Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ସ୍ତ୍ରୀଙ୍କୁ ଧ୍ୟାନ ଦିଅନ୍ତୁ, ନହେଲେ ଛାଡପତ୍ର ନିଅନ୍ତୁ
ଜୀବନ ଶୈଳୀ

ସ୍ତ୍ରୀଙ୍କୁ ଧ୍ୟାନ ଦିଅନ୍ତୁ, ନହେଲେ ଛାଡପତ୍ର ନିଅନ୍ତୁ

August 30, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ନାରୀ ଓ ପୁରୁଷ ଦୁହେଁ ଦୁହିଁଙ୍କ ପରିପୂରକ । ବୁଝାମଣା ଆଉ ପ୍ରେମ ହିଁ ସଫଳ ଦାମ୍ପତ୍ୟର ଚାବିକାଠି । ଏଥିରେ ଦୁହିଁଙ୍କର ସମଭାଗିତା ରହିଥାଏ ।  କିନ୍ତୁ ଆଜିକାଲି ଏସବୁଥିରେ ବ୍ୟତିକ୍ରମ ଦେଖାଯାଉଛି । ନିକଟରେ ଏକ ମହିଳା ତାଙ୍କ ସ୍ବାମୀ ତାଙ୍କ ପ୍ରତି ଧ୍ୟାନ ଦେଉନଥିବାରୁ ଛାଡପତ୍ର ନେବାକୁ ଆବେଦନ କରିଛନ୍ତି ।

ସାଧାରଣତଃ ନାରୀମାନେ ଶୃଙ୍ଗାର ପ୍ରିୟା । ଶୃଙ୍ଗାର କରିବାକୁ ସେମାନେ ଅଧିକ ପସନ୍ଦ କରନ୍ତି, ଆଉ ତା’ଠୁ ଅଧିକ ପସନ୍ଦ କରନ୍ତି ସେହି ସୁନ୍ଦରତା ଓ ଶୃଙ୍ଗାରର ପ୍ରଶଂସା ଶୁଣିବା । ନିକଟରେ ସୌନ୍ଦର୍ଯ୍ୟର ପ୍ରଶଂସା ନ କରିବା ତଥା ଧ୍ୟାନ ନ ଦେବା ଯୋଗୁଁ ଛାଡ଼ପତ୍ର ନେବାକୁ ମହିଳା ଜଣକ ଦାବି କରିଛନ୍ତି । ଭୋପାଳର କଟାରା ହିଲ୍ସର ଅଞ୍ଚଳରେ ଏଭଳି ଏକ ଘଟଣା ଶୁଣିବାକୁ ମିଳିଛି । ଭୋପାଳର କଟରାହିଲ୍ସ ନିବାସୀ ଜନୈକ ମହିଳା ଜଣକ ଭୋପାଳର କୁଟୁମ୍ବ ନ୍ୟାୟଳୟରେ ଛାଡପତ୍ର ଆବେଦନ କରିଛନ୍ତି । ଏବଂ ସେ ଏହି ଆବେଦନରେ ମହିଳା ଜଣକ କହିଛନ୍ତି ଯେ, ତାଙ୍କ ସ୍ବାମୀ ୟୁପିଏସ୍‌ସିର ପ୍ରସ୍ତୁତିରେ ବ୍ୟସ୍ତ ରହିବା କାରଣରୁ ତାଙ୍କ ସ୍ବାମୀ ତାଙ୍କ ପ୍ରତି ଧ୍ୟାନ ଦେଉନାହାନ୍ତି । ଏପରିକି ବାପଘରକୁ ଗଲେ ମଧ୍ୟ ସ୍ବାମୀ ତାଙ୍କୁ ଫୋନ୍‌ କରନ୍ତି ନାହିଁ । ଏପରିକି ସେ ସଜବାଜ ହେଉଥିଲେ ମଧ୍ୟ ତାଙ୍କ ସ୍ବାମୀ କେବେବି ପ୍ରଶଂସା କରନ୍ତିନାହିଁ । ବିବାହ ଦୁଇ ବର୍ଷ ହୋଇଯାଇଥିଲେ ମଧ୍ୟ ତାଙ୍କ ସ୍ବାମୀ କେବଳ ପଢାପଢି ଓ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି ଏପରିକି ସେ କୌଣସି ବନ୍ଧୁବାନ୍ଧବଙ୍କ ଘରକୁ ମଧ୍ୟ ଯାଉନାହାନ୍ତି । ଏପରି କ୍ଷେତ୍ରରେ ମହିଳାଙ୍କ ପାଇଁ ତାଙ୍କ ସ୍ବାମୀ ହେବା ନ ହେବା ଏପ୍ରକାରର । ସ୍ବାମୀ ଜଣକ ତାଙ୍କ ପ୍ରତି ଧ୍ୟାନ ଦେଉନଥିବାର ବ୍ୟଥିତ ହୋଇ ସେ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଛନ୍ତି ।

