ମିଷ୍ଟର ପରଫେକ୍ଟନିଷ୍ଟ୍‌ଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ଭାଇଜାନ୍‌

Published: Dec 13, 2020, 2:26 pm IST

ମୁମ୍ବାଇ : ବଲିଉଡ୍‌ରେ ଗତ 30 ବର୍ଷ ଧରି ତିନି ଖାନ୍‌ ରାଜ୍‌ କରୁଛନ୍ତି । ତେବେ ତାଙ୍କ ଫ୍ୟାନ୍ସମାନେ ଏହି ତିନି ଖାନ୍‌ଙ୍କୁ ଏକାସାଙ୍ଗରେ ଦେଖିବାକୁ ଇଚ୍ଛା କରିଥା’ନ୍ତି । ତେବେ ଏହି ତିନି ଖାନ୍‌ କେବେ ଏକାଠି ସ୍କ୍ରିନ୍‌ ସେୟାର କରିନାହାନ୍ତି । ଅବଶ୍ୟ ଶାହରୁଖ-ସଲମାନ୍‌ ଦୁହେଁ ସ୍କ୍ରିନ୍‌ ସେୟାର କରିଥିବାବେଳେ ଆମୀର-ସଲମାନ୍‌ ମଧ୍ୟ ଏକାଠି ନଜର ଆସିଛନ୍ତି । କିନ୍ତୁ ତିନି ଖାନ୍‌ ଏକତ୍ର କୌଣସି ଫିଲ୍ମରେ ନଜର ଆସିନାହାନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ସଲମାନ୍‌, ଆମୀର୍‌ ଓ ଶାହରୁଖ ଏକତ୍ର ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ତିନି ଖାନ୍‌ଙ୍କୁ ‘ଲାଲ ସିଂ ଚଢ୍‌ଢା’ରେ ତିନି ଖାନ୍‌ ଏକତ୍ର ନଜର ଆସିବେ ।

ଏହ ଫିଲ୍ମଟି ଟମ୍‌ ହ୍ୟାଙ୍କସ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ୍‌’ର ହିନ୍ଦୀ ରିମେକ୍‌ ବୋଲି ଜଣାପଡିଛି । ନିକଟରେ ଶାହରୁଖ୍‌ ନିଜ ପସନ୍ଦିତା ତଥା ଲୋକପ୍ରିୟ ଚରିତ୍ର ରାଜ୍‌ ରୂପରେ କେମିଓ କରିବାର ସୂଚନା ଦେଇଥିଲେ । ସେହିପରି ଏହି ଫିଲ୍ମରେ ସଲମାନ୍‌ ’ମୈନେ ପ୍ୟାର୍‌ କିୟା’ର ପ୍ରେମ୍‌ର କେମିଓ ଚରିତ୍ରରେ ନଜର ଆସିବେ ବୋଲି ସୂଚନା ରହିଛି । ଶାହରୁଖ୍‌ ନିଜର ଚରିତ୍ର ପାଇଁ ଶୁଟିଂ କରିସାରିଥିବାବେଳେ ସଲମାନ୍‌ ନିଜ ବିଜି ସିଡ୍ୟୁଲ୍‌ରୁ ସମୟ ବାହାର କରିଛନ୍ତି  ।

ସୂଚନାଯୋଗ୍ୟ ଆମୀରଙ୍କ ଏହି ଫିଲ୍ମରେ ଲେଡି ଲିଡ୍‌ ରୋଲ୍‌ରେ ନଜର ଆସିବେ କରୀନା କପୁର୍‌ । ଫିଲ୍ମଟି ଆସନ୍ତା ବର୍ଷ କ୍ରିସମାସ୍‌ ଅବସରରେ ରିଲିଜ୍‌ ହେବା ନେଇ ସୂଚନା ରହିଛି । (ଏଜେନ୍ସି)

Related posts