13, 2026

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ, ସେମାନେ ଅଟନ୍ତି ଭାଗ୍ୟଶାଳୀ

October 13, 2026

ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

October 12, 2026
Latest News

ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

October 13, 2026

ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫୋକସ୍‌ରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

October 13, 2026

ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ଦ୍ଵିତୀୟ ରନର୍ସ ଅପ୍ ବିଜୟିନୀ ମୁକୁଟ ପିନ୍ଧିଲେ କ୍ଷୀରାବ୍ଦୀ ପଟ୍ଟନାୟକ

October 13, 2026

ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ରୋହିତ ଶର୍ମା!: ବଢିଲା ଚର୍ଚ୍ଚା

October 13, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍’କୁ ସମ୍ବୋଧନ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.