80 ବର୍ଷୀୟା ବୃଦ୍ଧାଙ୍କ ପ୍ରେମରେ 35 ବର୍ଷୀୟ ଯୁବକ

Published: Feb 2, 2020, 6:41 pm IST

ଇଜିପ୍ଟ : ପ୍ରେମ ଏକ ଅନ୍ଧ । ପ୍ରେମ ପାଇଁ ନଥାଏ ବୟସର ବନ୍ଧବାଡ଼ । ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ବୟସକୁ ଖାତିର୍‌ ନ କରି ଜଣେ 35 ବର୍ଷୀୟ ଯୁବକ 80 ବର୍ଷୀୟା ବୃଦ୍ଧାଙ୍କୁ ପ୍ରେମ କରିବା ସହ ବିବାହ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁସାରେ 35 ବର୍ଷୀୟ ମହମ୍ମଦ ଅହମ୍ମଦ ଓ ତାଙ୍କ ପ୍ରେମିକା 80 ବର୍ଷୀୟା ଆଇରିସ୍‌ ଜୋନ୍ସଙ୍କ ସମ୍ପର୍କକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ।

ଇଜିପ୍ଟର ମୋହମ୍ମଦ ଅମହଦ୍‌ ନିକଟରେ ବ୍ରିଟିଶ୍‌ ସରକାରଙ୍କଠାରୁ ପେନସନ୍‌ର ଲାଭ ଉଠାଉଥିବା 80 ବର୍ଷୀୟ ବୃଦ୍ଧାଙ୍କୁ ସହିତ ତାଙ୍କ ସମ୍ପର୍କକୁ ସ୍ବୀକାର କରିବା ସହିତ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବାର କହିଛନ୍ତି । ତେବେ ତାଙ୍କ ସମ୍ପର୍କକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମିଳିଛି । ତେବେ ଦୁହେଁ ଏସବୁ ଖାତିର୍‌ ନ କରି ଡେଟ୍‌ରେ ବ୍ୟସ୍ତ ରହିଛନ୍ତି । ମହମ୍ମଦଙ୍କ ପ୍ରେମିକାଙ୍କ ବୟସ ତାଙ୍କ ମା’ଙ୍କ ବୟସଠାରୁ ମଧ୍ୟ 20 ବର୍ଷ ବଡ । ତେବେ ଏହାକୁ ନେଇ ଅହମଦ କହିଛନ୍ତି ଯେ, ଯେବେ ଜଣେ ମଣିଷକୁ କାହା ସହିତ ପ୍ରେମ ହୋଇଥାଏ, ତେବେ ତାହା ପାଖରେ ବୟସ ବୋଲି କିଛି ରୁହେ ନାହିଁ । ଦୁହିଁଙ୍କର ସାକ୍ଷାତ ଫେସବୁକ ଜରିଆରେ ହୋଇଥିଲା । ଧୀରେ ଧୀରେ ଘନିଷ୍ଠତା ବଢି ପ୍ରେମରେ ରୂପ ନେଇଥିଲା । ଦୁହିଁଙ୍କ ସମ୍ପର୍କକୁ ନେଇ କିଛି ଲୋକେ ଏହାକୁ ଭୁଲ୍‌ ଉପାୟରେ ପଇସା ରୋଜଗାରର ଏକ ମାଧ୍ୟମ କହୁଛନ୍ତି । କିନ୍ତୁ ଆଇରିସ୍‌ ଓ ଅହମ୍ମଦ ଦୁହେଁ ଶାରିରୀକ ସମ୍ବନ୍ଧରେ ରହିଥିବାର ସ୍ବୀକାର  ମଧ୍ୟ କରିଛନ୍ତି । ସେହପରି ବିବାହ ପାଇଁ କୋର୍ଟରେ ଆବେଦନ କରିଥିବାବେଳେ ପ୍ରମାଣପତ୍ର ପାଇଁ ବାହାଘର ହୋଇପାରିନଥିଲା । ପ୍ରମାଣପତ୍ର ସଠିକ୍‌ ହେବା ପରେ ଦୁହେଁ ବିବାହ କରିବେ ବୋଲି ସୂଚନା ଦେଇଛନ୍ତି ।

Related posts