8 ବର୍ଷ ପରେ ମିଳିଲା ମେସେଜ୍‌ର ଉତ୍ତର

Published: Feb 26, 2020, 9:00 pm IST

ମେଲବର୍ଣ୍ଣ : ଆଜିର ଇନ୍‌ଷ୍ଟାଣ୍ଟ ମେସେଜିଂ ଯୁଗରେ ଗୋଟିଏ ମେସେଜ୍‌ର ଉତ୍ତର ମିଳିବା ପାଇଁ କେତେ ସମୟ ଲାଗିଥାଏ । କିଛି କ୍ଷଣ ମଧ୍ୟରେ ମେସେଜ୍‌ର ଉତ୍ତର ମିଳିଯାଉଥିବା ବେଳେ ମେସେଜ୍‌ର ଉତ୍ତର ମିଳିବା ପାଇଁ 8 ବର୍ଷ ଲାଗିବା ନିଶ୍ଚୟ ଅବିଶ୍ବସନୀୟ । ଅବିଶ୍ବାସ ହେଲେ ହେଁ ସତ । ଏପରି ଘଟଣା ଘଟିଛି ଅଷ୍ଟ୍ରେଲିଆରେ । 2011 ମସିହାରେ ପଠାଯାଇଥିବା ଏକ ମେସେଜ୍‌ର ଉତ୍ତର 2020ରେ ମିଳିଛି । ସାଲୀ ନାମକ ଏହି ଯୁବତୀ ଜଣକ ଜଣେ ସହପାଠୀଙ୍କୁ ପସନ୍ଦ କରୁଥିଲେ । ଜୁଲାଇ 17, 2011ରେ ଉକ୍ତ ସହପାଠୀଙ୍କୁ ସାଲୀ ଏକ ମେସେଜ୍‌ କରିଥିଲେ । ମାତ୍ର ତିନୋଟି ମେସେଜ୍‌ ପରେ ଉକ୍ତ ବ୍ୟକ୍ତିଙ୍କ ନିକଟରୁ କୌଣସି ଉତ୍ତର ମିଳିନଥିଲା । ମଙ୍ଗଳବାର ଉକ୍ତ ଯୁବକଙ୍କ ଠାରୁ ଉତ୍ତର ମିଳିବା ପରେ ଏହାର ଏକ ସ୍କ୍ରିନ୍‌ସଟ୍‌ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ । ସେୟାର ହେବା ପରଠାରୁ ଉକ୍ତ ପୋଷ୍ଟକୁ 1 ଲକ୍ଷ 24 ହଜାର ଲୋକ ଦେଖି ସାରିଛନ୍ତି । (ଏଜେନ୍ସି)

Related posts