କ୍ଷୁଧା ଓ ଦାରିଦ୍ର୍ୟର ସଂଘର୍ଷ ଭିତରେ ବଳି ପଡୁଛି ଦେହ

Published: Feb 3, 2020, 12:32 pm IST

ଅଙ୍ଗୋଲା : ପେଟର ଭୋକ ମେଣ୍ଟାଇବା ପାଇଁ ମଣିଷ ଯେକୌଣସି କର୍ମ କରିବାକୁ ବି ପଛାଏ ନାହିଁ । କିନ୍ତୁ ପେଟର ଭୋକ ପାଇଁ ଦେହକୁ ବିକ୍ରି କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଅଳ୍ପ ବୟସର ଝିଅମାନେ ଖାଦ୍ୟ ସାମଗ୍ରୀ ପାଇଁ ମାତ୍ର କେଇଟି ଟଙ୍କାରେ ନିଜକୁ ଦେହକୁ ନିଲାମ କରିଦେଉଥିବାର ଏକ ଜଘନ୍ୟ ସତ୍ୟ ସାମ୍ନାକୁ ଆସିଛି । ଏହିପରି କିଛି ଘଟଣା ଆଫ୍ରିକାର ଅଙ୍ଗୋଲା ଅଞ୍ଚଳରେ ହେଉଥିବାର ସୂଚନା ମିଳିଛି ।

ଜଣେ ଝିଅ ନିଜ ପରିବାରକୁ ମୁଠାଏ ଦାନା ଦେବା ପାଇଁ ନିଜକୁ ମାତ୍ର 22 ଟଙ୍କାରେ ବିକ୍ରି କରିଦେଉଛି । କ୍ଷୁଧାର୍ତ୍ତ ଓ ସଂଘର୍ଷର ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ଆଫ୍ରିକାର କିଛି ଅଞ୍ଚଳରେ । ଖାଦ୍ୟ ସାମଗ୍ରୀ ଜୁଟେଇବା ପାଇଁ ଅଳ୍ପବୟସ୍କା ଝିଅମାନେ ମାତ୍ର 22 ଟଙ୍କାରେ ଦେହ ବିକ୍ରି କରୁଛନ୍ତି ।  ଏପରି କାମ ପାଇଁ ଅଧିକରୁ ଅଧିକ 70 – 80ଟଙ୍କା ରୋଜଗାର କରୁଛନ୍ତି କିଛି ଯୁବତୀ । ଏପରି ପରିସ୍ଥିତି ଦେଖିବାକୁ ମିଳିଛି ଦକ୍ଷିଣ ଆଫ୍ରିକାର କିଛି ଅଞ୍ଚଳରେ । ଯେଉଁମାନେ ଖାଦ୍ୟ ପାଇଁ ସଂଘର୍ଷ କରି ନିଜର ଦେହ ଦାନ କରି ପେଟର ଭୋକ ମେଣ୍ଟାଉଛନ୍ତି।

