କରୋନା ସଂକଟ ମଧ୍ୟରେ ବଢୁଛି ବିବାହ ବିଚ୍ଛେଦ

Published: Mar 16, 2020, 2:26 pm IST

ଚୀନ୍‌ : ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ ସାରା ଦେଶରେ ସଂକଟ ସୃଷ୍ଟି କରିଥିବାବେଳେ ଇତିମଧ୍ୟରେ ବିବାହ ବିଚ୍ଛେଦ ଯୋଡ଼ିଙ୍କ ସଂଖ୍ୟା ବଢିବାରେ ଜଣାପଡିଛି । ଚୀନ୍‌ର ମ୍ୟାରେଜ୍‌ ରେଜିଷ୍ଟର୍‌ ଅନୁସାରେ ଏହା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍‌ ଯୋଗୁଁ ଅଧିକାଂଶ କପଲ୍‌ ଅଧିକାଂଶ ସମୟ  ଏକାଠି ଘରେ ବିତାଉଛନ୍ତି ।

କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଚୀନ୍‌ର ବହୁ ଅଞ୍ଚଳରେ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଛି । ଲକ୍ଷ ଲକ୍ଷ ଲୋକେ ନିଜକୁ ଘରେ ବନ୍ଦ କରି ରଖିଛନ୍ତି । କେବଳ ଜରୁରୀ ସମୟରେ ଘରୁ ବାହାରକୁ ଯିବାର ଅନୁମତି ମିଳିଛି।

ଚୀନ୍‌ର ସିଚୁଆନ୍‌ ପ୍ରୋଭିନ୍ନର ଏକ ମ୍ୟାରେଜ୍‌ ରେଜିଷ୍ଟର ଅଫିସ୍‌ର ଅଧିକାରୀଙ୍କ ସୂଚନା ଅନୁସାରେ ଗତ 24 ଫେବୃଆରୀ ପରେ 3200ରୁ ଅଧିକ କପଲ୍‌ ବିଚ୍ଛେଦ ପାଇଁ ଦରଖାସ୍ତ କରିଛନ୍ତି । କରୋନା ପାଇଁ କପଲ୍‌ ଘରେ ବିତାଉଥିବାବେଳେ ସେମାନଙ୍କ ମଧ୍ୟରେ ଭୟଙ୍କର ତର୍କ ହେଉଛି । ପରେ ଏହା ବିଚ୍ଛେଦ ଆଡକୁ ମୁହାଁଉଛି । ମ୍ୟାରେଜ୍‌ ରେଜିଷ୍ଟ୍ରାର୍‌ ଅଫିସ୍‌ ବନ୍ଦ ହେବା ପୂର୍ବରୁ ଏହି ସଂଖ୍ୟାରେ ବେଶ୍‌ ବୃଦ୍ଧି ଦେଖାଯାଇଛି । (ଏଜେନ୍ସି)

Related posts