Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଉପଯୁକ୍ତ ବଧୂ ହେବାକୁ ଚାହୁଁଛନ୍ତି କି , ମାସିକ ମାତ୍ର ୫୦୦୦ ଟଙ୍କାରେ ଆପଣଙ୍କୁ ମିଳିବ ତାଲିମ ଓ ଆପଣ ବନିଯିବେ ଉତ୍ତମ ବଧୂ
ଜୀବନ ଶୈଳୀ

ଉପଯୁକ୍ତ ବଧୂ ହେବାକୁ ଚାହୁଁଛନ୍ତି କି , ମାସିକ ମାତ୍ର ୫୦୦୦ ଟଙ୍କାରେ ଆପଣଙ୍କୁ ମିଳିବ ତାଲିମ ଓ ଆପଣ ବନିଯିବେ ଉତ୍ତମ ବଧୂ

September 4, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଉତ୍ତମ ବଧୂ ହେବାକୁ ଚାହୁଁଛନ୍ତି ? ତେବେ ନିଅନ୍ତୁ ପ୍ରଶିକ୍ଷଣ । ମାତ୍ର ମାସିକ ୫,୦୦୦ ଟଙ୍କାରେ ଫି ଦେଇ ଆପଣ ହୋଇପାରିବେ ଉତ୍ତମ ବଧୂ ବା ପତ୍ନୀ । ଆଜ୍ଞା ହଁ, ହାଇଦ୍ରାବାଦଠାରେ ଏପରି ଏକ ଶିକ୍ଷାନୁଷ୍ଠାନ ରହିଛି, ଯେଉଁଠାରେ ଉତ୍ତମ ପତ୍ନୀ ବା ଉତ୍ତମ ବଧୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଏଥିପାଇଁ ଆପଣକୁ ମାସିକ ୫୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ହାଇଦ୍ରାବାଦଠାରେ ଏକ ବଧୂ ପ୍ରଶିକ୍ଷଣ ସଂସ୍ଥା ରହିଛି । ଏଠାରେ ଝିଅମାନଙ୍କୁ ଜଣେ କୌଶଳୀ, ଦକ୍ଷ ତଥା ଉତ୍ତମ ବୋହୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ହାଇଦ୍ରାବାଦଠାରେ ଥିବା ଏହି ପ୍ରଶିକ୍ଷଣ ସଂସ୍ଥାର ନାମ ‘ଫ୍ୟାମିଲି ଇନ୍‌ଷ୍ଟିଚ୍ୟୁଟ୍‌’ ରଖାଯାଇଛି । ଏଠାରେ ଝିଅପିଲାମାନଙ୍କୁ ଉତ୍ତମ ବଧୂ ହେବାର କୋର୍ସ ପ୍ରଦାନ କରାଯାଇଛି । ଏହି କେନ୍ଦ୍ରରେ ସଫଳ ବୈବାହିକ ଜୀବନ ଅତିବାହିତ କରିବାର କଳା ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି ।

ଯେକୌଣସି ଧର୍ମ ହେଉନା କାହିଁକି ପ୍ରତ୍ୟେକ ଧର୍ମରେ ବିବାହ ଏକ ମଜବୁତ୍‌ ସାମାଜିକ ବନ୍ଧନ ନିର୍ମାଣ କରିଥାଏ । ହିନ୍ଦୁ ଧର୍ମ ଅନୁସାରେ ବିବାହ କେବଳ ଗୋଟିଏ ଜନ୍ମର ନୁହେଁ, ବରଂ ସାତ ଜନ୍ମ ପାଇଁ ହୋଇଥାଏ । ସବୁ ପରିବାର ଚାହିଁଥା’ନ୍ତି ତାଙ୍କୁ ଘରକୁ ଆସୁଥିବା ବୋହୂ ସର୍ବଗୁଣ ସମ୍ପନ୍ନା ହେଉ । ପ୍ରତ୍ୟେକ ଶାଶୁମାନଙ୍କର ଗୋଟିଏ ଇଚ୍ଛା ଥାଏ, ଯେ ତାଙ୍କ ବୋହୂ ସୁନ୍ଦରୀ ହେବା ସହିତ ସମସ୍ତ କାମ କାର୍ଯ୍ୟରେ ଦକ୍ଷ ହେଇଥାଉ । ସେହିପରି ପ୍ରତ୍ୟେକ ପୁରୁଷ ଚାହିଁଥାଏ, ତାକୁ ଏମିତି ଏକ ସ୍ତ୍ରୀ ମିଳୁ ଯିଏ ଘରର ପ୍ରତ୍ୟେକ ଦାୟିତ୍ବକୁ ଠିକ୍‌ ରୂପେ ସମ୍ପନ୍ନ କରିପାରିବ । ଏହି ସମସ୍ତ ବିଷୟକୁ ଅନୁଭବ କରି ହାଇଦ୍ରାବାଦଠାରେ ଏକ ଉତ୍ତମ ବୋହୂ ହେବାର ପ୍ରଶିକ୍ଷଣ ସଂସ୍ଥା ଖୋଲିଯାଇଛି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ବିବାହ ପୂର୍ବରୁ ଘରୋଇ ସମ୍ବନ୍ଧୀୟ ଅନ୍ୟାନ୍ୟ ବିଭିନ୍ନ କୋର୍ସ ଆରମ୍ଭ କରାଯାଇଥିଲା । ଅନ୍ୟ କୋର୍ସ ଗୁଡ଼ିକରେ ରହିଛି ‘ବିବାହ ପରେ ଘରକୁ କିପରି ଚଳାଇବା’ । ସେହିପରି ‘ଉତ୍ତମ ମା’ ହେବା ପାଇଁ ମଧ୍ୟ ଟ୍ରେନିଂ ଦିଆଯାଉଛି । ତେବେ ଏପରି କିଛି କୋର୍ସ ଆରମ୍ଭ କରିବା ପରେ କିଛି ଲୋକ ଏହାକୁ ନେଇ ବିରୋଧ ମଧ୍ୟ କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଏହି କୋର୍ସକୁ ନେଇ ବିରୋଧ କରିବା ସହିତ ଭିନ୍ନ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି । ଘର ପରିବାର ପାଇଁ କେବଳ ଜଣେ ଉତ୍ତମ ବୋହୂ ଉପରେ ବୋଝ କ’ଣ ପାଇଁ ? ଜଣେ ଉତ୍ତମ ବର ହେବା ପାଇଁ କୋର୍ସ ଆରମ୍ଭ କରାଯାଉ ବୋଲି କମେଣ୍ଟ ମିଳିଛି । ତେବେ ଏହି କୋର୍ସ ସମ୍ପର୍କରେ ଏହାର ଜଣେ ପ୍ରଶିକ୍ଷକ କହିଛନ୍ତି ଯେ, ଏହି କୋର୍ସର ନାମକରଣ ଲୋକଙ୍କୁ ଲୋଭାୟିତ କରିବା ପାଇଁ ରଖାଯାଇଛି। ତେବେ ଏହି ଦୁଲହନ୍‌ କୋର୍ସ ଜରିଆରେ ଖାଦ୍ୟ ପ୍ରସ୍ତୁତ କରିବା, ସିଲେଇ ତଥା ବୁଣାବୁଣି ସହିତ ବ୍ୟୁଟି ଟିପ୍ସ ଓ ଅନ୍ୟାନ୍ୟ ଆର୍ଥିକ ସ୍ଥିତି ମଜବୁତ୍‌ ପାଇଁ ପ୍ରଶିକ୍ଷଣ ଦିଆଯାଉଛି ।