ମାନବୀୟ ଆଧାର ଅନୁଯାୟୀ ଲୋକଙ୍କୁ ସହାୟତା କରୁଥିବା ଅନ୍ତରାଷ୍ଟ୍ରୀୟ ସଂସ୍ଥା ଓ୍ବାଲ୍ଡ ଭିଜନ୍‌ ଏହା ସମ୍ପର୍କରେ ସୂଚନା ଦେଇଛି । ଦକ୍ଷିଣ ଆଫ୍ରିକା ଅଙ୍ଗୋଲାରେ ଜଣେ 12 ବର୍ଷୀୟ ବାଳିକା ମାତ୍ର 30 ଟଙ୍କା ପାଇଁ ଦେହ ବ୍ୟାପାର କରୁଛି । ଦକ୍ଷିଣ ଆଫ୍ରିକାରେ ସାଢେ ଚାରି କୋଟି ଲୋକ କ୍ଷୁଧା ସମସ୍ୟାରେ ପ୍ରପୀଡ଼ିତ ହୋଇଥିବା ୟୁନାଇଟେଡ୍‌ ନେସନ୍‌ ପ୍ରକାଶ କରିଛି । ଦେଶର ଆର୍ଥିକ ଅବସ୍ଥା ତଥା ପ୍ରାକୃତିକ ବିପର୍ଯ୍ୟୟ ଏସବୁ ପାଇଁ ଦାୟୀ ବୋଲି ଜଣାପଡିଛି । ଅଙ୍ଗୋଲା ଓ ଜିମ୍ବାଓ୍ବେରେ ଦେହ ବ୍ୟାପାରରେ ଝିଅଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ବାଲ୍ୟ ବିବାହ ମଧ୍ୟ ବଢୁଛି । ଭୟଙ୍କର କ୍ଷୁଧାର୍ତ୍ତ ଓ ଦାରିଦ୍ର୍ୟଗ୍ରସ୍ତ ଭିତରେ ବିତାଉଥିବା ଏହିସବୁ ଲୋକମାନଙ୍କ ଘରେ ଯଦି କେହି ବାଳିକା ରହୁଛନ୍ତି, ତେବେ ସେମାନଙ୍କୁ ଏସବୁ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଛନ୍ତି ନତୁବା ସେମାନଙ୍କୁ ବାଲ୍ୟ ବିବାହ କରାଇ ଦେଉଛନ୍ତି । ବାଲ୍ୟ ବିବାହ ଫଳରେ ସେହି ପରିବାରର ଜଣେ ସଦସ୍ୟର ଖାଦ୍ୟକୁ ସେମାନେ ସଂଚୟ କରିପାରିବେ । ଅଧିକାଂଶ ଯୁବତୀମାନେ ପରିବାର ପ୍ରତିପୋଷଣ ପାଇଁ ଏହି ମାର୍ଗକୁ ଆଦରି ନେଇଛନ୍ତି । କେହି କେହି ନିଶା ଦେଇ ଯୁବତୀଙ୍କୁ  ଏହି ସବୁ କର୍ମ କରିବା ପାଇଁ ବାଧ୍ୟ କରୁଥିବାର ମଧ୍ୟ ଶୁଣିବାକୁ ମିଳୁଛି ।

ବିଗତ ଏକ ବର୍ଷ ମଧ୍ୟରେ ଅଙ୍ଗୋଲାରେ ବିଭିନ୍ନ ଶସ୍ୟର ଦାମ ଦୁଇଗୁଣା ବଢିଥିବାବେଳେ ଏହାକୁ କ୍ରୟ କରିବା ଲାଗି ଲୋକଙ୍କ ପାଖରେ ସକ୍ଷମ ନାହିଁ ।  ଯଦି ଜୁନ୍‌ ଭିତରେ ଫସଲ ଠିକ୍‌ଠାକ୍‌ ନହୁଏ, ତେବେ ପରିସ୍ଥିତି ଅଣାୟତ୍ତ ହୋଇପଡିବ । ଆଫ୍ରିକାର କିଛି ଅଞ୍ଚଳରେ 1981 ପରଠାରୁ ଏପର୍ଯ୍ୟନ୍ତ ସବୁଠାରୁ କମ୍‌ ବର୍ଷା ହୋଇଛି। ପାଣିପାଗ ପରିବର୍ତ୍ତନ ହେତୁ ଜାମ୍ବିଆ,ନାମ୍ବିବିଆ, ଲେସୋଥୋ ଓ ଇସ୍ବାତିନି ପରି ଆପ୍ରିକା ଦେଶ  ବିଶେଷ ପ୍ରଭାବିତ ହୋଇ ଭୟଙ୍କର କ୍ଷୁଧାର୍ତ୍ତ ସମସ୍ୟାରେ ପଡିଛନ୍ତି । (ଏଜେନ୍ସି)

Related posts