Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ବିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’ର ସଂଗୀତ ଲୋକାର୍ପିତ
ଆଜିର ଖବର

ଦ୍ବିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’ର ସଂଗୀତ ଲୋକାର୍ପିତ

June 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ନୂଆ ଦ୍ବିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’ର ଅଡିଓ ରିଲିଜ୍ ଭୁବନେଶ୍ବର ସ୍ଥିତ ରବିନ୍ଦ୍ର ମଣ୍ଡପର ଠାରେ ରଜ ଅବସରରେ ଅନୁଷ୍ଠିତ ହୋଇଯାଇଛି। ସଂପୂର୍ଣ୍ଣ ଗାଁର ପଟ୍ଟଭୂମିକୁ ନେଇ ଚଳଚିତ୍ରର କାହାଣୀଟିକି ଗତିଶୀଳ। ମହାକାଳ ପ୍ରଡକ୍ସନ ପ୍ରୋୟୋଜିତ ଚଳିଚ୍ଚିତ୍ର ମାୟା ଦର୍ପଣ ହିନ୍ଦି ଓ ଓଡିଆ ଭାଷାରେ ପ୍ରଦର୍ଶିତ ହେବ ବୋଲି ପ୍ରଯୋଜକ ଝରଣା ସାମଲ କହିଛନ୍ତି। ଉଭୟ ଭାଷାରେ ପ୍ରସ୍ତତ ସଂଗୀତକୁ ଲୋକାର୍ପଣ କରିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର।

ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଧାୟକ ଶଶୀଭୂଷଣ ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ, ସଂସ୍କତି ବିଭାଗ ସଚିବ ମଧୂସୁଦନ ପାଢୀ, ପୂର୍ବତନ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପ୍ରଯୋଜକ ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ, କର୍ପୋରେଟର ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜିକା ପ୍ରତିଭା ପଣ୍ଡା , ନିର୍ଦ୍ଦେଶକ ରାଜୀବ ମହାନ୍ତି, ସଂଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା, କଣ୍ଠଶିଳ୍ପୀ ଦିପ୍ତିରେଖା ପାଢି,, ସଂଗ୍ରାମ ମହାନ୍ତି ଯୋଗ ଦେଇଥିଲେ।

ଉଭୟ ଓଡିଆ ଓ ହିନ୍ଦି ଭାଷାରେ ଚଳଚ୍ଚିତ୍ରର ସଂଗୀତ ପ୍ରସ୍ତୁତ ହୋଇଥିବା ବେଳେ ଗୀତ ଗୁଡିକ ଦର୍ଶକଙ୍କ ଦ୍ବାରା ଲୋକାଦୃତ ହୋଇପାରିବ ବୋଲି ଆଶାବାଦୀ ସମସ୍ତେ। ଫିଲ୍ମର ସଂଗୀତ ଦର୍ଶକମାନଙ୍କ ଦ୍ବାରା ଆଦୃତ ହୋଇଥିବା ବେଳେ ଜୁଲାଇ ମାସରେ ପ୍ରଥମ ସପ୍ତାହରେ ସାରା ଦେଶରେ ହିନ୍ଦି ଭାଷାରେ ଓ ଜୁଲାଇ ଶେଷ ସପ୍ତାହରେ ଓଡିଆ ଭାଷାରେ ଓଡିଶାର ବିଭିନ୍ନ ସହରର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଥିଲେ। ଚଳଚ୍ଚିତ୍ରର ହିନ୍ଦୀ ଭାଷାରେ ଭାଷାରେ ରୂପାନ୍ତର କରିଛନ୍ତି ଉଦୟନ ସୁପରକର।ବହୁ ଦିନ ପରେ ଓଡିଶାରୁ ଜଣେ ପ୍ରଯୋଜକ ଏଭଳି ଦ୍ବିଭାଷୀ ଉ ପ୍ରସ୍ତୁତ କରିବା ଏକ ଦୁଃସାହାସିକ ପଦକ୍ଷେପ ନିଶ୍ଚୟ।

ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ପ୍ରତିଭା ପଣ୍ଡା, ଅଙ୍କିତ, ପୂଜା, କୁନା ତ୍ରିପାଠୀ, ଜୀବନ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ରତନ ମେହେର, ଅନନ୍ତ ଦାସ, ମମତା, ସ୍ବାଗତିକା, ସଂଜିତା, ଚକ୍ରଧର, ଶିଶୁକଳାକାର ଅଂଶୁମାନ, ତାପସ, ଭାଗ୍ୟଲକ୍ଷ୍ମୀ, ଶ୍ରେୟାନ୍ସ, ଦିବ୍ୟାଂଶୁ, ପ୍ରମୁଖ।

ମାୟାଦର୍ପଣ
Share. Facebook Twitter LinkedIn Email WhatsApp Copy Link

Related Posts

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026
Latest News

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.