ହସ୍ପିଟାଲରେ ଭର୍ତ୍ତି ହେଲେ ରଜନୀକାନ୍ତ

Published: Dec 25, 2020, 2:20 pm IST

ହାଇଦ୍ରାବାଦ: ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରକ୍ତଚାପରେ ଅନିୟମିତତା ଯୋଗୁଁ ସେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି ।

ନିକଟରେ ଫିଲ୍ମ ‘ଅନ୍ନାଥେ’ର 8 କ୍ର୍ୟୁ ମେମ୍ବର କରୋନାରେ ସଂକ୍ରମିତ ହେବା ପରେ ରଜନୀକାନ୍ତ ଶୁଟିଂକୁ ଅଧାରୁ ବନ୍ଦ କରିବା ସହ ନିଜକୁ କ୍ବାରେଣ୍ଟାଇନ୍‌ କରିଥିଲେ । ତେବେ ଡିସେମ୍ବର 22 ତାରିଖରେ ରଜନୀକାନ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା । କିନ୍ତୁ ରକ୍ତଚାପ ଅନିୟମିତା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ତେବେ ତାଙ୍କ ନିକଟରେ ଅନ୍ୟ କୌଣସି ଲକ୍ଷଣ ନାହି । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି ।

କରୋନା କାରଣରୁ ଏହିଫିଲ୍ମଟିର ଶୁଟିଂ ପ୍ରାୟ 9 ମାସ ହେବ ବନ୍ଦ ରହିଥିଲା । ଏହି ଫିଲ୍ମରେ କୀର୍ତ୍ତି ସୁରେଶ ଓ ନୟନତାରା ମହତ୍ତ୍ବପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି ।ଏହିଫିଲ୍ମଟିର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସିରୁଥାଇ ସିବା ।

Related posts