ସୁପରଷ୍ଟାର ରଜନୀକାନ୍ତଙ୍କୁ ପ୍ରଦାନ କରାଗଲା 51 ତମ ଦାଦା ସାହେବ ଫାଲକେ ପୁରସ୍କାର

Published: Oct 25, 2021, 1:14 pm IST

ନୂଆଦିଲ୍ଲୀ: ଆଜି ସୁପରଷ୍ଟାର ରଜନୀକାନ୍ତଙ୍କୁ 51 ତମ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ 67 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଭାରତୀୟ ଚଳଚିତ୍ରର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଥିଲେ। ପୁରସ୍କାର ପ୍ରଦାନ ସମୟରେ  ବିଜ୍ଞାନ ଭବନରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଠିଆ ହୋଇ ସମ୍ମାନ ପ୍ରଦର୍ଶନ କରିଥିଲେ।

ଏହି ପୁରସ୍କାର ସହିତ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ‘ସ୍ୱର୍ଣ୍ଣ କମଲ ଏବଂ ରଜତ କମଳ ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି। ଆଜି ଯେଉଁମାନଙ୍କୁ ଚଳଚିତ୍ର କ୍ଷେତ୍ରରେ ଶ୍ରେଷ୍ଠା ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା ସେମାନେ ହେଲେ ମନୋଜ ବାଜପେୟୀ, କଙ୍ଗନା ରାନାୱତ ଏବଂ ଧନୁଷ।

ଚିଚୋର ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।  ସୁଶାନ୍ତ ସିଂ ରାଜପୁତଙ୍କ ଅଭିନିତ ଏହି ଫିଲ୍ମର ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କୁ ସମ୍ମାନିତ କରାଯାଇଥିଲା। ମାର୍ଚ୍ଚ 2021 ରେ 67 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିଲା। ଅଭିନେତ୍ରୀ କଙ୍ଗନା ନିଜ ମାତା ଏବଂ ପିତାଙ୍କ ସହ ପୁରସ୍କାର ଗ୍ରହଣ କରିବାକୁ ଆସିଥିଲେ।

Related posts