Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫ୍ୟାଶନ୍‌ କରିବା ପଡିଲା ମହଙ୍ଗା : ଆଖି କଲର୍‌ କରିବାକୁ ଯାଇ ଆଖି ହରାଇଲେ ଯୁବତୀ
ଆଜିର ଖବର

ଫ୍ୟାଶନ୍‌ କରିବା ପଡିଲା ମହଙ୍ଗା : ଆଖି କଲର୍‌ କରିବାକୁ ଯାଇ ଆଖି ହରାଇଲେ ଯୁବତୀ

March 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୋଲାଣ୍ଡ : ସାଧାରଣତଃ ଯୁବତୀମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ବେଶ୍‌ ସଚେତନ ଥା’ନ୍ତି। ଏପରିକି ଆହୁରି ସୁନ୍ଦରୀ ଦେଖାଯିବା ପାଇଁ ବହୁ ପରୀକ୍ଷା ନିରୀକ୍ଷା କରିଥା’ନ୍ତି। ଏପରିକି ପ୍ଲାଷ୍ଟିକ୍‌ ସର୍ଜରୀଠାରୁ ଆରମ୍ଭ କରି ଆଖିର ରଙ୍ଗ ଓ ଦେହର ରଙ୍ଗ ପର୍ଯ୍ୟନ୍ତ ସବୁଥିରେ ପରିବର୍ତ୍ତନ କରିଥା’ନ୍ତି। ଜଣେ ଯୁବତୀଙ୍କୁ ଏମିତି ଫ୍ୟାଶନ୍‌ କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି।

ଜଣେ ଯୁବତୀ ଫ୍ୟାଶନ୍‌ ପାଇଁ ଆଖିକୁ କଲର୍‌ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ପାଇଁ ତାଙ୍କୁ ବହୁତ ବଡ କ୍ଷତି ସହିବାକୁ ପଡିଛି। ଆଖିର କଲର୍‌ କରିବା ନିଶାରେ ସେ ଆଖି ହରାଇଛନ୍ତି। ଯୁବତୀଙ୍କ ଏହି ନିଷ୍ପତ୍ତି ଯୋଗୁଁ ଗୋଟିଏ ଆଖିର ଦୃଷ୍ଟିଶକ୍ତି ଚାଲିଯାଇଥିବାବେଳେ ଆଉ ଗୋଟେ ଆଖିର ଦୃଷ୍ଟି ଶକ୍ତି ମଧ୍ୟ ଚାଲିଯିବ। ଏବେ ଯୁବତୀ ଜଣକ ଆଖିକୁ ରଙ୍ଗ କରିବାକୁ ଯାଇ ଅନ୍ଧୁଣୀ ହେବାକୁ ପଡୁଛି।

ମିଳିଥିବା ସୂଚନା ଅନୁସାରେ ପୋଲାଣ୍ଡର ରହୁଥିବା ଏହି ଯୁବତୀ ଜଣକ ବୟସ ହେଉଛି 25 ବର୍ଷ। ଜଣେ ଟାଟୁ ଆର୍ଟିଷ୍ଟ ନିକଟରେ ଦୁଇ ଆଖିକୁ କଲର୍‌ କରିଥିଲେ ଯୁବତୀ ଜଣକ। ତେବେ କଲର୍‌ କରିବା ପରେ ତାଙ୍କ ଆଖିରେ ଟିକେ କଷ୍ଟ ଅନୁଭୂତ ହୋଇଥିଲା। ଏହି କଷ୍ଟକୁ ଲାଘବ କରିବା ପାଇଁ ସେ ପେନ୍‌କିଲର୍‌ ନେଇଥିଲେ।

ଯୁବତୀ ଜଣକ ରାପ୍‌ ଆର୍ଟିଷ୍ଟ୍‌ ପୋପେକଙ୍କ ପରି ତାଙ୍କ ଆଖିକୁ ରଙ୍ଗୀନ୍‌ କରିବାକୁ ଚାହୁଁଥିଲେ। କିନ୍ତୁ ଏହା ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ଯୁବତୀ ଜଣକ ଅନ୍ଧ ହେବା ଅଭିଯୋଗରେ ସମ୍ପୃକ୍ତ ଟାଟୁ ଆର୍ଟିଷ୍ଟ୍‌ଙ୍କୁ ତିନି ବର୍ଷର ସଜା ମିଳିବ। ଟାଟୁ ଆର୍ଟିଷ୍ଟ ଜଣକ ଆଖିରେ ବ୍ୟବହାର କରିଥିବା ରଙ୍ଗରେ ଗଭୀର ଭୁଲ୍‌ କରିଥିବାର ଜଣାପଡିଛି । ଡାକ୍ତରଙ୍କ କହିବାନୁସାରେ ଯୁବତୀଙ୍କ ଆଖିରେ ଯେଉଁ କ୍ଷତି ପହଞ୍ଚିଛି ତାହା ପୂରଣ କରାଯାଇପାରିବ ନାହିଁ। ଗୋଟିଏ ଆଖିର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଭାବରେ ଚାଲିଯାଇଥିବାବେଳେ ଆଉ ଗୋଟିଏ ଆଖି ଖରାପ ଅବସ୍ଥା ଆଡକୁ ଗତି କରୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026
Latest News

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.