ଇଂରାଜୀ ଓ୍ବେବସାଇଟ୍‌ ‘’ଇନ୍‌ୟୁଥ୍‌’ଠୁ ପ୍ରେରିତ ବୋଲି କହିଛନ୍ତି ଏହି ସଂସ୍ଥାକୁ ଆରମ୍ଭ କରିଥିବା ଇଲିଆସ ସାମୀ । ସେ କହିଛନ୍ତି ଯେ, ଭାରତରେ ବିଭିନ୍ନ ପ୍ରକାରର କୋର୍ସ ରହିଛି । ତେବେ ଏମିତି ଏକ କୋର୍ସ ନଥିଲା, ଯାହା ବିବାହ ପରେ ନିଜ ଜୀବନକୁ ହସଖୁସିରେ ଭରିବା ପାଇଁ ସାହାଯ୍ୟ କରିବ । ପ୍ରାୟ ଦୁଇ ବର୍ଷ ହେବ ସେ ଏହି ପ୍ରଶିକ୍ଷଣ ଦେଉଛନ୍ତି । ଏହି ପ୍ରଶିକ୍ଷଣ ପାଇଁ ମାସିକ ୫୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡେ । ତେବେ ଏହି କୋର୍ସର ନାମାଙ୍କନ ପାଇଁ ବୟସ, ଧର୍ମ, ଯୋଗ୍ୟତା ତଥା କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ । ତେବେ ଏଠାରେ ଅଧିକ ସଂଖ୍ୟକ ମୁସଲମାନ ଝିଅଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 18, 2025

ବିଧାୟକଙ୍କ ବର୍ଦ୍ଧିତ ଦରମାକୁ ବିରୋଧ କରି ବଡ ପଦକ୍ଷେପ ନେଲେ ପ୍ରସାଦ ହରିଚନ୍ଦନ

December 18, 2025

ବଡ ଖବର, ବିଧାୟକଙ୍କ ଦରମା କମିବ!! ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ପ୍ରସ୍ତାବ

December 18, 2025

ବାଂଲାଦେଶରେ ଭିସା କେନ୍ଦ୍ର ବନ୍ଦ କଲା ଭାରତ, ଏହା ପଡ଼ୋଶୀ ଦେଶକୁ କିପରି ହେବ କ୍ଷତି?

December 18, 2025
Latest News

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ୨୦୨୬ ବର୍ଷର କ୍ୟାଲେଣ୍ଡର ଓ ଡାଏରୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

December 19, 2025

ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିଛି ଭାରତୀୟ ରେଳ

December 19, 2025

ଫାଇନାଲରେ ହରିୟାଣାକୁ ୬୯ ରନରେ ପରାସ୍ତ କଲା ଝାଡ଼ଖଣ୍ଡ: ପ୍ରଥମ ଥର ଜିତିଲା ସୟଦ ମୁସ୍ତାକ ଅଲି ଟ୍ରଫି

December 19, 2025

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଜୋହୋର ପ୍ରତିଷ୍ଠାତା ତଥା ବୈଜ୍ଞାନିକ ଶ୍ରୀଧର ଭେମ୍ବୁ

December 19, 2025

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.