105 ବର୍ଷ ବୟସରେ ପରୀକ୍ଷାରେ ପାସ୍‌ କରି ମହିଳାଙ୍କ ପାଇଁ ଉଦାହରଣ ପାଲଟିଲେ ଭାଗିରଥୀ

Published: Feb 6, 2020, 2:21 pm IST

କେରଳ : ପାଠ ପଢିବା ପାଇଁ କୌଣସି ବୟସର ସୀମା ନଥାଏ । କେବଳ ପଢିବା ପାଇଁ ଆଗ୍ରହ ରହିଥିବା ଆବଶ୍ୟକ । ଏହାକଥାକୁ ସତ କରି ଦେଖାଇଛନ୍ତି କୋଲମ୍‌ର ଜଣେ 105 ବର୍ଷୀୟା ବୃଦ୍ଧା । ବୟସର ସାୟାହ୍ନରେ ବି ବୃଦ୍ଧାଙ୍କର ପାଠ ପଢିବାର ଆଗ୍ରହ ଓ ଉତ୍ସାହ ଏବେ ସେଠାକାର ବିଦ୍ୟାର୍ଥୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି । ଶିକ୍ଷା ଆଗରେ ବୟସ ହାର ମାନିଥାଏ, ଏକଥା ଭାଗିରଥୀଙ୍କ ପାଖରେ ପ୍ରମାଣିତ ହୋଇଛି ।

105 ବର୍ଷୀୟା ଭାଗିରଥୀ ଅମ୍ମା କେରଳ ରାଜ୍ୟର ସବୁଠାରୁ ବୟସ୍କ ଛାତ୍ରୀ । ସେ ଚତୁର୍ଥ ଶ୍ରେଣୀ ପରୀକ୍ଷାରେ 74.5 ପ୍ରତିଶତ ନମ୍ବର ରଖି ପାସ୍‌ ହୋଇଛନ୍ତି । ପରୀକ୍ଷାରେ ପାସ୍‌ ହେବା ପରେ ବହୁତ ଖୁସି ହୋଇ ଆମ୍ମା କହିଛନ୍ତି ଯେ, ଯଦି ମୋ’ ଶରୀର ମୋତେ ସାଥ୍‌ ଦେବ, ତେବେ ସେ ଅଉ ଅଧିକ ପାଠ ପଢିବେ ।

ଅମ୍ମା ସେଣ୍ଟରକୁ ଯାଇ ସାକ୍ଷରତା ପରୀକ୍ଷା ଦେବାକୁ ଅସମର୍ଥ । ଏଥିପାଇଁ ପଞ୍ଚାୟତ ସମିତି ସଦସ୍ୟଙ୍କ ନିରୀକ୍ଷଣରେନିଜ ଘରେ 2019 ନଭେମ୍ବରରେ ସେ ପରୀକ୍ଷା ଦେଇଥିଲେ । ପରୀକ୍ଷାରେ ପାସ୍‌ ହେବା ପରେ ପଞ୍ଚାୟତ ଅଧ୍ୟକ୍ଷ ଚନ୍ଦ୍ରଶେଖର ପିଲ୍ଲଇ ତାଙ୍କୁ ଘରେ ଯାଇ ସମ୍ମାନିତ କରିଛନ୍ତି । ସାକ୍ଷରତା ପରୀକ୍ଷାରେ ପାସ୍‌ ହେବା ପରେ ଭାଗିରଥୀ କେରଳ ଷ୍ଟେଟ୍‌ ଲିଟେରସି ମିଶନ (କେଏସ୍‌ଏଲ୍‌ଏମ୍‌)ର ବ୍ରାଣ୍ଡ୍‌ ଆମ୍ବାସାଡର୍‌ ବନିଛନ୍ତି ।  ଭାଗିରଥୀଙ୍କୁ ଏହାର ବ୍ରାଣ୍ଡ୍‌ ଆାମ୍ବାସାଡର ହେବା ଦ୍ବାରା  ଅନ୍ୟ ମହିଳାମାନେ ନିଜ ଅଧୁରା ପାଠ ପଢାର ସ୍ବପ୍ନ ପୂରଣ କରିବାରେ ସମର୍ଥ ହୋଇପାରିବେ ।

Related posts