Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକର ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ର ଅଡିଓ ରିଲିଜ୍‌
ଆଜିର ଖବର

ଜୀ ସାର୍ଥକର ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ର ଅଡିଓ ରିଲିଜ୍‌

May 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜୀ ସାର୍ଥକର ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ର ଅଡିଓ ରିଲିଜ୍ ହୋଇ ଯାଇଛି। ଫିଲ୍ମରେ ତିନିଟି ଗୀତ ରହିଥିବା ବେଳେ ଏଥିରେ ଡ. ନିର୍ମଳ ନାୟକ ଓ ଅଭିଜିତ ମଜୁମଦାରଙ୍କ ମ୍ୟୁଜିକାଲ ଯୋଡି ପୁଣିଥରେ ଦେଖିବାକୁ ମିଳିବ। ଯେଉଁଥିରୁ ‘ଭାଉଜ ଗୋ ଭାଉଜ’ ଗୀତଟି ମାର୍କେଟରେ ଚହଳ ସୃଷ୍ଟି କରିବ ବୋଲି ଜୀସାର୍ଥକ ଆଶା ପ୍ରକଟ କରିଛି।

ଏହି ଗୀତକୁ ନିଜେ ପପୁ ପମପମ ଗାଇଥିବା ବେଳେ ତାଙ୍କ ସହ ଗାଇଛନ୍ତି ସ୍ମୃତି। ସେହପରି ‘ଏକ୍ ଦୋ ତିନି ଚାର୍‌, ଚାରିଆଡେ ଦିଶୁଛି ମୋ ପ୍ୟାର’ ଗୀତକୁ ଗାଇଛନ୍ତି ଅଭିଜିତ ମଜୁମଦାର ଓ ସଂଜୁ। ‘ଛାଡରେ ସାଙ୍ଗ ଗନ୍ଧିଆ କଥା’ ଗୀତକୁ ଇଶ୍ୱରୀ ଗାଇଛନ୍ତି। ସମସ୍ତ ଗୀତକୁ ଡ. ନିର୍ମଳ ନାୟକ ଲେଖିଥିବା ବେଳେ ସଂଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର। ସବୁତକ ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପୁରା ଟିମ୍ ଆଶାବାଦୀ।

ଆସନ୍ତା ୧୫ ତାରିଖ ସଂଧ୍ୟା ୬ଟା ୩୦ରେ ଏହି ମୁଭିଟି ଜୀ ସାର୍ଥକରେ ରିଲିଜ ହେବ। କିନ୍ତୁ ତା ପୂର୍ବରୁ ଅଡିଓ ରିଲିଜ କରିବାର ପରମ୍ପରା ଆରମ୍ଭ କରିଛି ଜୀ ସାର୍ଥକ। ‘ଦିଦି ନମସ୍କାର’ରୁ ଏହି ପରମ୍ପରା ଆରମ୍ଭ ହୋଇଥିବା ବେଳେ ସିନେମା ରିଲିଜ୍ ପୂର୍ବରୁ ଅଡିଓ ରିଲିଜ କରି ଜୀ-ସାର୍ଥକ ଓଲିଉଡରେ ନୂଆ ମାଇଲଷ୍ଟୋନ ତିଆରି କରିପାରିଛି। ଜୀ ସାର୍ଥକ ଫିଲ୍ମସ ଓ ଲିପ୍ସା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହେଉଛି ନୂଆ ସିନେମା ‘ ଡିଟେକ୍ଟିଭ୍ କରନ୍ – ଅର୍ଜୁନ’।

ଏହି ଚଳଚ୍ଚିତ୍ରରେ ନୂଆ ଅବତାରରେ କମେଡି କିଙ୍ଗ ପପୁ ପମପମଙ୍କୁ ଦେଖିବାକୁ ମିଳିବ। ତାଙ୍କ ସହ ପ୍ରଜ୍ଞା ଖଟୁଆଙ୍କ ଦମଦାର ଅଭିନୟର ମଜା ପାଇବେ ଦର୍ଶକ। ଉଭୟ ପପୁ ଓ ପ୍ରଜ୍ଞା ‘କରନ୍‌- ଅର୍ଜୁନ୍‌’ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ନାୟିକା ସାଜିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ମହାନ୍ତି,ପ୍ରିୟଙ୍କା ମହାପାତ୍ର ଓ ଲିପ୍ସା ମିଶ୍ର।

ଅନ୍ୟମାନଙ୍କ ମଧ୍ୟରେ ଟୁକୁନା ଷ୍ଟାଇଲିସ୍‌, ପ୍ରଜ୍ଞା ମହାନ୍ତି, ଜୀବନ ପଣ୍ଡା, କୁନା ତ୍ରିପାଠୀ, ହାଡୁ, ଅରବିନ୍ଦ ଷଢ଼ଙ୍ଗୀ, ରାଜୀବ, କାଳୀ, ମନୋଜ, ସୁଶା ଦିଗବିଜୟ, ସୁମିତ ଓ ସଂଗ୍ରାମ ପ୍ରମୁଖ ଅଭିନୟ କରିଛନ୍ତି।

ପପୁ ପମପମ ନିଜେ ସିନେମାର କାହାଣୀ ଲେଖିଥିବା ବେଳେ ଅଶ୍ୱିନୀ ଗଡନାୟକ ନିର୍ଦ୍ଦେଶନା ଦେଇଛନ୍ତି। ଏହାର ସଂଳାପ ଲେଖିଛନ୍ତି ଟୁକୁନା ଷ୍ଟାଇଲିସ୍। ଚଳଚ୍ଚିତ୍ର ର କାହାଣୀ ସହ ସଙ୍ଗୀତ ମଧ୍ୟ ଲୋକାଦୃତ ହୋଇ ପାରିବ ବୋଲି ଜୀସାର୍ଥକ ପକ୍ଷରୁ ଆଶା ପ୍ରକଟ କରାଯାଇଛି।

ଅଡିଓ ରିଲିଜ୍‌ ଜୀ ସାର୍ଥକ ନୂଆ ଓଡିଆ ସିନେମା
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.