କାଉନ୍‌ସିଲର୍‌ଙ୍କ ସାମ୍ନାରେ ମହିଳା ଜଣକ କହିଛନ୍ତି ଯେ, ତାଙ୍କ ସ୍ବାମୀ ପ୍ରାୟେ ରୁମ୍‌ ବନ୍ଦ କରି ନିଜ ପଢାପଢିରେ ବ୍ୟସ୍ତ ରୁହନ୍ତି, ମହିଳାଙ୍କ କୌଣସି କଥାରେ ଧ୍ୟାନ ଦିଅନ୍ତି ନାହିଁ । ସେହିପରି ମହିଳାଙ୍କ ସ୍ବାମୀଙ୍କ ଡାକି ଏ ସମ୍ପର୍କରେ ପଚାରିଥିବାବେଳେ ସ୍ବାମୀ ଜଣକ ମହିଳାଙ୍କ ପ୍ରତି କୌଣସି ପ୍ରକାରର କିଛି ଅଭିଯୋଗ ନାହିଁ, କିନ୍ତୁ ତାଙ୍କ ବୈବାହିକ ସମ୍ପର୍କ ସ୍ଥିର ରହିଛି, ଯାହା ଆଗାମୀ ସମୟରେ ବିଗିଡ଼ିଯାଇପାରେ।  କାଉନ୍‌ସିଲର୍‌ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ କିଛି ସମୟ ଦେବା ସହିତ ଦୁହିଁଙ୍କ ସେମାନଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ପ୍ରସ୍ତାବ ଦେଇଛନ୍ତି । ତେବେ ମହିଳା ଜଣକ ଏବେ ତାଙ୍କ ବାପ ଘରେ ରହିଛନ୍ତି ।

ପ୍ରେମ ଅଧିକ ହେଉ ଅଥବା କମ୍‌ ହେଉ କିନ୍ତୁ ସମ୍ପର୍କରେ ବୁଝାମଣା ନରହିଲେ ତାହା ଏକପାଖିଆ ହୋଇଯାଏ । ନିକଟରେ ୟୁଏଇର ଜଣେ ମହିଳା ମାତ୍ରାଧିକ  ପ୍ରେମ ପାଇଁ ଛାଡପତ୍ର ଆବେଦନ କରିଥିଲେ । ଏକ ସୁସ୍ଥ ଗୃହସ୍ଥ ଜୀବନ ପାଇଁ ଜୀବନରେ ବୁଝାମଣାକୁ ଆଦରି ନେବା ଆଜିର ସମୟରେ ଏକ ବଡ଼ ଆବଶ୍ୟକତା ।

Share. Facebook Twitter LinkedIn Email WhatsApp Copy Link

Related Posts

ତାରିକ ରହମାନଙ୍କ ଭାରତ ଗସ୍ତ ଉପରେ ଆସିଲା ଅପଡେଟ: ବାଂଲାଦେଶ ରଖିଲା ବଡ଼ ସର୍ତ୍ତ

August 16, 2026

ଓଡିଶା ପୋଲିସର ଅନ୍ତରୀଣ ମୁଖିଆ ଭାବେ ଦାୟିତ୍ବ ନେଲେ ବିନୟତୋଶ ମିଶ୍ର

August 16, 2026

‘ବନ୍ଦେ ମାତରମ୍’ ପ୍ରତି ଅସମ୍ମାନ?: ସୋନିଆ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ଦାଖଲ କଲା ବିଜେପି

August 16, 2026

“ମୁଁ ଜଣେ ମାନସିକ ନକ୍ସଲ ହୋଇଥିବାରୁ ଗର୍ବିତ”: ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲେ ଚିଦାମ୍ବରମ୍

August 16, 2026
Latest News

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026

ଲୁଟ୍‌ ମାମଲାରେ ଅଭିଯୁକ୍ତ ଥାନାରୁ ଫେରାର, ASI ଓ କନେଷ୍ଟବଳ ନିଲମ୍ବିତ

August 17, 2026

ପ୍ରଶ୍ନପତ୍ର ତ୍ରୁଟି ପରେ NTAର ବଡ଼ ନିଷ୍ପତ୍ତି, ହେବ ପୁନଃ ପରୀକ୍ଷା

August 16, 2026

Odisha Flood Alert: ୪ ଜିଲ୍ଲାରେ ସ୍କୁଲ ବନ୍ଦ, ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ

August 16, 2026

୧୫ ଲକ୍ଷ ଲାଞ୍ଚ ନେଉଥିବା ବେଳେ ନିର୍ଦ୍ଦେଶକଙ୍କ ପୁଅଙ୍କ ସମେତ ରେଳ ଇଞ୍ଜିନିୟର ଗିରଫ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.