Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୁପରଷ୍ଟାର ରଜନୀକାନ୍ତଙ୍କୁ ପ୍ରଦାନ କରାଗଲା 51 ତମ ଦାଦା ସାହେବ ଫାଲକେ ପୁରସ୍କାର
ଜାତୀୟ ଖବର

ସୁପରଷ୍ଟାର ରଜନୀକାନ୍ତଙ୍କୁ ପ୍ରଦାନ କରାଗଲା 51 ତମ ଦାଦା ସାହେବ ଫାଲକେ ପୁରସ୍କାର

October 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୁପରଷ୍ଟାର ରଜନୀକାନ୍ତଙ୍କୁ ପ୍ରଦାନ କରାଗଲା 51 ତମ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ଆଜି ସୁପରଷ୍ଟାର ରଜନୀକାନ୍ତଙ୍କୁ 51 ତମ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ 67 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଭାରତୀୟ ଚଳଚିତ୍ରର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଥିଲେ। ପୁରସ୍କାର ପ୍ରଦାନ ସମୟରେ  ବିଜ୍ଞାନ ଭବନରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଠିଆ ହୋଇ ସମ୍ମାନ ପ୍ରଦର୍ଶନ କରିଥିଲେ।

ଏହି ପୁରସ୍କାର ସହିତ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ‘ସ୍ୱର୍ଣ୍ଣ କମଲ ଏବଂ ରଜତ କମଳ ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି। ଆଜି ଯେଉଁମାନଙ୍କୁ ଚଳଚିତ୍ର କ୍ଷେତ୍ରରେ ଶ୍ରେଷ୍ଠା ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା ସେମାନେ ହେଲେ ମନୋଜ ବାଜପେୟୀ, କଙ୍ଗନା ରାନାୱତ ଏବଂ ଧନୁଷ।

ଚିଚୋର ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।  ସୁଶାନ୍ତ ସିଂ ରାଜପୁତଙ୍କ ଅଭିନିତ ଏହି ଫିଲ୍ମର ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କୁ ସମ୍ମାନିତ କରାଯାଇଥିଲା। ମାର୍ଚ୍ଚ 2021 ରେ 67 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିଲା। ଅଭିନେତ୍ରୀ କଙ୍ଗନା ନିଜ ମାତା ଏବଂ ପିତାଙ୍କ ସହ ପୁରସ୍କାର ଗ୍ରହଣ କରିବାକୁ ଆସିଥିଲେ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାର ରଜନୀକାନ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

April 1, 2026

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବଡ଼ ଆଶ୍ଵସ୍ତି: ଫୌଜଦାରୀ ମାନହାନି ମାମଲା ଖାରଜ କଲେ କୋର୍ଟ

April 1, 2026

ଆଜି ଲକ୍ଷ୍ନୌ ବନାମ ଦିଲ୍ଲୀ ମ୍ୟାଚ୍ କିପରି ମାଗଣାରେ ଲାଇଭ୍ ଦେଖିବେ?: ଜାଣନ୍ତୁ….

April 1, 2026

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

April 1, 2026
Latest News

ଭୁବନେଶ୍ୱର ରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

April 1, 2026

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବଡ଼ ଆଶ୍ଵସ୍ତି: ଫୌଜଦାରୀ ମାନହାନି ମାମଲା ଖାରଜ କଲେ କୋର୍ଟ

April 1, 2026

ଆଜି ଲକ୍ଷ୍ନୌ ବନାମ ଦିଲ୍ଲୀ ମ୍ୟାଚ୍ କିପରି ମାଗଣାରେ ଲାଇଭ୍ ଦେଖିବେ?: ଜାଣନ୍ତୁ….

April 1, 2026

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

April 1, 2026

୭୮ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କଲେ ଡିଜିପି

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.