Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»80 ବର୍ଷୀୟା ବୃଦ୍ଧାଙ୍କ ପ୍ରେମରେ 35 ବର୍ଷୀୟ ଯୁବକ
ଅନ୍ତରାଷ୍ଟ୍ରୀୟ

80 ବର୍ଷୀୟା ବୃଦ୍ଧାଙ୍କ ପ୍ରେମରେ 35 ବର୍ଷୀୟ ଯୁବକ

February 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଇଜିପ୍ଟ : ପ୍ରେମ ଏକ ଅନ୍ଧ । ପ୍ରେମ ପାଇଁ ନଥାଏ ବୟସର ବନ୍ଧବାଡ଼ । ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ବୟସକୁ ଖାତିର୍‌ ନ କରି ଜଣେ 35 ବର୍ଷୀୟ ଯୁବକ 80 ବର୍ଷୀୟା ବୃଦ୍ଧାଙ୍କୁ ପ୍ରେମ କରିବା ସହ ବିବାହ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁସାରେ 35 ବର୍ଷୀୟ ମହମ୍ମଦ ଅହମ୍ମଦ ଓ ତାଙ୍କ ପ୍ରେମିକା 80 ବର୍ଷୀୟା ଆଇରିସ୍‌ ଜୋନ୍ସଙ୍କ ସମ୍ପର୍କକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ।

ଇଜିପ୍ଟର ମୋହମ୍ମଦ ଅମହଦ୍‌ ନିକଟରେ ବ୍ରିଟିଶ୍‌ ସରକାରଙ୍କଠାରୁ ପେନସନ୍‌ର ଲାଭ ଉଠାଉଥିବା 80 ବର୍ଷୀୟ ବୃଦ୍ଧାଙ୍କୁ ସହିତ ତାଙ୍କ ସମ୍ପର୍କକୁ ସ୍ବୀକାର କରିବା ସହିତ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବାର କହିଛନ୍ତି । ତେବେ ତାଙ୍କ ସମ୍ପର୍କକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମିଳିଛି । ତେବେ ଦୁହେଁ ଏସବୁ ଖାତିର୍‌ ନ କରି ଡେଟ୍‌ରେ ବ୍ୟସ୍ତ ରହିଛନ୍ତି । ମହମ୍ମଦଙ୍କ ପ୍ରେମିକାଙ୍କ ବୟସ ତାଙ୍କ ମା’ଙ୍କ ବୟସଠାରୁ ମଧ୍ୟ 20 ବର୍ଷ ବଡ । ତେବେ ଏହାକୁ ନେଇ ଅହମଦ କହିଛନ୍ତି ଯେ, ଯେବେ ଜଣେ ମଣିଷକୁ କାହା ସହିତ ପ୍ରେମ ହୋଇଥାଏ, ତେବେ ତାହା ପାଖରେ ବୟସ ବୋଲି କିଛି ରୁହେ ନାହିଁ । ଦୁହିଁଙ୍କର ସାକ୍ଷାତ ଫେସବୁକ ଜରିଆରେ ହୋଇଥିଲା । ଧୀରେ ଧୀରେ ଘନିଷ୍ଠତା ବଢି ପ୍ରେମରେ ରୂପ ନେଇଥିଲା । ଦୁହିଁଙ୍କ ସମ୍ପର୍କକୁ ନେଇ କିଛି ଲୋକେ ଏହାକୁ ଭୁଲ୍‌ ଉପାୟରେ ପଇସା ରୋଜଗାରର ଏକ ମାଧ୍ୟମ କହୁଛନ୍ତି । କିନ୍ତୁ ଆଇରିସ୍‌ ଓ ଅହମ୍ମଦ ଦୁହେଁ ଶାରିରୀକ ସମ୍ବନ୍ଧରେ ରହିଥିବାର ସ୍ବୀକାର  ମଧ୍ୟ କରିଛନ୍ତି । ସେହପରି ବିବାହ ପାଇଁ କୋର୍ଟରେ ଆବେଦନ କରିଥିବାବେଳେ ପ୍ରମାଣପତ୍ର ପାଇଁ ବାହାଘର ହୋଇପାରିନଥିଲା । ପ୍ରମାଣପତ୍ର ସଠିକ୍‌ ହେବା ପରେ ଦୁହେଁ ବିବାହ କରିବେ ବୋଲି ସୂଚନା ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026
Latest News

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.